‘ଚାଷୀଙ୍କୁ ବିହନ, ସାର ଯୋଗାଇ ଦେବାକୁ ଗୁରୁତ୍ୱ’

କେନ୍ଦୁଝର, ୨୧ା୫ (ସ୍ବ.ପ୍ର./ଡି.ଏନ.ଏ.)-ଚାଷ କାର୍ଯ୍ୟ ପାଇଁ ୨୦୨୦ ମସିହା ଖରିଫ ଋତୁରେ ଚାଷୀମାନଙ୍କୁ ଯଥା ସମୟରେ ବିହନ ଓ ସାର ଯୋଗାଇ ଦେବା ପାଇଁ ଜିଲାପାଳ ଆଶିଷ ଠାକ୍‌ରେ ଗୁରୁତ୍ୱାରୋପ କରିଛନ୍ତି ା ଚଳିତ ମେ’ ୧୯ ତାରିଖରେ ଅନୁଷ୍ଠିତ ଜିଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକରେ ଅଧ୍ୟକ୍ଷତା କରି ଚାଷୀମାନେ ଯେପରି ଯଥା ସମୟରେ ଧାନ, ମକା ଓ ଅନ୍ୟାନ୍ୟ ବିହନ ଉଚିତ ମୂଲ୍ୟରେ ପାଇ ପାରିବେ ଏବଂ ପ୍ୟାକ୍ସ, ଲ୍ୟାମ୍ପ୍‌ ମଧ୍ୟରେ ଧାର୍ଯ୍ୟ ଦରରେ ସାର ପାଇପାରିବେ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଜିଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ୍‌-୧୯ ପ୍ରଭାବରେ ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ ପ୍ରଭାବିତ ହୋଇଥିବାରୁ ନିର୍ଦ୍ଧାରିତ ଦରରେ ଚାଷୀମାନେ ପାଇବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ‘ଆତ୍ମା’ ଯୋଜନା ଅନ୍ତର୍ଗତ ୨୭ ତମ ଗଭର୍ନିଂ ବଡି ମିଟିଂ ଅନୁଷ୍ଠିତ ହୋଇଥିଲା। ଚଳିତ ଖରିଫ ଋତୁରେ ଚାଷୀମାନଙ୍କ ପାଇଁ କ୍ଷେତ୍ର ପ୍ରଦର୍ଶନ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଇତ୍ୟାଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ତତ୍‌ସହିତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନର ଏକଜିକ୍ୟୁଟିଭ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ ଯୋଜନାରେ ଧାନ, ଡାଲି ଜାତୀୟ ଫସଲ ଓ ମକା ଚାଷର କ୍ଷେତ୍ର ପ୍ରଦର୍ଶନ ବିଷୟରେ ଆଲୋଚନା କରାଯାଇ ଯୋଜନା ପ୍ରସ୍ତୁତ ହୋଇଥିଲା। ମୁଖ୍ୟ ଜିଲା କୃଷି ଅଧିକାରୀ ଶରତ ଚନ୍ଦ୍ର ମହାପାତ୍ର, ଉପନିର୍ଦ୍ଦେଶକ ଉଦ୍ୟାନ ଓମ୍‌ପ୍ରକାଶ ରଥ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ଅରୁଣ କୁମାର ଦାଶ, ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଗଜେନ୍ଦ୍ର କୁମାର ବେହେରାଙ୍କ ସମେତ ବିଭିନ୍ନ ଆନୁଷଙ୍ଗିକ ବିଭାଗର ଅଧିକାରୀ ଉକ୍ତ ବୈଠକରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଲିଭିଗଲା ୩ ଜଣଙ୍କ ଜୀବନଦୀପ

ବାଲିଆପାଳ,୮।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖାଳମୁହାଣି ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ...

ପୂରଣ ହେବ ରାମିଆଳ ସେତୁ ସ୍ବପ୍ନ

ଭୁବନ, ୨୫।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଦେଇ ପ୍ରବାହିତ ରାମିଆଳ ନଦୀ ଉପରେ ନିର୍ମାଣ ହେବ ସେତୁ। ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶୁକ୍ରବାର...

