ଚାଷୀଙ୍କ ଲାଗି ସ୍ବେଚ୍ଛାକୃତ ହେବ ଫସଲ ବୀମା ଯୋଜନା

ନୂଆଦିଲ୍ଲୀ,୧୬-୭: କେନ୍ଦ୍ର ସରକାର ଖୁବଶୀଘ୍ର ପିଏମ୍‌ କିଷାନ ଫସଲ ବୀମା ଯୋଜନାରେ ଏକାଧିକ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ସାମିଲ ହେବା ଏଣିକି ଚାଷୀଙ୍କ ଲାଗି ସ୍ବେଚ୍ଛାକୃତ ହେବ। ଏହି ଯୋଜନାରୁ ଉଚ୍ଚ ପ୍ରିମିୟମଯୁକ୍ତ ଫସଲଗୁଡ଼ିକୁ ବାଦ୍‌ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି। ତାଙ୍କର କହିବାନୁଯାୟୀ, ଜଳସେଚନ ଅଞ୍ଚଳ ଅନୁଯାୟୀ ଫସଲର ପ୍ରିମିୟମ ନିର୍ଦ୍ଧାରିତ ହେବ। ଜଳସେଚନ କ୍ଷେତ୍ରର ୫୦ ପ୍ରତିଶତରୁ ଅଧିକ ସ୍ଥାନରେ ଫସଲ ହେଉଥିଲେ ୨୫% ଏବଂ ୫୦%ରୁ କମ୍‌ ହେଲେ ପ୍ରିମିୟମ ସିଲିଂ ୩୦% ହେବ। ବର୍ତ୍ତମାନର ପ୍ରିମିୟମ ଦର ହିସାବରେ ଖରିଫ ଫସଲ ଉପରେ ୨%, ରବି ଫସଲ ଉପରେ ୧.୫%, ଔଦ୍ୟୋଗିକ ଏବଂ ବାଣିଜ୍ୟ ଫସଲ ଉପରେ ୫% ପ୍ରିମିୟମ ରାଶି ଚାଷୀ ଦେଉଛନ୍ତି। ପ୍ରତ୍ୟେକ ପ୍ରିମିୟମ ଉପରେ ଚାଷୀଙ୍କୁ ଫସଲ ବୁଣା ପୂର୍ବରୁ ଏବଂ ପରବର୍ତ୍ତୀ ଅବଧି ଲାଗି ବ୍ୟାପକ ବୀମା ଉପଲବ୍ଧ କରାଯାଉଛି। ୨୦୧୬ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ସରକାରଙ୍କ ନିକଟକୁ ୨୦୧୭ ସେପ୍ଟେମ୍ବର ସୁଦ୍ଧା ୨ ହଜାର କୋଟି ଟଙ୍କାର ପ୍ରିମିୟମ ଆସିଛି। ଏହି ସମୟରେ ସରକାର ୮ ହଜାର କୋଟି ଟଙ୍କାର ବୀମା ଦାବି ପ୍ରଦାନ କରିଛନ୍ତି। ବର୍ତ୍ତମାନ ଫସଲ ବୀମାର ଲାଭ ଦେଶର ୩୦% ଫସଲ ଉତ୍ପାଦନ ହେଉଥିବା ଅଞ୍ଚଳରେ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ପରଟାରେ ୫% ଜିଏସ୍‌ଟି

ନୂଆଦିଲ୍ଲୀ,୧୪।୬: ରେଡି ଟୁ ଇଟ୍‌ ବା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଫ୍ରୋଜେନ ପରଟା ଉପରେ ୧୮% ଜିଏସ୍‌ଟି ଲାଗୁ ହେବ। ପ୍ଲେନ୍‌ ବା ସାଧାରଣ ପରଟା...

ଚାହିଦା ବଢ଼ାଇବ ସ୍କ୍ରାପେଜ୍‌ ପଲିସି

ସଫଳତାର ଅର୍ଥ ବ୍ୟକ୍ତିଠୁ ବ୍ୟକ୍ତି ଭିନ୍ନ ହୋଇଥାଏ। ଏହା ରାତାରାତି ଆସେ ନାହିଁ। ଏଥିପାଇଁ ସ୍ବପ୍ନ ଲୋଡ଼ା, ଯାହା ରାତିରେ ଶୋଇବାକୁ ଦେବ ନାହିଁ। ଏକ...

ଆଲାପ୍‌ ଆପ୍‌ ଲୋକାର୍ପଣ

ଭୁବନେଶ୍ୱର,୩୧।୧:  ଭାରତୀୟ ଟେକ୍ନୋଲୋଜିରେ ନିର୍ମିତ ସୋସିଆଲ ମିଡିଆ ଆପ୍‌ ‘ଆଲାପ୍‌’ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଝାରପଡା ଅଞ୍ଚଳର ଏକ ହୋଟେଲ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି...

ବଢ଼ି ନ ପାରେ ମୋରାଟୋରିୟମ ଅବଧି

ମୁମ୍ବାଇ,୩୦।୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଅଗଷ୍ଟ ୩୧ ପରେ ମୋରାଟୋରିୟମ ଅବଧିକୁ ବୃଦ୍ଧି କରି ନ ପାରେ। ଏହା ବଢ଼ାଇବା ଦ୍ୱାରା ବ୍ୟାଙ୍କଗୁଡିକ ଉପରେ...

ଗୀତମ୍‌ରେ ଏମ୍‌ବିବିଏସ୍‌ ନାମଲେଖା

ବିଶାଖାପାଟଣା,୧୮-୬:ଗୀତମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ ଆଣ୍ଡ ରିସର୍ଚ୍ଚ( ଜିଆଇଏମ୍‌ଏସ୍‌ ଆର୍‌)ରେ ଏମ୍‌ବିବିଏସ୍‌ ନାମଲେଖା ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଗୀତମ ଡିମ୍‌ଡ ୟୁନିଭର୍ସିଟିର ମେଡିକାଲ...

ଆଇଟି ରିଟର୍ନ ଫାଇଲିଂ ସୀମା ନଭେମ୍ବର ୩୦ ଯାଏ ବୃଦ୍ଧି

ନୂଆଦିଲ୍ଲୀ,୫।୭:  ୨୦୧୯-୨୦ ଲାଗି ଆୟକର ରିଟର୍ନ (ଆଇଟିଆର୍‌) ଫାଇଲିଂ କରିବାର ଶେଷ ତାରିଖ ଚଳିତ ବର୍ଷ ନଭେମ୍ବର ୩୦ ଯାଏ ବୃଦ୍ଧି କରାଯାଇଛି। ବର୍ତ୍ତମାନ ବଜାରର...

୧୪ରୁ ଜୀ ସାର୍ଥକରେ ‘ସର୍ବଜିତା ଅନୁ’

କଟକ,୧୨ ।୩ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଏକ ଚିର ପରିଚିତ ନାମ ଅନୁ ଚୌଧୁରୀ। ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ...

ୟୁନୋ ଉପଭୋକ୍ତାଙ୍କ ସଂଖ୍ୟା ୧୬ ନିୟୁତ ଟପିଲା

ଭୁବନେଶ୍ୱର,୧୪-୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଡିଜିଟାଲ ପ୍ଲାଟଫର୍ମ ୟୋନୋର ୟୁଜର ବେସ୍‌ ବା ଉପଭୋକ୍ତା ସଂଖ୍ୟା ୧୬ ନିୟୁତ ଟପିଥିବା ଜଣାପଡିଛି। ଶୁଭାରମ୍ଭ...

Advertisement
Archives

Model This Week