ଚିନ୍ତା ବଢାଉଛି ସହରାଞ୍ଚଳ ବେକାରି

ନୂଆଦିଲ୍ଲୀ,୨୨।୬: କୋଭିଡ-୧୯କୁ ନିୟନ୍ତ୍ରଣ କରିବା ଲାଗି କଟକଣା କୋହଳ ହୋଇଥିଲେ ମଧ୍ୟ ସାମାଜିକ ଦୂରତ୍ୱ ରଖି ସବୁ କିଛି କାର୍ଯ୍ୟ ସମ୍ପାଦନ ହେଉଛି। ବର୍ତ୍ତମାନ ଯାଏ କୋଭିଡ୍‌ ନିୟନ୍ତ୍ରଣାଧୀନ ହୋଇନାହିଁ। କଳକାରଖାନା ବନ୍ଦ ରହିଥିବା ଯୋଗୁ ଅନେକ ଲୋକ ରୋଜଗାର ହରାଇଛନ୍ତି। ସବୁ କିଛି ଟ୍ରାକ୍‌କୁ ଫେରିବା ଲାଗି ସମୟ ମଧ୍ୟ ଲାଗିବ। ଏଭଳି ସ୍ଥିତିରେ ଦେଶର ସହରାଞ୍ଚଳଗୁଡିକ ବେକାରୀ ହାର ଚିନ୍ତାଜନକ ସ୍ଥିତିରେ ରହିଛି। କାରଣ କଟକଣା କୋହଳ ହୋଇଥିଲେ ମଧ୍ୟ ବେକାରୀ ହାର ଉର୍ଦ୍ଧ୍ୱରେ ରହିଛି। କୋଭିଡ୍‌ ମାମଲା ବଢୁଥିବାରୁ ଏହାକୁ ନେଇ ଆଶଙ୍କା ପ୍ରକଟ କରାଯାଉଛି। ବିଶେଷ କରି ସହରାଞ୍ଚଳଗୁଡିକରେ କରୋନା ମାମଲା ବଢୁଥିବାରୁ ସହରାଞ୍ଚଳରେ ବେକାରୀ ହାର ୧୧.୧୯% ସ୍ତରରେ ରହିଛି। ଅପରପକ୍ଷରେ ଗ୍ରାମାଞ୍ଚଳରେ ବେକାରୀ କ୍ଷେତ୍ରରେ ସୁଧାର ଆସୁଥିବା ରିପୋର୍ଟରୁ ଜଣାପଡିଛି। ଜୁନ ୨୧ରେ ସୁଦ୍ଧା ଗ୍ରାମାଞ୍ଚଳ ବେକାରୀ ୭.୨୬%କୁ ଖସି ଆସିଛି। ଏହାର ପୂର୍ବ ସପ୍ତାହରେ ଏହି ହାର ୧୦.୯୬% ସ୍ତରରେ ରହିଥିଲା।
ଗ୍ରାମାଞ୍ଚଳ ବେକାରୀ ୮% ନିମ୍ନରେ ରହିବା ଯୋଗୁ ଏହା ଗତ ମାସ ମଧ୍ୟରେ ସର୍ବନିମ୍ନ ସ୍ତର ବୋଲି ଜଣାପଡିଛି। ମାର୍ଚ୍ଚ ୨୫ର ପୂର୍ବ ସପ୍ତାହଠାରୁ ମଧ୍ୟ ଏହା ନିମ୍ନ ବୋଲି କୁହାଯାଉଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ(ସିଏମ୍‌ଆଇଇ)ର ଏକ ରିପୋର୍ଟରେ କୁହାଯାଇଛି ଯେ, ଜୁନ ୨୧ ସୁଦ୍ଧା ଦେଶରେ ମୋଟ ବେକାରୀ ହାର ୮.୪୮% ରହିଛି। ଲକଡାଉନ ପୂର୍ବ ସପ୍ତାହରେ ଗ୍ରାମାଞ୍ଚଳରେ ନିଯୁକ୍ତି ହ୍ରାସ ହାର ୮.୨୯% ରହିଥିଲା। ଏହି ସମୟରେ ମୋଟ ବେକାରୀ ହାର ୮.୪୧% ସ୍ତରରେ ରହିଥିଲା। ଗ୍ରାମାଞ୍ଚଳ ଅର୍ଥ ବ୍ୟବସ୍ଥାକୁ ଖୋଲିବ,ଉନ୍ନତ ମୌସୁମୀ ଭଳି ବିଭିନ୍ନ ପ୍ରସଙ୍ଗ ଯୋଗୁ ଗ୍ରାମାଞ୍ଚଳରେ ନିଯୁକ୍ତି ବଢିଛି ବୋଲି ବଜାର ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ଦେଶର ଅଧିକାଂଶ ଭାଗରେ ମୌସୁମୀ ସନ୍ତୋଷ ଜନକ ରହିଥିବା ଜଣାପଡିଛି।
ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇକୋନୋମିକ ଗ୍ରୋଥର ଅର୍ଥନୀତି ବିଭାଗ ପ୍ରଫେସର ଅରୁପ ମିତ୍ର କହିଛନ୍ତି ଯେ, ମୌସୁମୀ ସ୍ବାଭାବିକ ରହିବା ଯୋଗୁ କୃଷି କାର୍ଯ୍ୟରେ ଲୋକମାନେ ନିୟୋଜିତ ହେଉଛନ୍ତି। କୃଷି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଲୋକଙ୍କୁ ସୁଯୋଗ ମିଳି ଯାଉଛି। ସେହିଭଳି ପ୍ରବାସୀଙ୍କୁ କାମ ଯୋଗାଣ ଲାଗି କେନ୍ଦ୍ର ଏବଂ ରାଜ୍ୟଗୁଡିକ ଗ୍ରହଣ କରିଥିବା ପଦକ୍ଷେପ ଏ ଦିଗରେ ସହଯୋଗ କରୁଛି। ଉନ୍ନତ ମୌସୁମୀ ଯୋଗୁ କୃଷି କାର୍ଯ୍ୟ ଉନ୍ନତ ହେଉଥିବାରୁ ନିଯୁକ୍ତି ଦିଗରେ ଏହା ସହାୟତା କରୁଛି ବୋଲି ସିଏମ୍‌ଆଇଇର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ ମହେଷ ବ୍ୟାସ ସୂଚନା ଦେଇଛନ୍ତି। ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଗ୍ରାମାଞ୍ଚଳ ନିଯୁକ୍ତିରେ ଯୋଗଦାନ ରଖିବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥ ବ୍ୟବସ୍ଥାରେ ଭି ଆକୃତିର ସୁଧାର