ଦାଦାବଟି ଆଦାୟ ଅଭିଯୋଗ: ପେସାଦାର ଅପରାଧୀ ଗଲେ ଜେଲ୍‌

ଦିଗପହଣ୍ଡି,୩୧ା୧୦: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ, ଲଙ୍ଗଳଦେଇ ପ୍ରଭୃତି ଅଞ୍ଚଳରେ ଥିବା କ୍ରସର ୟୁନିଟ, ଇଟାଭାଟି, ପଥର ଖାଦାନ ସମେତ ବିଭିନ୍ନ ଠିକାଦାରଙ୍କ...

ଖଣି କାର୍ଯ୍ୟ ରୋକିଲେ କ୍ଷତିଗ୍ରସ୍ତ

ଛେଣ୍ଡିପଦା,୨୧ା୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ରାଇଝରଣ ପଞ୍ଚାୟତର ରାଇଝରଣ, କାଉଁଶିିପ, ଗୋଳାଗାଡିଆ, ଧୋବାମଳିହା ଗ୍ରାମବାସୀ ନାଲ୍‌କୋ ପାଇଁ କୋଇଲା ଖନନ କରୁଥିବା ଘରୋଇ କମ୍ପାନୀରେ...

ଇନ୍ସପେକ୍ଟରସ୍ତରରେ ଅଦଳ ବଦଳ

ବାରିପଦା ଅଫିସ,୪ା୧୧- ଇଷ୍ଟର୍ଣ୍ଣ ରେଞ୍ଜ ପୋଲିସ ଆଇଜି ଦିପ୍ତେଶ ପଟ୍ଟନାୟକ ମଙ୍ଗଳବାର ଇନ୍ସପେକ୍ଟରସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ମୟୂରଭଞ୍ଜ, ଭଦ୍ରକ ଓ...

ନିର୍ବାଚନୀ ହିଂସା: ଗ୍ୟାରେଜରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୧୭ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟଦାନ ବୁଧବାର ସରିଛି। ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ରୋହିଗାଁରେ ବୁଧବାର ବିଳମ୍ବିତ ରାତିରେ...

୪ରୁ ଖୋଲିବ ହାଇକୋର୍ଟ: ଶୁଣାଣି କରିବେ ୫ ବିଚାରପତି

କଟକ ଅଫିସ, ୩।୫: ଆସନ୍ତା ୪ ତାରିଖ ଅର୍ଥାତ୍‌ ସୋମବାରଠାରୁ ଓଡ଼ିଶା ହାଇକୋର୍ଟ ପୂର୍ବଭଳି କାର୍ଯ୍ୟ କରିବ। ପୂର୍ବାହ୍ନ ୧୧ଟାରେ ବିଭିନ୍ନ ମାମଲାର ବିଚାର ହେବ।...

ଗଞ୍ଜାମ-ଖୋର୍ଦ୍ଧା ଚେକ୍‌ପୋଷ୍ଟ ଅନୁଧ୍ୟାନ କଲେ ଗଞ୍ଜାମ ଏସ୍‌ପି, କେବଳ ମେଡିକାଲ ଯିବାକୁ ଦେଲେ ଅନୁମତି

ଛତ୍ରପୁର,୧୯ା୭(ଡି.ଏନ୍‌.ଏ.) : ଗଞ୍ଜାମ-ଖୋର୍ଦ୍ଧା ସୀମା ଗୁରାପଲି ଚେକ୍‌ପୋଷ୍ଟରେ ପହଞ୍ଚି ଏସ୍‌ପି ବ୍ରିଜେଶ କୁମାର ରଏ ଅନୁଧ୍ୟାନ କରିଛନ୍ତି। କେବଳ ମେଡିକାଲ କେସ ପାଇଁ ଜିଲା ବାହାରକୁ...

Advertisement
Archives

Model This Week