Posted inଫୁରସତ

ଚାଣକ୍ୟଙ୍କ ମୃତ୍ୟୁ ଆଜି ବି ରହସ୍ୟାବୃତ୍ତ

ପ୍ରାଚୀନ ଭାରତରେ ଏମିତି କିଛି ମହାନ ବ୍ୟକ୍ତି ଜନ୍ମଗ୍ରହଣ କରିଛନ୍ତି, ଯେ କି ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଇଛନ୍ତି। ସେହିପରି ଜଣେ ମହାନ୍‌ ବ୍ୟକ୍ତି ହେଉଛନ୍ତି ଚାଣକ୍ୟ। ଯିଏ ‘କୌଟିଲ୍ୟ’ ନାମରେ ସୁବିଖ୍ୟାତ। ଚାଣକ୍ୟ ତକ୍ଷଶୀଳା ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ ଥିଲେ। ସେ କେତେକ ଗ୍ରନ୍ଥ ମଧ୍ୟ ରଚନା କରିଯାଇଛନ୍ତି। ଯେଉଁଥିରୁ ‘ଅର୍ଥଶାସ୍ତ୍ର’ ପ୍ରମୁଖ ଅଟେ। ଅର୍ଥଶାସ୍ତ୍ରକୁ ମୌର୍ଯ୍ୟକାଳୀନ ଭାରତୀୟ ସମାଜର ଦର୍ପଣ କୁହାଯାଏ। ଏହା ବ୍ୟତୀତ ସେ ଏମିତି କିଛି କାମ କରିଯାଇଛନ୍ତି, ଯେଉଁଥିପାଇଁ ଲୋକେ ତାଙ୍କୁ ଆଜି ବି ମନେ ରଖିଛନ୍ତି। ଚାଣକ୍ୟଙ୍କ ଜନ୍ମ ଖ୍ରୀଷ୍ଟପୂର୍ବ ୩୭୫ରେ ହୋଇଥିଲା। ଖ୍ରୀଷ୍ଟପୂର୍ବ ୨୮୩ରେ ମୃତ୍ୟୁ ଘଟିଥିଲା। କିନ୍ତୁ ତାଙ୍କର ମୃତ୍ୟୁ କେମିତି ହୋଇଥିଲା ତାହା ରହସ୍ୟମୟ ହୋଇ ରହିଯାଇଛି।
ଚାଣକ୍ୟଙ୍କ ଅସଲ ନାମ ବିଷ୍ଣୁଗୁପ୍ତ ଥିଲା। ଏହି ନାମକୁ ସେ ନିଜେ ଦେଇଥିଲେ। କୁହାଯାଏ, ମଗଧ ରାଜା ଧନାନନ୍ଦଙ୍କ ଦ୍ୱାରା ରାଜଦ୍ରୋହ ଅପରାଧରେ ଚାଣକ୍ୟଙ୍କ ପିତା ଚଣକଙ୍କୁ ହତ୍ୟା କରିବା ପରେ ତାଙ୍କ ସୈନିକଙ୍କଠାରୁ ରକ୍ଷା ପାଇବା ପାଇଁ ନିଜ ନାମ ବଦଳାଇ ବିଷ୍ଣୁଗୁପ୍ତ ରଖିଥିଲେ। ଚାଣକ୍ୟ ନିଜ ପିତାଙ୍କ ହତ୍ୟାର ପ୍ରତିଶୋଧ ନେଇଥିଲେ। ନନ୍ଦବଂଶର ରାଜା ଧନାନନ୍ଦଙ୍କୁ ବହିଷ୍କାର କରି ତାଙ୍କ ସ୍ଥାନରେ ଚନ୍ଦ୍ରଗୁପ୍ତଙ୍କୁ ମଗଧର ରାଜା କରାଇଥିଲେ। କୌଟିଲ୍ୟ ବା ଚାଣକ୍ୟଙ୍କ ଦ୍ୱାରା ନନ୍ଦ ବଂଶର ବିନାଶ ହୋଇଥିଲା।
ସବୁଠାରୁ ରହସ୍ୟର କଥା ହେଲା ଚାଣକ୍ୟଙ୍କ ମୃତ୍ୟୁ। ମଗଧର ରାଣୀ ହେଲେନା ବିଷ ଦେଇ ତାଙ୍କୁ ମାରିଥିଲେ। ଆଉ ଏକ କାହାଣୀ ଅଛି, ରାଜା ବିନ୍ଦୁସାରଙ୍କ ମନ୍ତ୍ରୀ ସୁବନ୍ଧୁ ଚାଣକ୍ୟଙ୍କୁ ଜିଅନ୍ତା ଜାଳି ଦେଇଥିଲେ। ଯାହାଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିଲା। ଏଥିମଧ୍ୟରୁ କେଉଁ କାହାଣୀ ସତ ତାହା ଆଜିପର୍ଯ୍ୟନ୍ତ ରହସ୍ୟାବୃତ୍ତ ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଗାଁରେ ୪୦୦ରୁ ଅଧିକ ଯାଁଳା ପିଲା, ଆଜି ପର୍ଯ୍ୟନ୍ତ କାରଣ ଖୋଜି ପାଉନାହାନ୍ତି ବିଶେଷଜ୍ଞ

ଦୁନିଆରେ କିଛି ନା କିଛି ଅଜବ ଘଟଣା ଦେଖିବାକୁ ମିଳିଥାଏ। ଯାହା ଦେଶ ବିଦେଶରେ ଚର୍ଚ୍ଚା ହୋଇଥାଏ। କିଛି ବିଚିତ୍ର କଥା ଅଛି ଶୁଣିବା ପରେ...

