ଚିନ୍ତା ବଢ଼ାଇଲେ ସ୍ଥାନୀୟ ଆକ୍ରାନ୍ତ

ଭୁବନେଶ୍ୱର, ୩।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ଦିନରେ ୧୮ଜିଲାରେ ଚିହ୍ନଟ ହୋଇଛନ୍ତି ଆଉ ୧୪୧ ନୂଆ ଆକ୍ରାନ୍ତ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନଙ୍କ ମଧ୍ୟରେ ୩୧ଜଣ ସ୍ଥାନୀୟ ସଂକ୍ରମଣ(ଲୋକାଲ କେସ୍‌) ଅଛନ୍ତି। ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୯୫ପ୍ରତିଶତ ଆକ୍ରାନ୍ତ ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ରହିଥାନ୍ତି। କିନ୍ତୁ ଚିହ୍ନଟ ହୋଇଥିବା ନୂଆ ୧୪୧ ସଂକ୍ରମିତଙ୍କ ମଧ୍ୟରେ ଅନ୍ୟ ଦିନ ଅପେକ୍ଷା ସବୁଠାରୁ ଅଧିକ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ତେବେ ଏମାନେ କେଉଁ ଅଞ୍ଚଳର ଏବଂ ସେମାନେ କିପରି ସଂକ୍ରମିତ ହେଲେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଯାହାକି ଏବେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତ ୧୫ଦିନରେ ରାଜ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୮୭ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୨୭ଜଣ ଥିବାବେଳେ ଖୋର୍ଦ୍ଧାରେ ୨୬, ନୂଆପଡ଼ା ୧୯, କେନ୍ଦ୍ରାପଡ଼ା ୧୩ ଓ ଯାଜପୁରରୁ ୧୦, ସୁନ୍ଦରଗଡ଼ରୁ ୮, ବଲାଙ୍ଗୀର ୭, କଟକ ୬, ପୁରୀରୁ ୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପୁର, ଗଜପତି ଓ କେନ୍ଦୁଝରରୁ ୪ଜଣ ଲେଖାଏ, ବାଲେଶ୍ୱର ଓ ଢେଙ୍କାନାଳରୁ ୨ଜଣ ଲେଖାଏ ଏବଂ ନୟାଗଡ଼, ମୟୂରଭଞ୍ଜ, ଅନୁଗୋଳ ଓ ସମ୍ବଲପୁରରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦ଜଣ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ବେଳେ ଅନ୍ୟ ୩୧ ସ୍ଥାନୀୟଙ୍କୁ ନେଇ ଚିନ୍ତା ବଢ଼ିଛି।
ଅପରପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୪ଜିଲାରୁ ୮୦ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୁରୀରୁ ୧୭, କେନ୍ଦ୍ରାପଡ଼ାରୁ ୧୬, ମାଲକାନଗିରିରୁ ୧୬, କଟକରୁ ୭, ନୟାଗଡ଼, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରୁ ୩ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ସେହପରି ଗଞ୍ଜାମ, କନ୍ଧମାଳ ଏବଂ ଖୋର୍ଦ୍ଧା ଜିଲାରୁ ୨ ଜଣ ଲେଖାଏ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀର, ଜଗତସିଂହପୁର ଏବଂ ନବରଙ୍ଗପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂଆ ୮୦ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥଙ୍କ ସଂଖ୍ୟା ୧୩୨୫କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ପହଞ୍ଚତ୍ୟାଇଥିବା ବେଳେ ୯୧୧ଜଣ ସକ୍ରିୟ ରୋଗୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହାୟତା ବାହାନାରେ ୧୦ ଲକ୍ଷ ଲୁଟିଲେ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ବିଦେଶୀଙ୍କ ନାଁରେ ସହାୟତା ବାହାନାରେ ଲୁଟୁଛନ୍ତି ସାଇବର ଅପରାଧୀ। ପୂର୍ବରୁ ଓଡ଼ିଶାର ୨ଜଣ ବ୍ୟକ୍ତି ଏମିତି ଠକେଇର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା...

୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୨ କରୋନା ପଜିଟିଭ୍‌

ଭୁବନେଶ୍ୱର,୨୫।୬(ବ୍ୟୁରୋ) : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ...

ସାନଖେମୁଣ୍ଡି ବିଧାନସଭା ନିର୍ବାଚନୀ ମାମଲା:ହାଇକୋର୍ଟଙ୍କ ମୁଖ୍ୟ ଖଣ୍ଡପୀଠକୁ ଗଲା ମାମଲା

କଟକ ଅଫିସ, ୬ା୧୧:ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାନସଭା ନିର୍ବାଚନୀ ମାମଲାର ଶୁଣାଣି କରିବାକୁ ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଅନିଚ୍ଛା ପ୍ରକାଶ କରିଛନ୍ତି। ମଙ୍ଗଳବାର ଏହି...

ଟ୍ରୋଲ୍ ହେଲେ ଅଖିଳେଶ

ଲକ୍ଷ୍ନୌ,୩ ।୧: କରୋନା ମହାମାରୀକୁ ନେଇ ରାଜନୀତି ମୁଣ୍ଡ ଟେକିବା ଏକ ସାଧାରଣ କଥା ଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର...

କ୍ୱାରାଣ୍ଟାଇନ୍‌ରେ ରହିବା ନେଇ ଜାରି ହେଲା ଗାଇଡ୍‌ଲାଇନ୍‌, ଜାଣି ରଖନ୍ତୁ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ରାଜ୍ୟରେ କରୋନା ପଜିଟିଭ୍‌ ବଢ଼ୁଥିବା ବେଳେ ପଜିଟିଭ ଚିହ୍ନଟ ହେଲେ ସଂକ୍ରମିତ ୭ ଦିନ ହୋମ ଆଇସୋଲେଶନରେ ରହିବେ । କୌଣସି ଲକ୍ଷଣ ଯଦି...

ଆଉ ୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ଆଜି ରାଜ୍ୟରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ସରିଛି ବାଲିଯାତ୍ରା, ହେଲେ ଭରିନି ମନ

କଟକ ଅଫିସ, ୨୧।୧୧: ସରିଛି ବାଲିଯାତ୍ରା, ହେଲେ ଭରିନି ମନ। ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଥିଲେ ହେଁ ମହାନଦୀ ପଠା ଚଳଚଞ୍ଚଳ ରହିଛି।...

ଭାବବିହ୍ବଳ କଲା କୁନିଝିଅଙ୍କ ନିବେଦନ

ଭୁବନେଶ୍ୱର,୨।୪(ବ୍ୟୁରୋ): କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ୨୧ ଦିନିଆ ଲକ୍‌ଡାଉନ୍‌କୁ ମାନି ନିଜ ନିଜ ଘରେ ସୁରକ୍ଷିତ ରହିବାକୁ...

Advertisement
Archives

Model This Week