Posted inଜାତୀୟ

ଚିଟ୍‌ଫଣ୍ଡ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୧।୧୧: ଚିଟ୍‌ଫଣ୍ଡ ସଂଶୋଧନ ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ଚିଟ୍‌ଫଣ୍ଡ ଜମାରାଶି ସୀମା ୩ ଗୁଣ ବଢ଼ାଯାଇଛି। ଏହି ଫଣ୍ଡ ପରିଚାଳନା ବାବଦରେ ଜମାକାରୀଙ୍କୁ ୭ ପ୍ରତିଶତ କମିଶନ ଦେବାକୁ ପଡିବ। ବର୍ତ୍ତମାନ ତାହା ୫ ପ୍ରତିଶତ ରହିଛି। ଚିଟ୍‌ଫଣ୍ଡକୁ ଅଧିକ ମର୍ଯ୍ୟାଦାଜନକ କରିବା ପାଇଁ ଏହାକୁ ଭ୍ରାତୃତ୍ୱ ପାଣ୍ଠି, ରୋଟେଟିଂ ସେଭିଙ୍ଗ୍‌ସ ଆଣ୍ଡ କ୍ରେଡିଟ୍‌ ଆସୋସିଏଶନ ଭାବେ ନାମିତ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଚିଟ୍‌ଫଣ୍ଡ ଆଇନସମ୍ମତ ଓ ଏହାକୁ ନେଇ କେହି ଦ୍ୱନ୍ଦ୍ୱରେ ପଡିବା ଉଚିତ ନୁହେଁ॥ ଅନିୟମିତ ଜମା ଯୋଜନା ବା ପୋଞ୍ଜି ସ୍କିିମ୍‌ରେ ଅନେକେ ସେମାନଙ୍କ ଜମାରାଶି ହରାଇଛନ୍ତି।
ବିଲ୍‌ରେ ବ୍ୟକ୍ତିବିଶେଷ କିମ୍ବା ୪ ଜଣରୁ କମ୍‌ ଅଂଶୀଦାରଙ୍କ ଦ୍ୱାରା ପରିଚାଳିତ ଚିଟଫଣ୍ଡରେ ସର୍ବାଧିକ ଚିଟ୍‌ ପରିମାଣ ୧ ଲକ୍ଷ ଟଙ୍କାରୁ ୩ ଲକ୍ଷକୁ ବୃଦ୍ଧିକରିବା ପ୍ରସ୍ତାବ ରହିଥିଲାବେଳେ ୪ କିମ୍ବା ତଦୂର୍ଦ୍ଧ୍ୱ ଅଂଶୀଦାର ଗଠନ କରିଥିବା ସଂସ୍ଥା ଦ୍ୱାରା ପରିଚାଳିତ ଚିଟ୍‌ଫଣ୍ଡରେ ସର୍ବାଧିକ ଚିଟ୍‌ ପରିମାଣ ୬ ଲକ୍ଷରୁ ୧୮ ଲକ୍ଷ ଟଙ୍କାକୁ ବଢ଼ାଯାଇଛି।
ଚିଟ୍‌ଫଣ୍ଡ ବିଲ୍‌ ଉପରେ ଆଲୋଚନାରେ ଭାଗନେଇ ବିଭିନ୍ନ ଦଳର ସଦସ୍ୟମାନେ ଜମାକାରୀଙ୍କ ଟଙ୍କା ହଡପ କରିଥିବା ଚିଟ୍‌ଫଣ୍ଡ ପରିଚାଳକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅନ୍ୟପକ୍ଷରେ ସରକାର ନେଇଥିବା ପଦକ୍ଷେପକୁ ଭାଜପା ସଦସ୍ୟମାନେ ପ୍ରଶଂସା କରିବା ସହ ଏହାଦ୍ୱାରା ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ଜମାଅର୍ଥ ସୁରକ୍ଷିତ ରହିପାରିବ ବୋଲି କହିଥିଲେ। ବିଲ୍‌ ଆଣିବାରେ ବିଳମ୍ବକୁ ନେଇ ଟିଏମ୍‌ସି ସଦସ୍ୟ ସୌଗତ ରାୟ ପ୍ରଶ୍ନ ଉଠାଇଥିଲେ। ଗତବର୍ଷ ଅଗଷ୍ଟରେ ଅର୍ଥ ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟି ସୁପାରିସ୍‌ କରିବା ସତ୍ତ୍ୱେ ସଂଶୋଧିତ ବିଲ୍‌ ଆଣିବାକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଲାଗିଗଲା ବୋଲି ସେ କହିଥିଲେ। ଜନସାଧାରଣ ଏଭଳି ଆର୍ଥିକ ବ୍ୟବସ୍ଥାରେ ଠକାମିର ଶିକାର ହେଉଥିବାରୁ ଦେଶରେ ଅର୍ଥନୈତିକ ସାକ୍ଷରତାର ଆବଶ୍ୟକତା ରହିଥିବା ଭାଜପା ଏମ୍‌ପି ମୀନାକ୍ଷୀ ଲେଖି କହିଥିଲେ। ବ୍ୟାଙ୍କ ୮ରୁ ୯ ପ୍ରତିଶତ ସୁଧ ଦେଉଥିଲାବେଳେ ଜଣେ କିପରି ୩୦ରୁ ୪୦ ପ୍ରତିଶତ ସୁଧ ଦେଇପାରିବ, ସାଧାରଣ ଜମାକାରୀ ତାହା ଜାଣି ନ ପାରି ଠକାମିରେ ପଡିଥାନ୍ତି ବୋଲି ସେ କହିଥିଲେ।
ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଥିଲେ, ଚିଟ୍‌ଫଣ୍ଡ ଜମାକାରୀ ବୀମା ପାଇଁ ଆବେଦନ କରିପାରିବେ। ତେବେ ଏହା ଜମାକାରୀଙ୍କ ଉପରେ ଅଧିକ ବୋଝ ପକାଇବାକୁ ଥିବାରୁ ସରକାର ଏହାକୁ ଅନିବାର୍ଯ୍ୟ କରିନାହାନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଚିଟ୍‌ଫଣ୍ଡ ଠକେଇ ମାମଲାଗୁଡ଼ିକର ତଦନ୍ତ କରୁଛନ୍ତି। ସେମାନଙ୍କ ତଦନ୍ତ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ ହେବା ସହ ଗରିବ ଜମାକାରୀ ଯଥାଶୀଘ୍ର ସମ୍ଭବ ସେମାନଙ୍କ ଟଙ୍କା ଫେରିପାଇବା ଦିଗରେ ପଦକ୍ଷେପ ନିଆଯିବା ଜରୁରୀ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷ ତଳେ ହଜିଯାଇଥିବା ପର୍ସ ମିଳିଲା, ସେଥିରେ ଥିବା ଟଙ୍କା…