ଶ୍ରୀଲଙ୍କାରେ ଠାବ ହେଲା ବିରଳ ଯମଜ ହାତୀ ଛୁଆ

କଲମ୍ବୋ, ୮।୭- ଦୁଇଟି ହାତୀ ଛୁଆ ସମାନ ମା’ଠାରୁ କ୍ଷୀର ଖାଉଥିବା ଶ୍ରୀଲଙ୍କାର ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି। ହାତୀଟି ଏହି ୨ଟି ବିରଳ ଯମଜ...

ମାର୍କେଟକୁ ଆସିଲା ଟଙ୍କା, ମୋବାଇଲ ସାନିଟାଇଜର

କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା ଏବଂ ବାରମ୍ବାର...

ଏମିତି ଗାଁ, ଯେଉଁଠି ଲୋକ ନାହାନ୍ତି

ରୋଜଗାର ଆଶାରେ ଅଧିକାଂଶ ଲୋକ ଗାଁ ଛାଡ଼ି ସହରମୁହଁା ହୋଇଛନ୍ତି। ସହରରେ ରୋଜଗାରର ପନ୍ଥା ଅଛି ସତ, ମାତ୍ର ଗାଁରେ ଯେଉଁ ଆନନ୍ଦ ତାହା ଦେଖିବାକୁ...

ନିଶାର ଖେଳ

ଗଲାକାଲି ରାତିରେ ସପନରେ ଦେଖିଲି ପୁଲିସବାବୁ ଦୋଷୀ ଭାବି ଜଣକୁ ଧରିକି ଜେରା କରୁଛନ୍ତି । ଭୟ ଦେଖେଇ ପିଟି ପିଟି ପଚାରୁଛନ୍ତି… ସତ କହ,...

ଦେଶର ପ୍ରଥମ ଡାଏନୋସର ପାର୍କ : ଏଠାରୁ ୩୬ ବର୍ଷ ତଳେ ମିଳିଥିଲା ଜୀବାଶ୍ମ

ଗୁଜରାଟର ବାଳାସିନୋରରେ ବିଶ୍ୱର ତୃତୀୟ ବଡ଼ ଏବଂ ଦେଶର ପ୍ରଥମ ଡାଏନୋସର ପାର୍କ ଖୁବ୍‌ଶୀଘ୍ର ଜନସାଧାରଣଙ୍କ ପାଇଁ ଖୋଲା ହେବାକୁ ଯାଉଛି। ଗୁଜରାଟର ପର୍ଯ୍ୟଟନ ବିଭାଗ...

ବାସ୍ତବ ଦୁନିଆର ‘ମୋଗଲି’: ଆଖି ପିଛୁଳାକେ ଚଢ଼ନ୍ତି ଗଛ, ଜଙ୍ଗଲରେ ବିତାନ୍ତି ସମୟ

ନୂଆଦିଲ୍ଲୀ: ଫିଲ୍ମ ‘ଜଙ୍ଗଲ ବୁକ୍‌’ରେ ବେଶ୍‌ ଲୋକପ୍ରିୟ ହୋଇଥିଲା ମୋଗଲି ଚରିତ୍ର। ଜଙ୍ଗଲରେ ରହିବା ସହ ପଶୁପକ୍ଷୀଙ୍କ ମଧ୍ୟରେ ସମୟ ବିତାଉଥିବାକୁ ନେଇ ଚଳଚ୍ଚିତ୍ରର କାହାଣୀ...

ବାପାଙ୍କ ପାର୍ଥିବ ଶରୀର ଆଗରେ ଗ୍ଲାମରସ୍‌ ପୋଜ୍‌ ଦେଲେ ଯୁବତୀ, ଆଉ ତା’ପରେ…

ସୋସିଆଲ ମିଡିଆରେ ଜଣେ ଆମେରିକୀୟ ଯୁବତୀଙ୍କ ଫଟୋ ଭାଇରାଲ ହୋଇଛି। ଫଟୋରେ ଯୁବତୀଙ୍କ ଜଣଙ୍କ ନିଜ ବାପାଙ୍କ ପାର୍ଥିବ ଶରୀର ନିକଟରେ ଗ୍ଲାମରସ୍‌ ଅନ୍ଦାଜରେ ପୋଜ...

Advertisement
Archives

Model This Week