ଚାକିରି କରାଇଦେବା କହି ୪୮ ଲକ୍ଷ ଠକେଇ ନକଲି ଭିସା:ଫ୍ଲାଇଟ୍‌ ଟିକେଟ ଦେଇ ଫସିଲେ ୩ କର୍ମଚାରୀ

ରଣପୁର,୨୦ା୧୧(ସ୍ବ.ପ୍ର.): ମାଲେସିଆରେ ଚାକିରି କରାଇଦେବା ବାହାନାରେ ନୟାଗଡ଼ ଜିଲା ରଣପୁର ବ୍ଲକ, ଖୋର୍ଦ୍ଧା ଜିଲା ବାଣପୁର, ବାଲୁଗଁା ଅଞ୍ଚଳର ପ୍ରାୟ ୬୦ ଜଣ ଯୁବକ ୪୮ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ନକଲି ଭିସା ଓ ଫ୍ଲାଇଟ୍‌ ଟିକେଟ ଦେଇ ଖସିଯାଉଥିବା ୩ କର୍ମଚାରୀଙ୍କୁ ବେକାର ଯୁବକମାନେ ଭୁବନେଶ୍ୱର ଏୟାରପୋର୍ଟରୁ ଉଠାଇଆଣି ରଣପୁର ଅଞ୍ଚଳରେ ଅଟକ ରଖିଛନ୍ତି। ହେଲେ ଏ ନେଇ ରଣପୁର ଥାନା ପୋଲିସ କିମ୍ବା କମିଶନରେଟ ପୋଲିସ ପାଖରେ ଖବର ନାହିଁ । ଧରପଗଡକୁ ଆଖିଆଗରେ ରଖି ବେକାର ଯୁବକମାନେ ଅଟକ ୩ କର୍ମଚାରୀଙ୍କ ବାରମ୍ବାର ସ୍ଥାନ ବଦଳାଉଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ଅନୁସାରେ ରଣପୁର ବ୍ଲକର ୧୭, ନୟାଗଡ଼ ବ୍ଲକର ୧୫, ବାଣପୁର, ବାଲୁଗଁା ଅଞ୍ଚଳର ୨୮ ଏପରି ମୋଟରେ ୬୦ ଜଣ ଯୁବକ ମାଲେସିଆରେ ଚାକିରି କରିବା ପାଇଁ ୮୦ ହଜାର ଟଙ୍କା ଲେଖାଏ ନୟାଗଡ଼ର ଜଣେ ଦଲାଲଙ୍କୁ ଦେଇଥିଲେ। ସୋମବାର ରାତିରେ ଏହି ଯୁବକମାନେ ଫ୍ଲାଇଟ୍‌ରେ ମାଲେସିଆ ଯିବାର ଥିଲା । ଏଣୁ ଯୁବକମାନେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚତ୍ଥିଲେ। ରାତି ପ୍ରାୟ ୧୦ଟାରେ ସେମାନଙ୍କୁ ସମ୍ପୃକ୍ତ ଦଲାଲଙ୍କ ୩ଜଣ କର୍ମଚାରୀ ଭେଟି ଭିସା ଓ ଫ୍ଲାଇଟ ଟିକେଟ୍‌ ଦେଇଥିଲେ। ତେବେ ଭିସାକୁ ଦେଖି କେତେଜଣ ଯୁବକଙ୍କ ସନ୍ଦେହ ହୋଇଥିଲା । ସେହିପରି ରାତି ୧ଟାରେ ଯେଉଁ ଫ୍ଲାଇଟ୍‌ ଟିକେଟ କରାଯାଇଥିଲା ତାହା ମଧ୍ୟ ସନ୍ଦେହଘେରକୁ ଆସିଥିଲା । ସେ ସମୟରେ ମାଲେସିଆକୁ କୌଣସି ଫ୍ଲାଇଟ୍‌ ଯାଉ ନ ଥିଲା । ଭିସା ଓ ଫ୍ଲାଇଟ ଟିକେଟ ନକଲି ବୋଲି ଜଣାପଡିବା ପରେ ବେକାର ଯୁବକମାନେ ଉତ୍ତେଜିତ ହୋଇ ନୟାଗଡ ଅଞ୍ଚଳର ମ୍ୟାନେଜର, ସେଲସ୍‌ ମ୍ୟାନ ଓ ଆକାଉଣ୍ଟାଣ୍ଟ ପ୍ରମୁଖ ୩ କର୍ମଚାରୀଙ୍କୁ ଉଠାଇ ନେଇଥିଲେ। ସୋମବାର ବିଳମ୍ବିତ ରାତିରୁ ଏହି ୩ ଯୁବକ ଅଟକ ଅଛନ୍ତି। ଘଟଣାର ୧୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ପରିବାର ସଦସ୍ୟ ଓ ପୋଲିସ ଅନ୍ଧାରରେ ଅଛନ୍ତି। ଅନ୍ୟପକ୍ଷେ ଚାକିରି ପାଇବା ଆଶାରେ କିଏ ଜମି ବିକିଛି ତ ଆଉ କିଏ ସ୍ତ୍ରୀଙ୍କ ଗହଣା ବିକି ଟଙ୍କା ଦେଇଛି। କେତେଜଣ କରଜ କରି ଟଙ୍କା ଦେଇଥିବା କହିଛନ୍ତି। ଠକେଇର ଶିକାର ହେବା ପରେ ସେମାନେ ବାଧ୍ୟ ହୋଇ ୩ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ବୋଲି ନିଜ ନଁା ଗୋପନ ରଖି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ କୁହନ୍ତି, ଲିଖିତ ଅଭିଯୋଗ ହୋଇନି। ତେବେ ଅଟକ କର୍ମଚାରୀଙ୍କୁ ଉଦ୍ଧାର କରାଯିବା ସହ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ଅକ୍ଟୋବର ୧୭ରେ ସୂର୍ଯ୍ୟଙ୍କ ବଡ଼ ଗୋଚର: ୩ ରାଶି ରୁହନ୍ତୁ ସାବଧାନ! ପାଖରୁ ଚାଲିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ମଧ୍ୟଭାଗରେ ଗ୍ରହ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରକୃତରେ, ବୈଦିକ କ୍ୟାଲେଣ୍ଡର ଅନୁସାରେ, ଆସନ୍ତା ଅକ୍ଟୋବର ୧୭…

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?