ମୁମ୍ବାଇ,୯।୮: ୧୪ ବର୍ଷ ପୂର୍ବେ ହଜିଯାଇଥିବା ପୁରୁଣା ପର୍ସ ଟଙ୍କା ସହ ଫେରି ପାଇଲେ ଜଣେ ବ୍ୟକ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ୨୦୦୬...

ମହାକାଳେଶ୍ୱର ମନ୍ଦିରରେ ଅଭିଷେକ କଲେ ଯୋଗୀ ଆଦିତ୍ୟନାଥ

ଉଜୈନ,୧୩।୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ୱ ପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ବାବା ମହାକାଳଙ୍କୁ ପୂଜା ଓ ଅଭିଷେକ କରିବା ପରେ ନନ୍ଦୀ ହଲରେ...

ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ରିସର୍ଟ ପଲିଟିକ୍ସ

ଅହମଦାବାଦ, ୭ା୬: ଜୁନ୍‌ ୧୯ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସ ହଡବଡ଼େଇ ଯାଇଛି। ବିଶେଷକରି ୩ ବିଧାୟକଙ୍କ ଇସ୍ତଫା ପରେ...

କରୋନାରେ ମୃତ୍ୟୁବରଣ କରିଥିବା ବାପାଙ୍କ ଅନ୍ତିମ ସଂସ୍କାର କଲେ ୩ ଝିଅ

ଭାରୁଚ, ୧।୯: ଗୁଜରାଟର ଭାରୁଚ ସହରରୁ ଝିଅଙ୍କ କର୍ତ୍ତବ୍ୟକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣି କୌଣସି ବାପା ଗର୍ବ ଅନୁଭବ...

ନିର୍ବାଚନ ଫଳାଫଳ ଘୋଷଣାକୁ ପୂରିଲା ମାସେ: ଭାଜପା ୨୦୨୪ ପାଇଁ କରୁଛି ଯୋଜନା; କଂଗ୍ରେସ ଅଧ୍ୟକ୍ଷ ପଦ ଏବଂ ମନ୍ଥନରେ ବ୍ୟସ୍ତ

ନୂଆଦିଲ୍ଲୀ, ୨୩।୬: ଲୋକ ସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଭାଜପା ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହୋଇଛି। ମେ ୨୩ରେ ଫଳାଫଳ ପ୍ରକାଶ...

ପୁଣି ବଢ଼ିଲା ଦୈନିକ ମୃତ୍ୟୁ ସଂଖ୍ୟା, ଦୈନିକ ସଂକ୍ରମଣ ୨୦ ହଜାର ତଳେ…

ନୂଆଦିଲ୍ଲୀ, ୨୦।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ତେବେ ମୃତ୍ୟୁ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦୈନିକ...

ଭାରତ-ଚାଇନା ସୀମା ବିବାଦ, ପାକିସ୍ତାନ ସହ କଥାବାର୍ତ୍ତାକୁ ନେଇ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୩ ଦେଶ(ଜାପାନ, ପପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆ)କୁ ୬ ଦିନିଆ ଗସ୍ତରେ ଯାଇଛନ୍ତି। ହେଲେ ଏହି ଗସ୍ତ...

ନିଜ ହେଲିକପ୍ଟରକୁ ଖସାଇଥିଲା ଆଇଏଏଫ୍‌

ନୂଆଦିଲ୍ଲୀ,୨୫ା୫: ପୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟ୍‌ ଶିବିରରେ ଭାରତୀୟ ବାୟୁସେନା (ଆଇଏଏଫ୍‌) ପକ୍ଷରୁ କରାଯାଇଥିବା ଏୟାର୍‌ଷ୍ଟ୍ରାଇକ୍‌ରେ ୩୫୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା ଦାବି...

Advertisement
Archives

Model This Week