Advertisement
Posted inଜାତୀୟ

ଚିଦାମ୍ବରମଙ୍କ ଗିରଫଦାରିକୁ କଂଗ୍ରେସର ବିରୋଧ:ସ୍ପଷ୍ଟ ଦିବାଲୋକରେ ଗଣତନ୍ତ୍ରର ହତ୍ୟା

ନୂଆଦିଲ୍ଲୀ,୨୩ା୮(ପି.ଟି./ଆଇଏଏନ୍‌ଏସ୍‌):ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଗିରଫଦାରି ବେଆଇନ। କେନ୍ଦ୍ର ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଗିରଫ କରାଇଛନ୍ତି। ଏହା ସ୍ପଷ୍ଟ ଦିବାଲୋକରେ ଗଣତନ୍ତ୍ରର ହତ୍ୟା ବୋଲି ଅଭିଯୋଗ ଆଣିଛି କଂଗ୍ରେସ।
କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, ହତାଶ କେନ୍ଦ୍ର ସରକାର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଚିଦାମ୍ବରମଙ୍କୁ ଗିରଫ କରାଇଛନ୍ତି। ଦେଶରେ ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଥିବାବେଳେ ଏଥିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ସିବିଆଇ ଏବଂ ଇଡି ସେମାନଙ୍କ ରାଜନୈତିକ ମାଷ୍ଟର୍ସଙ୍କୁ ଖୁସି କରିବା ପାଇଁ ଚିଦାମ୍ବରମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ୨୦ ଥର ସମନ କରାଯାଇଥିବାବେଳେ ତାଙ୍କ ଘରେ ୪ ଥର ଚଢ଼ାଉ କରାଯାଇସାରିଛି। ତାଙ୍କ ବିରୋଧରେ ମିଥ୍ୟା ଓ ମନଗଢ଼ା ଅଭିଯୋଗ ଆଣି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା ସ୍ପଷ୍ଟ ଦିବାଲୋକରେ ଗଣତନ୍ତ୍ରର ହତ୍ୟା ସହ ସମାନ ବୋଲି ସୁର୍ଜଓ୍ବୋଲା ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଗିରଫ ହେଲେ ଜିଗ୍ନେଶ ମେଭାନି: କିଛି ସମୟ ପୂର୍ବରୁ ମିଳିଥିଲା ଜାମିନ

ଡିସପୁର,୨୫।୪: ଗୁଜରାଟ ବିଧାୟକ ଜିଗ୍ନେଶ ମେଭାନିଙ୍କୁ ପୁଣି ଥରେ ଆସାମ ପୋଲିସ ଗିରଫ କରିଛି। ବିଧାୟକ ଜିଗ୍ନେଶ ମେଭାନିଙ୍କୁ ତାଙ୍କ ଟୁଇଟ ସହ ଜଡିତ ଏକ...

ରାଲି ପାଇଁ ତୃଣମୂଳକୁ ଅନୁମତି ଭାଜପାକୁ ମନା

କୋଲକାତା, ୬।୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତା ଦଖଲ ପାଇଁ ଶାସକ ତୃଣମୂଳ ମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି...

ପ୍ରଥମଥର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ଯୋଗୀ ଆଦିତ୍ୟନାଥ!

ଲକ୍ଷ୍ନୌ,୨ ।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମଥର ଲାଗି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଜଣାପଡିଛି । ଶନିବାର ଖବରାତାଙ୍କ ସହ କଥା...

‘ବ୍ରାହ୍ମଣ’ର ଅର୍ଥ ବୁଝାଇଲେ ମନ୍ତ୍ରୀ

ଲକ୍ଷ୍ନୌ,୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସିଲାଣି । ଇତିମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା...

ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ମୂଳପୋଛ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ ଆସନ ମଧ୍ୟରୁ ଭାଜପା ୫ଟିରେ ଆଗୁଆ ରହିଥିବାବେଳେ କଂଗ୍ରେସ ୨ଟିରେ ଆଗୁଆ ରହିଛି। ତେବେ ଏଠାରେ ଆମ୍‌...

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଆଦେଶ ଉପରେ ରୋକୋ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୫: କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ ସମୟରେ ସମ୍ପୁର୍ଣ୍ଣ ବେତନ ଦେଇପାରୁ ନ ଥିବା କମ୍ପାନୀ ବିରୋଧରେ ହୋଇଥିବା ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି...

‘ଭାରତରେ ହିଜାବ ପିନ୍ଧିବାର ଆବଶ୍ୟକତା ନାହିଁ’

ଭୋପାଳ,୧୭।୨: ମୁସଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧି କ୍ଲାସରେ ବସିବାକୁ ନ ଦିଆଯିବାରୁ କର୍ନାଟକର ଉଡୁପି ଜିଲାରୁ ଆରମ୍ଭ ହୋଇଥିବା ବିବାଦ ଏବେ ବିଭିନ୍ନ ରାଜ୍ୟକୁ ବ୍ୟାପିଛି।...

ସଚ୍ଚୋଟ ଟିକସଦାତାଙ୍କୁ ମୋଦିଙ୍କ ନୂଆ ଉପହାର

ନୂଆଦିଲ୍ଲୀ, ୧୩।୮: ଦେଶର ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ନୂଆ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଟିକସ ବ୍ୟବସ୍ଥାରେ...

Advertisement
Archives

Model This Week