ଚାଷୀଙ୍କ କାମରେ ଲାଗୁନି ସ୍ଲୁଇସ ଗେଟ୍‌

ନାଉଗାଁ,୫ା୮(ସ୍ବ.ପ୍ର.): ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିବା ସହ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ସର୍ବ ପ୍ରଥମ ଆବଶ୍ୟକତା ଜଳସେଚନ ସୁବିଧା ନ ଥିବାରୁ ଚାଷୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନାଉଗାଁ ବ୍ଲକରେ ସାଧାରଣତଃ ଚାଷୀଙ୍କ ଏକମାତ୍ର ଭରସା ହେଉଛି ବର୍ଷାଜଳ। ଚଳିତବର୍ଷ ଅନିୟମିତ ବର୍ଷା ଯୋଗୁ ଚାଷକାର୍ଯ୍ୟ ଗାଁ ବିଶେଷ ଭାବେ ପ୍ରଭାବିତ ହୋଇଛି। କେନାଲ, ଉଠା ଜଳସେଚନ ପ୍ରକଳ୍ପ, ସ୍ଲୁଇସ ଗେଟ୍‌ ଆଦି ମାଧ୍ୟମରେ ଜଳସେଚନ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସେସବୁ କାଗଜ କଲମରେ ଚାଲିଛି। ଅନେକ ସ୍ଥାନରେ ସ୍ଲୁଇସ ଗେଟ୍‌ ଓ ଚେକ ଡ୍ୟାମ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଫଳରେ ସେସବୁ ଚାଷୀଙ୍କ କାମରେ ଲାଗୁନାହିଁ। ଏହି ବ୍ଲକ ତିରୁଣା ପଞ୍ଚାୟତ ପୂର୍ବ ଦିଗରେ ରହିଛି ବାଉଁଶ ଯୋରୀ। ଉକ୍ତ ପଞ୍ଚାୟତ ଖାଲୁଆ ଅଞ୍ଚଳ ହୋଇଥିବାବେଳେ ଏହି ଯୋରୀ ମାଧ୍ୟମରେ ତିରୁଣା ସମେତ ଜାମୁଗାଁ, ଡାବର, କୋରୁଅ ଆଦି ପଞ୍ଚାୟତର ଚାଷଜମିରୁ ବନ୍ୟାଜଳ ନିଷ୍କାସିତ ହୋଇଥାଏ। ଗୋବରୀ ଓ ଦେବୀ ନଦୀରେ ବନ୍ୟା ଆସିଲେ ଏହି ଯୋର ଦେଇ ଡାବର, ତିରୁଣା, ଜାମୁଗାଁ ପଞ୍ଚାୟତର ଚାଷଜମି ଜଳମଗ୍ନ ହୋଇଥାଏ। ନଦୀରୁ ପାଣି ନ କମିବା ପର୍ଯ୍ୟନ୍ତ ଚାଷଜମି ବୁଡି ରହିଥାଏ। ଫଳରେ ଜଳ ନିଷ୍କାସନରେ ବିଳମ୍ବ ହୋଇଥାଏ। ଅଲଣା ପଞ୍ଚାୟତ ଦେଇ ପ୍ରବାହିତ ହାତୀ ଯୋରରେ ଅଲଣା, ନୂଆଗାଁ, ଗଜରାଜପୁର, ଘୋଡାଂଶ, ଜାମୁଗାଁ ପଞ୍ଚାୟତର ଉଦ୍‌ବୃତ ଜଳ ଦେବୀ ନଦୀକୁ ନିଷ୍କାସିତ ହୁଏ। ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଧାୟକ ଉମେଶ ସ୍ବାଇଁଙ୍କ ପ୍ରଚେଷ୍ଟାରେ ୧୯୮୦ରେ କୋରୁଅ ପଞ୍ଚାୟତ ତେଲସରାଠାରେ ଡ୍ରେନେଜ ବିଭାଗ ଦ୍ୱାରା ଏକ ସ୍ଲୁଇସ ଗେଟ୍‌ ନିର୍ମାଣ ହୋଇଥିଲା। ଏହା ଦ୍ୱାରା ବନ୍ୟାଜଳ ରୋକିବା ସହ ମରୁଡ଼ି ସମୟରେ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଦୀର୍ଘ ୩୯ ବର୍ଷ ହେଲା ଏହା ନିର୍ମାଣ ହୋଇଥିବାବେଳେ ମରାମତି ଅଭାବରୁ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି।
ଫଳରେ ଏହା ଦ୍ୱାରା ଜଳ ସଂରକ୍ଷିତ ହୋଇପାରୁନି। ଏହି ସ୍ଲୁଇସ ଗେଟ୍‌ ଉପରେ ତିରୁଣା, ଡାବର, ଜାମୁଗାଁ ଓ କୋରୁଅ ପଞ୍ଚାୟତ ଅଧୀନ ବହୁ ଗ୍ରାମର ଚାଷୀ ନିର୍ଭରଶୀଳ। ଏହି ସ୍ଲୁଇସ ଗେଟ୍‌ର କବାଟଗୁଡିକ ଭାଙ୍ଗିଗଲାଣି। ଯଦି ଏହା ମରାମତି କରାଯାଆନ୍ତା, ତେବେ ବର୍ତ୍ତମାନ ସ୍ବଳ୍ପବୃଷ୍ଟି ସମୟରେ ହଜାର ହଜାର ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇପାରନ୍ତା ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତି ଦାବିରେ ସ୍ଥାନୀୟ ଯୁବକଙ୍କ ଧାରଣା

