Posted inଜାତୀୟ

ଚାଲିଛି ରାହୁଲଙ୍କ ଉତ୍ତରାଧିକାରୀ ଖୋଜା: ଚର୍ଚ୍ଚାରେ ପାଇଲଟ୍‌, ସିନ୍ଧିଆଙ୍କ ନାମ

ନୂଆଦିଲ୍ଲୀ, ୫ା୮(ପି.ଟି.): କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲ୍ୟୁସି) ବୈଠକ ଅଗଷ୍ଟ ୧୦ରେ ବସିବାକୁ ଯାଉଛି। ଏହି ବୈଠକରେ ଦଳର ନେତା କିଏ ହେବ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଗତ ମେ ୨୫ରେ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ। ଦଳରେ ନେତୃତ୍ୱ ସଙ୍କଟକୁ ନେଇ ବରିଷ୍ଠ ନେତା ଶଶୀ ଥରୁର୍‌, କରନ୍‌ ସିଂ, ଅମରିନ୍ଦର ସିଂ ପ୍ରମୁଖ ସ୍ବର ଉଠାଇଥିଲେ ହେଁ କିଛି ସୁଫଳ ମିଳିପାରି ନାହିଁ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ଲଗି ଅନିଚ୍ଛା ପ୍ରକାଶ କରିଛନ୍ତି। ଗାନ୍ଧୀ ପରିବାରରୁ କେହି ଦଳର ଅଧ୍ୟକ୍ଷ ହେବେ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ୧୦ ତାରିଖ ପୂର୍ବାହ୍ନ ୧୧ଟାରେ ସିଡବ୍ଲ୍ୟୁସି ବୈଠକ ଅନୁଷ୍ଠିତ ହେବ ବୋଲି ଦଳର ସାଙ୍ଗଠନିକ ସମ୍ପାଦକ କେ.ସି. ବେଣୁଗୋପାଳ ଟୁଇଟ୍‌ କରିଛନ୍ତି। ପାର୍ଲାମେଣ୍ଟ ଅଧିବେଶନ ୭ରେ ଶେଷ ହେବ। ତେଣୁ ୧୦ରେ ହେବାକୁ ଥିବା ବୈଠକରେ କଂଗ୍ରେସ ନେତୃତ୍ୱ କାହାକୁ ଦିଆଯିବ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ସିଡବ୍ଲ୍ୟୁସି ବୈଠକ ୧୦ରେ ବସିବାକୁ ଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ଦଳର ବରିଷ୍ଠ ନେତା ସଚିନ୍‌ ପାଇଲଟ୍‌ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ। ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରା ମଧ୍ୟ ଏହି ଦୁଇ ନେତାଙ୍କ ନାମ ରବିବାର ପ୍ରସ୍ତାବ ଦେଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଦଳର ମୁଖ୍ୟ ପଦରେ ଜଣେ ଯୁବ, ଅଭିଜ୍ଞ, ଦକ୍ଷ ଓ ସାଙ୍ଗଠନିକ ଅଭିଜ୍ଞତା ସମ୍ପନ୍ନ ନେତାଙ୍କୁ ବସାଇବା ଲାଗି ପ୍ରସ୍ତାବ ଦେଇଥିବାବେଳେ ଏ ଦୁହିଙ୍କ ପାଖରେ ଏଭଳି ଦକ୍ଷତା ରହିଥିବା ଦେଓରା ପ୍ରକାଶ କରିଛନ୍ତି। ଦଳକୁ ଆଗେଇ ନେବାରେ ଏମାନେ ସକ୍ଷମ ହୋବେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏ ଦୁହି ନେତାଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟବର୍ତ୍ତିକାଳୀନ ଅଧ୍ୟକ୍ଷ ପଦ ମିଳିବା ଦରକାର। ପରେ ଦଳରେ ନିର୍ବାଚନ କରାଯାଇ ଅଧ୍ୟକ୍ଷ ନିଯୁକ୍ତି କରାଯିବା ସପକ୍ଷରେ ସେ ମତ ଦେଇଛନ୍ତି। ଅଧ୍ୟକ୍ଷ ପଦ ବାଛିବାରେ ବିଳମ୍ବ ହେଲେ ଦଳ ବହୁ କ୍ଷତି ସହିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହା କିପରି ସ୍ବାଧିନତା: ୪ ବର୍ଷ ହେବ ଗୁମ୍ଫାରେ ରହୁଛନ୍ତି ୮ ପରିବାର

ବିଳାସପୁର,୧୫।୮: ଦେଶ ପାଳନ କରିଛି ୭୪ ତମ ସ୍ବାଧିନତା ଦିବସ। ହେଲେ ଆଜି ବି କେତେକ ସ୍ଥାନରେ ପରାଧିନତାର ଝଲକ ଦେଖିବାକୁ ମିଳୁଛି। ମଣ୍ଡି ଓ...

