Posted inଜାତୀୟ

ଚିଟ୍‌ଫଣ୍ଡ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୧।୧୧: ଚିଟ୍‌ଫଣ୍ଡ ସଂଶୋଧନ ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ଚିଟ୍‌ଫଣ୍ଡ ଜମାରାଶି ସୀମା ୩ ଗୁଣ ବଢ଼ାଯାଇଛି। ଏହି ଫଣ୍ଡ ପରିଚାଳନା ବାବଦରେ ଜମାକାରୀଙ୍କୁ ୭ ପ୍ରତିଶତ କମିଶନ ଦେବାକୁ ପଡିବ। ବର୍ତ୍ତମାନ ତାହା ୫ ପ୍ରତିଶତ ରହିଛି। ଚିଟ୍‌ଫଣ୍ଡକୁ ଅଧିକ ମର୍ଯ୍ୟାଦାଜନକ କରିବା ପାଇଁ ଏହାକୁ ଭ୍ରାତୃତ୍ୱ ପାଣ୍ଠି, ରୋଟେଟିଂ ସେଭିଙ୍ଗ୍‌ସ ଆଣ୍ଡ କ୍ରେଡିଟ୍‌ ଆସୋସିଏଶନ ଭାବେ ନାମିତ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଚିଟ୍‌ଫଣ୍ଡ ଆଇନସମ୍ମତ ଓ ଏହାକୁ ନେଇ କେହି ଦ୍ୱନ୍ଦ୍ୱରେ ପଡିବା ଉଚିତ ନୁହେଁ॥ ଅନିୟମିତ ଜମା ଯୋଜନା ବା ପୋଞ୍ଜି ସ୍କିିମ୍‌ରେ ଅନେକେ ସେମାନଙ୍କ ଜମାରାଶି ହରାଇଛନ୍ତି।
ବିଲ୍‌ରେ ବ୍ୟକ୍ତିବିଶେଷ କିମ୍ବା ୪ ଜଣରୁ କମ୍‌ ଅଂଶୀଦାରଙ୍କ ଦ୍ୱାରା ପରିଚାଳିତ ଚିଟଫଣ୍ଡରେ ସର୍ବାଧିକ ଚିଟ୍‌ ପରିମାଣ ୧ ଲକ୍ଷ ଟଙ୍କାରୁ ୩ ଲକ୍ଷକୁ ବୃଦ୍ଧିକରିବା ପ୍ରସ୍ତାବ ରହିଥିଲାବେଳେ ୪ କିମ୍ବା ତଦୂର୍ଦ୍ଧ୍ୱ ଅଂଶୀଦାର ଗଠନ କରିଥିବା ସଂସ୍ଥା ଦ୍ୱାରା ପରିଚାଳିତ ଚିଟ୍‌ଫଣ୍ଡରେ ସର୍ବାଧିକ ଚିଟ୍‌ ପରିମାଣ ୬ ଲକ୍ଷରୁ ୧୮ ଲକ୍ଷ ଟଙ୍କାକୁ ବଢ଼ାଯାଇଛି।
ଚିଟ୍‌ଫଣ୍ଡ ବିଲ୍‌ ଉପରେ ଆଲୋଚନାରେ ଭାଗନେଇ ବିଭିନ୍ନ ଦଳର ସଦସ୍ୟମାନେ ଜମାକାରୀଙ୍କ ଟଙ୍କା ହଡପ କରିଥିବା ଚିଟ୍‌ଫଣ୍ଡ ପରିଚାଳକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅନ୍ୟପକ୍ଷରେ ସରକାର ନେଇଥିବା ପଦକ୍ଷେପକୁ ଭାଜପା ସଦସ୍ୟମାନେ ପ୍ରଶଂସା କରିବା ସହ ଏହାଦ୍ୱାରା ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ଜମାଅର୍ଥ ସୁରକ୍ଷିତ ରହିପାରିବ ବୋଲି କହିଥିଲେ। ବିଲ୍‌ ଆଣିବାରେ ବିଳମ୍ବକୁ ନେଇ ଟିଏମ୍‌ସି ସଦସ୍ୟ ସୌଗତ ରାୟ ପ୍ରଶ୍ନ ଉଠାଇଥିଲେ। ଗତବର୍ଷ ଅଗଷ୍ଟରେ ଅର୍ଥ ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟି ସୁପାରିସ୍‌ କରିବା ସତ୍ତ୍ୱେ ସଂଶୋଧିତ ବିଲ୍‌ ଆଣିବାକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଲାଗିଗଲା ବୋଲି ସେ କହିଥିଲେ। ଜନସାଧାରଣ ଏଭଳି ଆର୍ଥିକ ବ୍ୟବସ୍ଥାରେ ଠକାମିର ଶିକାର ହେଉଥିବାରୁ ଦେଶରେ ଅର୍ଥନୈତିକ ସାକ୍ଷରତାର ଆବଶ୍ୟକତା ରହିଥିବା ଭାଜପା ଏମ୍‌ପି ମୀନାକ୍ଷୀ ଲେଖି କହିଥିଲେ। ବ୍ୟାଙ୍କ ୮ରୁ ୯ ପ୍ରତିଶତ ସୁଧ ଦେଉଥିଲାବେଳେ ଜଣେ କିପରି ୩୦ରୁ ୪୦ ପ୍ରତିଶତ ସୁଧ ଦେଇପାରିବ, ସାଧାରଣ ଜମାକାରୀ ତାହା ଜାଣି ନ ପାରି ଠକାମିରେ ପଡିଥାନ୍ତି ବୋଲି ସେ କହିଥିଲେ।
ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଥିଲେ, ଚିଟ୍‌ଫଣ୍ଡ ଜମାକାରୀ ବୀମା ପାଇଁ ଆବେଦନ କରିପାରିବେ। ତେବେ ଏହା ଜମାକାରୀଙ୍କ ଉପରେ ଅଧିକ ବୋଝ ପକାଇବାକୁ ଥିବାରୁ ସରକାର ଏହାକୁ ଅନିବାର୍ଯ୍ୟ କରିନାହାନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଚିଟ୍‌ଫଣ୍ଡ ଠକେଇ ମାମଲାଗୁଡ଼ିକର ତଦନ୍ତ କରୁଛନ୍ତି। ସେମାନଙ୍କ ତଦନ୍ତ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ ହେବା ସହ ଗରିବ ଜମାକାରୀ ଯଥାଶୀଘ୍ର ସମ୍ଭବ ସେମାନଙ୍କ ଟଙ୍କା ଫେରିପାଇବା ଦିଗରେ ପଦକ୍ଷେପ ନିଆଯିବା ଜରୁରୀ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?