ପାଟଣା,୨୭ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥର ଖିରେଇଟାଙ୍ଗିରି ଟୋଲଗେଟ୍‌ ସମ୍ମୁଖରେ ଗୁରୁବାର ସ୍ଥାନୀୟ...

ଆଜି ଦେବଗଡ଼ ବନ୍ଦ

ଦେବଗଡ଼,୨୨ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଦାବିରେ ଏହି...

ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ଠେଲାପେଲା

କୋଣାର୍କ,୨୯।୧୨(ଡି.ଏନ୍‌.ଏ.): ରାଜ୍ୟରେ ଏବେ ଶୀତର ପ୍ରକୋପ ସହ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଗତ କିଛିଦିନ ହେଲା କୋଣାର୍କରେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ତେବେ ମଙ୍ଗଳବାର...

ଝଡବର୍ଷା: ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ

କୋକସରା,୨୯।୫(ଡି.ଏନ.ଏ.) ହଠାତ୍‌ କାଳବୈଶାଖୀ ପ୍ରଭାବରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅଞ୍ଚଳରେ ରବିବାର ଝଡବର୍ଷା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।...

ଲକ୍‌ଡାଉନ୍‌: କଳାବଜାର ରୋକିବାକୁ ଦେବଗଡ଼ ଜିଲା ପୋଲିସର ବୈଠକ

ଦେବଗଡ଼,୨୮।୩(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାର ରୋକିବା ପାଇଁ ଦେବଗଡ଼ ଆଦର୍ଶ ଥାନା ପରିସରରେ ଜିଲା ପୋଲିସ ପକ୍ଷରୁ ସ୍ଥାନୀୟ...

ସୋରଡା ଡାକ୍ତରଖାନାରେ ବିରଳ ଅସ୍ତ୍ରୋପଚାର

ସୋରଡା,୧୦।୫: ଗଞ୍ଜାମ ଜିଲା ସୋରଡା ସରକାରୀ ଡାକ୍ତରଖାନାରେ ଏକ ବିରଳ ଅସ୍ତ୍ରୋପଚାର ଦୀର୍ଘ ୩ ଘଣ୍ଟାରେ ସଫଳ ହୋଇଛି । ଧରାକୋଟ ବ୍ଲକ ଶିଙ୍ଗିପୁର ଗ୍ରାମର...

ଗୋପନରେ ଚାଲିଛି ବାଲ୍ୟ ବିବାହ

ମହାକାଳପଡ଼ା, ୨୬।୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁଦିନ ବାଲ୍ୟ ତଥା ନାବାଳିକା ବିବାହ ବୃଦ୍ଧି ପାଇବାରେ ଲାଗିଛି। ଏହା ଏକ ସାମାଜିକ...

ଓଡ଼ିଶାରେ ‘ଆଦିପୁରୁଷ’ ଚଳଚ୍ଚିତ୍ରକୁ ବ୍ୟାନ୍‌ କରାଯାଉ

ପୁରୀ,୨୩ା୬(ଅଜିତ୍‌ ମହାନ୍ତି):‘ଆଦିପୁରୁଷ’ ଚଳଚ୍ଚିତ୍ରରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର, ମହାବୀର ହନୁମାନ ଏବଂ ରାବଣଙ୍କ ଚରିତ୍ରକୁ କଦର୍ଥ ଭାବେ ଚିତ୍ରଣ କରାଯାଇ ଅପମାନିତ କରାଯାଇଛି ବୋଲି...

Advertisement
Archives

Model This Week