ଚାଇନା ସାମଗ୍ରୀ ଉପରେ କଟକଣା ଲଗାଇବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୧।୬: ସୀମାରେ ଚାଇନା ସେନାର ଆକ୍ରମଣ ଯୋଗୁ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦେଶ ମଧ୍ୟରେ ଚାଇନା ବିରୋଧୀ ସ୍ବର ତୀବ୍ର ହୋଇଛି। ଲୋକମାନେ ଚାଇନା ସାମଗ୍ରୀ ବର୍ଜନ ଲାଗି ପ୍ରଦର୍ଶନ କରିବା ସହ ପୋଡ଼ାଜଳା କରୁଛନ୍ତି। ଚାଇନା ସାମଗ୍ରୀ ଉପରେ ନିର୍ଭରତା କମାଇବା ସହ ଆତ୍ମନିର୍ଭର ଭାରତ ଯୋଜନାକୁ ଉତ୍ସାହିତ କରିବାକୁ ଭାରତ ସରକାର ଅଗ୍ରସର ହେଉଥିବା ଜଣାପଡିଛି। ଏହାକୁ ନେଇ କେନ୍ଦ୍ର ସରକାର ଦେଶର ଶିଳ୍ପଜଗତର ସହାୟତା ଲୋଡିଛନ୍ତି। ଯେଉଁ ସାମଗ୍ରୀଗୁଡିକ ଚାଇନାରୁ ମଗାଯାଉଛି ତା’ର ଏକ ତାଲିକା ପ୍ରସ୍ତୁତ କରିବାକୁ ଶିଳ୍ପଜଗତକୁ କୁହାଯାଇଛି। ବିସ୍ତୃତ ରିପୋର୍ଟ ମିଳିବା ପରେ ସରକାର ଅଣ ଅତ୍ୟାବଶ୍ୟକ ସାମଗ୍ରୀର ଚିହ୍ନଟ କରିବେ। ଏହାକୁ ଘରୋଇ ବଜାରରୁ ସଂଗ୍ରହ କରିବା ତଥା ଦେଶ ଭିତରେ ଏହାର ପ୍ରସ୍ତୁତି କରିବା ଉପରେ ଫୋକସ କରିବା ନେଇ ଯୋଜନା ରଖାଯାଇଛି।
ଚାଇନାର ବ୍ୟବହାରକୁ ନେଇ ସାରା ଦେଶରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସରକାରଙ୍କ ସହ ସାଧାରଣ ଲୋକ, ଶିଳ୍ପ ସଂଘ ବ୍ୟବସାୟୀ ମଧ୍ୟ ଚାଇନା ସାମଗ୍ରୀ ବୟକଟ କରିବା ଲାଗି ଅଡି ବସିଛନ୍ତି। ଚାଇନା ଉପରେ ନିର୍ଭରତା କମାଇବା ଲାଗି ସରକାର ମୁଖ୍ୟତଃ ୩ କୌଶଳ ଉପରେ କାର୍ଯ୍ୟ କରିବେ। ସ୍ବଳ୍ପ ମିଆଦୀ, ମଧ୍ୟମ ମିଆଦୀ ଏବଂ ଦୀର୍ଘ ମିଆଦୀ ଭିତ୍ତିରେ କାର୍ଯ୍ୟପନ୍ଥା ହାତକୁ ନିଆଯିବ। ଶିଳ୍ପଜଗତର ତାଲିକା ଆଧାରରେ ସ୍ବଳ୍ପ ମିଆଦୀ କାର୍ଯ୍ୟାନୁଷ୍ଠାନ ହାତକୁ ନିଆଯିବ। ସେହିଭଳି ଅନ୍ୟ ୨ ବର୍ଗର କାର୍ଯ୍ୟାନୁଷ୍ଠାନ ଲାଗି ସରକାର ତ୍ୱରିତ ଭିତ୍ତିରେ ବ୍ଲୁପ୍ରିଣ୍ଟ ହାତକୁ ନେବେ।
ଶିଳ୍ପ ପ୍ରୋତ୍ସାହନ ଏବଂ ଅନ୍ତଃ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ କୁହାଯାଇଛି ଯେ, କୌଶଳକୁ ନେଇ ଟ୍ରେଡ୍‌ ଆସୋସିଏଶନ ସହ ସମ୍ପର୍କ କରାଯାଇଛି। ସାମଗ୍ରୀର ତାଲିକା ମଗାଯାଇଛି। ଭାରତ ଚାଇନାଠାରୁ ଅଟୋମୋବାଇଲ, ଫାର୍ମାସ୍ୟୁଟିକାଲ, ଖେଳନା, ପ୍ଲାଷ୍ଟିକ ଭଳି ଅନ୍ୟ ବର୍ଗରେ ସାମଗ୍ରୀ ବୃହତ୍‌ ପରିମାଣରେ ଆମଦାନୀ କରୁଛି। ରିପୋର୍ଟ ମୁତାବକ ସରକାର ନିଜ କୌଶଳ ବଦଳାଇଛନ୍ତି। ସରକାରଙ୍କ ନଜର ବର୍ତ୍ତମାନ ଘରୋଇ କ୍ଷେତ୍ର ଉପରେ ରହିଛି। ଚାଇନା କମ୍ପାନୀଗୁଡିକର କିଛି ଚୁକ୍ତି ମଧ୍ୟ ବାତିଲ କରାଯାଇଥିବା ନଜରକୁ ଆସିଛି। ଏହା ମଧ୍ୟରେ ଟେଲିକମ ରେଳ ଏବଂ ମେଟ୍ରୋ ପ୍ରକଳ୍ପ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ବିଆଇ ଲାଇଫର ଡିଜିଟାଲ ଅଭିଯାନ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ‘ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ’ର ବହୁ ପ୍ରତୀକ୍ଷିତ ଡିଜିଟାଲ ଅଭିଯାନ ‘ପାପା ହୈ ନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା...