ଭାଜପାକୁ ଝଟ୍‌କା ଦେବାକୁ ଦିଦି ପ୍ରସ୍ତୁତ, ୨୪ ବିଧାୟକଙ୍କ ସହ ଯୋଗାଯୋଗ ସ୍ଥାପନ ଦାବି…

କୋଲକାତା,୭।୯: ଭାଜପା ବିଧାୟକ ସୋମେନ ରାୟ ତୃଣମୂଳ କଂଗ୍ରେସ( ଟିଏମସି)କୁ ଫେରିବାର କିଛି ଦିନ ବିତିଛି। ଏବେ ଦଳୀୟ ନେତା ମୁକୁଲ ରାୟ ଦାବି କରିଛନ୍ତି...

ସୁପ୍ରିୟା ସୁଲେ କେନ୍ଦ୍ରମନ୍ତ୍ରୀ ହେଲେ ମୁଁ ଆଶ୍ଚର୍ଯ୍ୟ ହେବିନି: ରାଜ ଠାକରେ

ମୁମ୍ବାଇ,୩।୭: ମହାରାଷ୍ଟ୍ରରେ ଅଜିତ ପାଓ୍ବାରଙ୍କ ଗୋଟିଏ ନିଷ୍ପତ୍ତି ରାଜନୀତିର ବାତାବରଣକୁ ଉଷ୍ମ କରିଦେଇଛି। ଅଜିତ ପାଓ୍ବାର ଉପ ମୁଖ୍ୟମନ୍ତ୍ରୀ ହେବା ପରେ ଶରଦ ପାଓ୍ବାରଙ୍କ ଗ୍ରୁପ...

୨ ଭାରତୀୟ ଯବାନ ନିହତ ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ: ଜୟଶଙ୍କର

ନୂଆଦିଲ୍ଲୀ/କିନ୍‌ସାସା,୨୭ା୭: ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ ସାଧାରଣତନ୍ତ୍ରରେ ଜାତିସଂଘ ବିରୋଧୀ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି। ସ୍ଥାନୀୟ ବିଦ୍ରୋହୀଙ୍କ ହିଂସାତ୍ମକ ଆନ୍ଦୋଳନବେଳେ ୧୦ ଜଣଙ୍କ ଜୀବନ ଯାଇଛି।...

ତେଜସ୍ୱୀ-ଚିରାଗଙ୍କ ମେଣ୍ଟ ଦେଖିବାକୁ ଚାହାନ୍ତି ଲାଲୁ

ପାଟନା,୩ ।୮: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର କହିଛନ୍ତି ବିଗତ ଦିନରେ ଲୋକ ଜନଶକ୍ତି ପାର୍ଟିରେ ଯାହା କିଛି ଘଟିଛି...

ସଂଭାଗରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ: ଜଣେ ପୋଲିସ ସମେତ ୨ ଆହତ

ଜମ୍ମୁ,୧୬ ।୮: ଗୋଟିଏ ପଟେ ଦେଶ ସ୍ୱାଧିନତାରେ ୭୫ ବର୍ଷ ପାଳନ କରୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀମାନେ କଶ୍ମୀର ସଂଭାଗର ଦୁଇଟି ସ୍ଥାନରେ ଗ୍ରେନେଡ ଆକ୍ରମଣ...

ମାନ ଅଭିମାନ ଶେଷ: ରାଜସ୍ଥାନରୁ ଉଭେଇଲା ରାଜନୈତିକ ଝଡ଼

ଜୟପୁର, ୧୨।୮: ଗତ କିିଛି ଦିନ ଧରି କଂଗ୍ରେସ ଶାସିତ ରାଜସ୍ଥାନ ସରକାରଙ୍କ ଘର କଳିର ଅନ୍ତ ଘଟିଛି। ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ...

କଂଗ୍ରେସ ନେତା ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ

ବେଙ୍ଗାଲୁରୁ, ୫।୧୦: କର୍ନାଟକ କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ଡି.କେ. ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବାରୁ ଏହି...

Advertisement
Archives

Model This Week