Posted inଜାତୀୟ

ଚିଦାମ୍ବରମଙ୍କ ଜାମିନ ଆବେଦନ: ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତିହାର ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ସିବିଆଇକୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ ଆର୍‌. ଭାନୁମଥି ଓ ହୃଷୀକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଜବାବ ଦାଖଲ କରିବା ଲାଗି ସିବିଆଇ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫କୁ ଧାର୍ଯ୍ୟ କରିଛନ୍ତି। ସେପ୍ଟେମ୍ବର ୩୦ରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ସେ ଏହାକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ। ଅଗଷ୍ଟ ୨୧ରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିବା ପରେ ସେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଦିଲ୍ଲୀର ଏକ ଅଦାଲତ ତାଙ୍କ ହାଜତ ସମୟସୀମାକୁ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିବିଆଇ ହାଜତ ଓ ତିହାର ଜେଲ୍‌ରେ ଚିଦାମ୍ବରମ ୪୩ ଦିନ ବିତାଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରାନ୍‌ ପରୀକ୍ଷଣ ଥିଲା ଶ୍ରେଷ୍ଠ ଉପଲବ୍ଧି: ଏବେ କରୋନାକୁ ପରାସ୍ତ କରିବା ଲାଗି ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ, କହିଲେ ମୋଦି

ନୂଆଦିଲ୍ଲୀ,୧୧।୫: ଗତ ୨୨ ବର୍ଷ ତଳେ ୧୯୯୮ ମେ ୧୧ରେ ଭାରତ ରାଜସ୍ଥାନ ପୋଖରାନ୍‌ ଆର୍ମି ଟେଷ୍ଟ ରେଞ୍ଚ୍‌ରେ ଶକ୍ତି-୧ ଆଣବିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ...

ମୋଦିଙ୍କ ଅଧ୍ୟକ୍ଷତାରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୮।୨: ୟୁକ୍ରେନ୍‌ ସଙ୍କଟକୁ ନେଇ ପୁଣି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ୟୁକ୍ରେନ୍‌କୁ ସଙ୍କଟ ଦିନକୁ ଦିନ...

ଏସିଡ୍‌ ଆଟାକ୍‌ ସର୍ଭାଇଭରଙ୍କୁ ପେନସନ୍‌ ଦେବାକୁ ଯୋଜନା କରୁଛନ୍ତି ଉତ୍ତରାଖଣ୍ଡ ସରକାର

ଡେରାଡୁନ,୧୩।୧: ଦେଶରେ ଏସିଡ୍‌ ଆଟାକ୍‌ ପୀଡିତାଙ୍କ ସଂଖ୍ୟା ବଢିବାରେ ଲାଗିଛି। ନିକଟରେ ଏମିତି ଏକ କାହାଣୀକୁ ନେଇ ବଲିଉଡ୍‌ରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଛପାକ’ ସମସ୍ତଙ୍କ...

ସ୍ବାମୀଙ୍କୁ ଜେଲ୍‌ ପଠାଇବା ପାଇଁ ଫିଲ୍ମ ଷ୍ଟାଇଲ୍‌ରେ ମିଛ ଆତ୍ମହତ୍ୟା କଲେ ସ୍ତ୍ରୀ; ବେଙ୍ଗାଲୁର୍‌ରୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୦।୭: ସ୍ବାମୀଙ୍କୁ ଜେଲ୍‌ ପଠାଇବା ପାଇଁ ଜଣେ ସ୍ତ୍ରୀ ଫିଲ୍ମ ଷ୍ଟାଇଲ୍‌ରେ ମିଛ ଆତ୍ମହତ୍ୟା କରିଥିଲେ। ତେବେ ପରେ ପୋଲିସ ତାଙ୍କୁ ବେଙ୍ଗାଲୁର୍‌ରୁ ଜୀବିତ ଅବସ୍ଥାରେ...

ଶିଶୁ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସଚ୍ଚିନ

ନୂଆଦିଲ୍ଲୀ,୪।୧: ରାଜସ୍ଥାନର କୋଟାରେ ଶିଶୁ ମୃତ୍ୟୁ କମିବାର ନାଁ ନେଉନାହିଁ। ଶନିବାର ସୁଦ୍ଧା କୋଟାର ଜେକେ ଲୋନ ହସ୍ପିଟାଲରେ ପ୍ରାୟ ୧୦୭ଜଣ ଶିଶୁଙ୍କର ମୃତ୍ୟୁ ଏବେ...

ବୋଲେରୋ ଉପରେ ଚଢିଗଲା ଟ୍ରକ

ବାଲିଆ,୨୫।୧୨-ଉତ୍ତରପ୍ରଦେଶର ବାଲିଆ ଜିଲା ସାହାଟୱାର ପୋଲିସ ଷ୍ଟେସନ ନିକଟ ବାଶଂଡିହ-ରେବତୀ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ...

‘ଯଦି ଆମେ ଆମ ଭିତରେ ଲଢ଼େଇ କରିବା, ତେବେ ଭାଜପା ସହ କେମିତି ଲଢ଼ିବା’

ନୂଆଦିଲ୍ଲୀ,୨୬।୮: ଯଦି ଆମେ ଆମ ଭିତରେ ଲଢ଼େଇ କରିବା, ତେବେ ଭାଜପା ସହ କେମିତି ଲଢ଼ିବା। କଂଗ୍ରେସ ନେତାମାନେ ପ୍ରଥମେ ଆର୍‌ଏସ୍‌ଏସ୍‌ ଓ ଭାଜପା ସହ...

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି: ରାମନାଥ କୋବିନ୍ଦ ଦେଲେ ମଞ୍ଜୁରୀ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଶେଷ ହେବାର ୧୮ ଦିନ ପରେ ବି ସରକାର ଗଢ଼ିବା ନେଇ ଚିତ୍ର ଅସ୍ପଷ୍ଟ ହେବାରୁ ଶେଷରେ ସେଠାରେ ରାଷ୍ଟ୍ରପତି...

Advertisement
Archives

Model This Week