ମୁମ୍ବାଇ,୧୫।୩:  ଅର୍ଥ ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଭି ଆକୃତିର ସୁଧାର ପରିଲକ୍ଷିତ ହେଉଛି। ବିଭିନ୍ନ କ୍ଷେତ୍ରରେ ସବୁଜ ସଙ୍କେତ ଦେଖିବାକୁ ମିଳୁଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ...

ଭାରତୀୟ ଛାତ୍ରୀଛାତ୍ରଙ୍କୁ ଫାଇଦା; ବ୍ରିଟେନରେ ପଢ଼ିବା ପରେ ମିଳିବ ଓ୍ବାର୍କ ଭିଜା

ନୂଆଦିଲ୍ଲୀ,୧୨-୯: ବ୍ରିଟେନରେ ପାଠପଢ଼ୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ମୁଣ୍ଡବ୍ୟଥା କମାଇ ଦେଇଛି ସେଠା ସରକାର। ଏଣିକି ବ୍ରିଟେନରେ ଅଧ୍ୟୟନରତ ବିଦେଶୀ ଛାତ୍ରୀଛାତ୍ରଙ୍କୁ ପାଠପଢ଼ିବା ପରେ ୨ ବର୍ଷ...

ବିଶ୍ୱ ବ୍ୟାଙ୍କକୁ ଟ୍ରମ୍ପଙ୍କ ତାଗିଦ; ଚାଇନାକୁ ଋଣ ପ୍ରଦାନ ବନ୍ଦ କର

ନୂଆଦିଲ୍ଲୀ,୯ା୧୨: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମିବାର ନା ନେଉନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଡ୍ରମ୍ପ ପୁଣି ଥରେ ଚାଇନା...

୨ କୋଟି ଟଙ୍କାର ସାମଗ୍ରୀ ଯୋଗାଇଲା ରାମ୍‌କୋ

ଭୁବନେଶ୍ୱର,୭।୪: କରୋନା ମୁକାବିଲା ପଦକ୍ଷେପ ଅନ୍ତର୍ଗତ ରାମ୍‌କୋ ସିମେଣ୍ଟସ ଲିମିଟେଡ ପକ୍ଷରୁ ଓଡିଶା ପାଇଁ ୨ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଯୋଗାଣ ହୋଇଛି। ଏହା...

ଏୟାରପୋର୍ଟ, ସପିଙ୍ଗ୍‌ ମଲ୍‌ରେ ମିଳିବ କୁଲ୍ଲଡ ଚା’

ନୂଆଦିଲ୍ଲୀ,୨୬-୮: ଦେଶର ପ୍ରମୁଖ ରେଳ ଷ୍ଟେଶନ, ବସ୍‌ ଡିପୋ, ଏୟାରପୋର୍ଟ ଓ ସପିଙ୍ଗ୍‌ ମଲ୍‌ରେ ଖୁବଶୀଘ୍ର କୁଲ୍ଲଡରେ ଚା’ ପିଇବାର ମଜା ନେଇ ହେବ। କେନ୍ଦ୍ର...

ଭିଡ଼ ବଢ଼ାଉଛି କାରବାର

କଟକ,୧୭।୧୧: ଦେଶର ଲୋକପ୍ରିୟ ପପୁଲାର କିଚେନ ଆଣ୍ଡ ହୋମ୍‌ ପ୍ରଡକ୍ଟସ କମ୍ପାନୀ ଟିଟିକେ ପ୍ରେଷ୍ଟିଜ୍‌ର ସ୍ବୀକୃତିପ୍ରାପ୍ତ ଡିଲର ବାଲାଜୀ ଡିଷ୍ଟ୍ରିବ୍ୟୁଟର୍ସ ଜରିଆରେ ଚଳିତ ବର୍ଷ କଟକ...

କ୍ୟାବିନେଟ ନିଷ୍ପତ୍ତି; ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍‌

ନୂଆଦିଲ୍ଲୀ,୧୯ -୯: କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍‌ ଦେବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଏଠାରେ ବସିଥିବା...

ଲାଲ୍‌ଚାନ୍ଦରେ ‘ବିବାହର ସ୍ବର୍ଣ୍ଣିମ ମୁହୂର୍ତ୍ତରେ ରୁପାର ବର୍ଷା’

ଭୁବନେଶ୍ୱର,୨୧।୨: ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ବିବାହ ଋତୁ ସ୍ବତନ୍ତ୍ର ଅଫର ‘ବିବାହର ସ୍ବର୍ଣ୍ଣିମ ମୁହୂର୍ତ୍ତରେ ରୁପାର ବର୍ଷା’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର...

Advertisement
Archives

Model This Week