Advertisement
Posted inଜାତୀୟ

ଚିଦାମ୍ବରମ୍‌ଙ୍କୁ ଜେଲରେ ଭେଟିଲେ ଆଜାଦ

ନୂଆଦିଲ୍ଲୀ, ୧୯ା୯: ତିହାର ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ବୁଧବାର ସକାଳେ କଂଗ୍ରେସର ଦୁଇ ବରିଷ୍ଠ ନେତା ଗୁଲାମ୍‌ ନବି ଆଜାଦ୍‌, ଅହମ୍ମଦ ପଟେଲ ଭେଟିଥିଲେ। ସେମାନଙ୍କ ସହ ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ମଧ୍ୟ ଥିଲେ। ହିନ୍ଦୀ ଭାଷା ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହେବ ବୋଲି ଭାବିବା ଭୁଲ ବୋଲି ତିହାର ଜେଲ୍‌ରେ ଥିବା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ବୁଧବାର କହିଛନ୍ତି। ଏଭଳି ଚିନ୍ତାଧାରା ଭୟଙ୍କର ପରିସ୍ଥିତି ସୃଷ୍ଟିକରିବ। ସବୁ ଭାଷାକୁ ସମାନ ଗୁରୁତ୍ୱ ଦିଆଯିବା ଉଚିତ। ତାମିଲ ଭାଷାଭାଷୀ ଲୋକ ଓ ଅନ୍ୟ ଆଞ୍ଚଳିକ ଭାଷାର ଲୋକମାନେ ଏହାକୁ କଦାପି ଗ୍ରହଣ କରିପାରିବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଅଧ ଘଣ୍ଟା ଧରି ହୋଇଥିବା ଆଲୋଚନାରେ କଶ୍ମୀର, ଆଗକୁ ହେବାକୁ ଥିବା ନିର୍ବାଚନ, ଆର୍ଥିକ ମାନ୍ଦାବସ୍ଥା, ଦେଶର ରାଜନୈତିକ ସ୍ଥିତି ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଥମୁନି ଲଜ୍ଜା

ନୂଆଦିଲ୍ଲୀ,୨ା୧୨: ଦୁଇବର୍ଷ ବିଳମ୍ବ ପରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ଗତ ଅକ୍ଟୋବର ୨୮ରେ ପ୍ରକାଶ ପାଇଥିଲା ଭାରତର ବାର୍ଷିକ ଅପରାଧ ରିପୋର୍ଟ-୨୦୧୭।...

ଟିକା ପାଇଁ ପ୍ରାଇଭେଟ ହସ୍ପିଟାଲ କେତେ ଚାର୍ଜ କରିପାରିବେ

ନୂଆଦିଲ୍ଲୀ,୮।୬: କୋଭିଡ୍‌ ଟିକାକରଣ ପାଇଁ ପ୍ରାଇଭେଟ ହସ୍ପିଟାଲ କେତେ ଚାର୍ଜ କରିପାରିବେ, ତା’ର ମୂଲ୍ୟ ମଙ୍ଗଳବାର ନିର୍ଦ୍ଧାରିତ କରିଛନ୍ତି କେନ୍ଦ୍ର ସରକାର। ଏହା ଅନୁଯାୟୀ, କୋଭିଶିଲ୍ଡ...

ପରମବୀରଙ୍କ ବିରୋଧରେ ତଦନ୍ତ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩ା୨: ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ବିରୋଧରେ ତଦନ୍ତ ରୋକିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ...

ଅନୁପସ୍ଥିତ ଏମ୍‌ପିଙ୍କୁ ମିଳିବନି ପ୍ରଶ୍ନ ପଚାରିବା ସୁଯୋଗ

ନୂଆଦିଲ୍ଲୀ,୪ା୧୨(ପି.ଟି.): ପ୍ରଶ୍ନୋତ୍ତର କାଳରେ ଯେଉଁ ଏମ୍‌ପିମାନେ ପ୍ରଶ୍ନ ପଚାରିବାକୁ ନାଁ ଦେଉଛନ୍ତି, ସେମାନେ ଅନୁପସ୍ଥିତ ରହିଲେ ଅଧିବେଶନର ଅବଶିଷ୍ଟ ସମୟରେ ପ୍ରଶ୍ନ ପଚାରିବାକୁ ସେମାନଙ୍କୁ ସୁଯୋଗ...

ଦଳିତ ସମ୍ପ୍ରଦାୟର ବରଙ୍କ ଘୋଡା ଚଢାକୁ ବିରୋଧ: ପୋଲିସ ସହାୟତାରେ ବାହାରିଲା ବରଯାତ୍ରୀ

ବନାସକାଂଠା,୧୭।୨: ଦୀର୍ଘ ୭୩ ବର୍ଷ ହେବ ଦେଶ ସ୍ବାଧିନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଅନେକଙ୍କ ମନରୁ ଉଚ୍ଚନିଚ ମନୋଭାବ ଦୂର ହୋଇନାହିଁ। ଗୁଜରାଟର ବନାସକାଂଠା ଜିଲାରେ...

ପ୍ରାୟ ୧୨ ସପ୍ତାହ ପାଇଁ କାର୍ଯ୍ୟ କରିବେ ନୂଆ ମୁଖ୍ୟମନ୍ତ୍ରୀ …

ଚଣ୍ଡିଗଡ଼,୧୯।୯: ପଞ୍ଜାବ କଂଗ୍ରେସରେ ସଙ୍କଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ହାଇକମାଣ୍ଡ ଅଡୁଆରେ ପଡ଼ିଛନ୍ତି।...

କରୋନା ଭାଇରସ ଚିହ୍ନଟ ପୂର୍ବରୁ ନିଜକୁ କୋଠରିରେ ବନ୍ଦକରି ରଖିଲେ ଚାଇନା ନାଗରିକ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ଏବେ ଭାରତରେ ତା’ର ସ୍ଥିତି ଜାହିର କରିବା ପରେ ଏବେ ଏହାକୁ ନେଇ ସମସ୍ତେ ଏକପ୍ରକାର ଭୟଭିତ ହୋଇଯାଇଛନ୍ତି। ଦିଲ୍ଲୀରେ ଦୁଇଦିନ...

ଷ୍ଟାଫ୍‌ଙ୍କୁ ହତ୍ୟା ପରେ ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦେଲେ

ନୂଆଦିଲ୍ଲୀ,୨।୨: ସେକ୍ସ ଭିଡିଓ ଦେଖାଇ ବ୍ଲାକମେଲ କରୁଥିବା ଷ୍ଟାଫ୍‌ଙ୍କୁ ହତ୍ୟା ଘଟଣାରେ ଜଣେ ପୋଷାକ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଦକ୍ଷିଣ...

Advertisement
Archives

Model This Week