ଆଜିଠାରୁ ରାଉରକେଲା ବଜାରରେ ଅମୂଲ ସମ୍ଭାର

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାର୍କେଟିିଂ ଫେଡେରେଶନ୍‌ ଲିମିଟେଡ (ଜିସିଏମ୍‌ଏମ୍‌ଏଫ ଲିମିଟେଡ)ର ଅଗ୍ରଣୀ ବ୍ରାଣ୍ଡ୍‌ ‘ଅମୂଲ’ର ନୂତନ ଉତ୍ପାଦ...

ନ୍ୟୁ ରାଜସ୍ଥାନ କଟନ୍‌ଫାବ-୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହରିୟାଣାର କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆଠାରେ...

ଓପୋର ନୂତନ ଉତ୍ପାଦ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ତଥା ଓପୋ ଇଣ୍ଡିଆର ନୂତନ ଉତ୍ପାଦ ‘ଏଫ୨୭ ପ୍ରୋ+୫ଜି’ର ସର୍ବଭାରତୀୟ ଉନ୍ମୋଚନ (ଶୁଭାରମ୍ଭ) ନିକଟରେ ହୋଇଯାଇଛି। ଏ ସମ୍ପର୍କରେ...

ସିନେମା-ଟିକେଟ୍‌ ବ୍ୟବସାୟ ଜୋମାଟୋକୁ ବିକ୍ରି କରିବାକୁ ଯୋଜନା କରୁଛି ପେଟିଏମ୍‌: ରିପୋର୍ଟ

ମୁମ୍ବାଇ,୧୬ା୬: ପେଟିଏମ୍‌ ଏହାର ସିନେମା-ଟିକେଟ୍‌ ବ୍ୟବସାୟ ଅନଲାଇନ ଡେଲିଭରି ସଂସ୍ଥା ଜୋମାଟୋକୁ ବିକ୍ରୀ କରିବାକୁ ଆଲୋଚନା କରୁଥିବା ଜଣାପଡିଛି। ବିକ୍ରି ହ୍ରାସ ପାଇଥିବାରୁ କମ୍ପାନୀ ଏକ...

ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ଭାରତୀୟ ରେଳପଥ

ଭୁବନେଶ୍ୱର, ୧୬।୬ (ଅନୁରାଧା ମହାରଣା): ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳପଥ ଲିମ୍‌କା ବୁକ୍‌...

ବଜାରରେ ଅମୂଲର ନୂତନ ଉତ୍ପାଦ ସମ୍ଭାର

ଭୁବନେଶ୍ୱର,୧୬।୬ (ଅଭୟ ଦାଶ): ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାେକେଟିିଂ ଫେଡେରେଶନ ଲିମିଟେଡ୍‌ (ଜିସିଏମ୍‌ଏମ୍‌ଏଫ୍‌ ଲିମିଟେଡ୍‌) ର ଅଗ୍ରଣୀ ବ୍ରାଣ୍ଡ...

ବାପାଙ୍କ ପାଇଁ ୩୫% ପିଲା କରିଛନ୍ତି ସ୍ବାସ୍ଥ୍ୟବୀମା

ଭୁବନେଶ୍ୱର,୧୬।୬(ଅନୁରାଧା ମହାରଣା): ବାପାମାନେ ପରିବାରର ମୂଳଦୁଆ ହୋଇଥିବାବେଳେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନେ ଯଥା ସମ୍ଭବ ପ୍ରଚେଷ୍ଟା କରିଥା’ନ୍ତି। ପିଲାମାନେ ବର୍ତ୍ତମାନ ବାପାଙ୍କ ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri