Posted inଜାତୀୟ

ଚିଦାମ୍ବରମଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ,୨୨ା୮(ପି.ଟି./ଆଇଏଏନ୍‌ଏସ୍‌): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବହୁଚର୍ଚ୍ଚିତ ଆଇଏନ୍‌ଏକ୍ସ ମିଡିଆ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ସନ୍ଧ୍ୟା ୫ଟା ୪୫ ମିନିଟରେ ୫ ଦିନିଆ ରିମାଣ୍ଡରେ ନେଇଛି। ବୁଧବାର ରାତିରେ ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ସ୍ବତନ୍ତ୍ର ଅଦାଲତ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହାଜତରେ ରଖି ଜେରା କରିବା ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି। ଏହାସହ ଚିଦାମ୍ବରମଙ୍କ ଓକିଲ ଓ ପରିବାର ଲୋକେ ହାଜତରେ ତାଙ୍କୁ ଦିନକୁ ଅଧଘଣ୍ଟା ଲେଖାଏ ଭେଟି ପାରିବେ ବୋଲି ଅଦାଲତଙ୍କ ନିର୍ଦ୍ଦେଶ ରହିଛି। ଫଳରେ ଜାତୀୟ ରାଜନୀତିର ଏହି ପ୍ରଭାବଶାଳୀ ରାଜନେତା ଓ ବରିଷ୍ଠ ଆଇନଜୀବୀଙ୍କୁ ଶକ୍ତ ଝଟକା ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏସ୍‌-୪୦୦ ଚୁକ୍ତିକୁ ନେଇ ରୁଷିଆ, ଭାରତ ପ୍ରତିବଦ୍ଧ’

ନୂଆଦିଲ୍ଲୀ, ୧୫ା୪: ଏସ୍‌-୪୦୦ ମିସାଇଲ ଚୁକ୍ତି ଅନୁସାରେ ଧାର୍ଯ୍ୟ ସମୟ ସୀମା ଏବଂ ଅନ୍ୟାନ୍ୟ ଦାୟିତ୍ୱ ନିର୍ବାହ ନିମନ୍ତେ ଉଭୟ ଭାରତ ଓ ରୁଷିଆ ପ୍ରତିବଦ୍ଧ...

ଜିଲା ନିର୍ବାଚନ ଅଧିକାରୀଙ୍କ ଫ୍ଲେକ୍ସରେ ନିର୍ଭୟା ଗଣବଳାତ୍କାରୀଙ୍କ ଫଟୋ

ହୋସିୟାରପୁର,୨୦।୭: ପଞ୍ଜାବ ହୋସିୟାରପୁର ଜିଲାର ନିର୍ବାଚନ ଅଧିକାରୀ ଲୋକଙ୍କ ସଚେତନତା ପାଇଁ ଲଗାଇଥିବା ଫ୍ଲେକ୍ସରେ ନିର୍ଭୟା ଗଣବଳାତ୍କାରୀଙ୍କ ଫଟୋକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି।...

ଅଗଷ୍ଟ ୧୫ ପର୍ଯ୍ୟନ୍ତ ସବୁ ଅଧିକାରୀଙ୍କ ଛୁଟି ବାତିଲ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି। ଏପଟେ ଛୁଟିରେ ଥିବା...

କରୋନାର ପ୍ରଭାବରେ ଅର୍ଥବ୍ୟବସ୍ଥା ଟଳମଳ: ଭାରତର ଅଭିବୃଦ୍ଧି ହାରକୁ କମାଇଲା ମୁଡିଜ୍‌

ନୂଆଦିଲ୍ଲୀ,୧୭।୨: ପୃଥିବୀର ଦ୍ୱିତୀୟ ବୃହତମ ଅର୍ଥ ବ୍ୟବସ୍ଥା ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଅନ୍ତର୍ଜାତୀୟ ବଜାର ବେଶ୍‌ ପ୍ରଭାବିତ ହୋଇଛି। କରୋନା ଯୋଗୁ...

ବିମାନ ବନ୍ଦର ପାଚେରି ଡେଇଁ ହେଲିକପ୍ଟରକୁ ପଥର ମାରିଲେ ଯୁବକ

ଭୋପାଳ,୩।୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ରାଜା ଭୋଜ ବିମାନବନ୍ଦରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ରବିବାର ଏଠାରେ ବିମାନ ବନ୍ଦରର ପାଚେରି ଡେଇଁ ଜଣେ ଯୁବକ...

ଇଣ୍ଡିଆ ବଦଳରେ ଭାରତ

ନୂଆଦିଲ୍ଲୀ,୩୦ା୫(ପି.ଟି.): ସମ୍ବିଧାନ ସଂଶୋଧନ କରି ଦେଶର ନଁ। ଇଣ୍ଡିଆ ବଦଳରେ ‘ଭାରତ’ କିମ୍ବା ‘ହିନ୍ଦୁସ୍ଥାନ’ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମକୋର୍ଟରେ...

ଉଭୟ ଗୃହ ସାଇନ୍‌-ଏ-ଡାଏ

ନୂଆଦିଲ୍ଲୀ,୧୪।୧୨(ପି.ଟି.): ପାର୍ଲାମେଣ୍ଟର ଉଭୟ ଗୃହକୁ ଶୁକ୍ରବାର ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଚଳିତ ଶୀତ ଅଧିବେଶନରେ ଲୋକ ସଭା ୧୩୦ ଘଣ୍ଟା ୪୫ ମିନିଟ କାର୍ଯ୍ୟ କରିଥିବା...

ଭାଙ୍ଗିବ ଚନ୍ଦ୍ରାବାବୁଙ୍କ ବିଳାସମୟ କୋଠା: ମୁଖ୍ୟମନ୍ତ୍ରୀ ଜଗନ ମୋହନ ଦେଲେ ନିର୍ଦ୍ଦେଶ

ହାଇଦ୍ରାବାଦ,୨୪।୬: ଆନ୍ଧ୍ରପ୍ରଦେଶ ଅମରାବତୀରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବାସଭବନ ‘ପ୍ରଜା ବେଦିକା’ ଏବେ ଭାଙ୍ଗିବାକୁ ଯାଉଛି। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟର ନବନିର୍ବାଚିତ...

Advertisement
Archives

Model This Week