ଚାଇନା ଲାବ୍‌ରେ କରୋନା ଔଷଧ

ବେଜିଂ,୨୧ା୫: ଚାଇନାର ଏକ ଲାବରେଟୋରିରେ ଏଭଳି ଔଷଧ ବିକଶିତ କରାଯାଇଛି, ଯାହା ମହାମାରୀ କରୋନା ଭାଇରସ୍‌କୁ ରୋକିପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ, ଟିକା ବିନା କରୋନା ଚିକିତ୍ସା ସମ୍ଭବ ହୋଇପାରିବ। ଗତବର୍ଷ ଶେଷଭାଗରେ ଚାଇନାରୁ ସାରା ବିଶ୍ୱକୁ ବ୍ୟାପିଚାଲିଛି ଏହି ଘାତକ ଭୂତାଣୁ। ଅଦ୍ୟାବଧି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ୩ ଲକ୍ଷ ୩୦ ହଜାର ଜୀବନ ଗଲାଣି। ସାରା ବିଶ୍ୱର ଗବେଷକମାନେ ଏହାର ଉପଯୁକ୍ତ ଚିକିତ୍ସା ଓ ଟିକା ଖୋଜିବାରେ ଲାଗିଛନ୍ତି। ଚାଇନାର ପ୍ରତିଷ୍ଠିତ ପେକିଂ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା ଟ୍ରାଏଲ କରାଯାଉଥିବା ଏହି ଔଷଧ ଦ୍ୱାରା ସଂକ୍ରମିତ ଲୋକଙ୍କ ଆରୋଗ୍ୟ ହେବା ସମୟ ହ୍ରାସ ହେବା ସହିତ ଭୂତାଣୁଠାରୁ ସ୍ବଳ୍ପକାଳୀନ ରୋଗ ପ୍ରତିରୋଧକ ଶକ୍ତି ମିଳିପାରିବ।
ବେଜିଂ ଆଡଭାନ୍ସଡ ଇନୋଭେଶନ୍‌ ସେଣ୍ଟର ଫର୍‌ ଜେନୋମିକ୍ସ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ସନ୍ନି ସି ନ୍ୟୁଜ୍‌ ଏଜେନ୍ସି ‘ଏଏଫ୍‌ପି’କୁ କହିଛନ୍ତି ଯେ, ପ୍ରାଣୀଙ୍କ ଦେହରେ ପରୀକ୍ଷା ପର୍ଯ୍ୟାୟରେ ଏହି ଔଷଧର ପ୍ରୟୋଗ ସଫଳ ହୋଇଛି। ସି କହିଛନ୍ତି ଯେ, ଯେତେବେଳେ ଆମେ ସଂକ୍ରମିତ ମୂଷାମାନଙ୍କୁ ‘ନ୍ୟୁଟ୍ରାଲାଇଜିଂ (ନିଷ୍କ୍ରିୟକାରୀ) ଆଣ୍ଟିବଡି’ ଇଞ୍ଜେକ୍ସନ ଦେଲୁ, ପାଞ୍ଚ ଦିନ ପରେ ସଂକ୍ରମଣ ଚାପ ୨୫୦୦ ଫ୍ୟାକ୍ଟର ହ୍ରାସ ପାଇଥିଲା।’ ଏହାର ଅର୍ଥ ହେଉଛି ଏହି ସମ୍ଭାବ୍ୟ ଔଷଧର ଚିକିତ୍ସା ପ୍ରଭାବ ରହିଛି ବୋଲି ସେ କହିଛନ୍ତି। ଏହି ଔଷଧ ‘ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି’ ବ୍ୟବହାର କରେ, ଯାହା କୋଷଗୁଡ଼ିକୁ ସଂକ୍ରମିତ କରୁଥିବା ଭୂତାଣୁକୁ ରୋକିବା ପାଇଁ ମାନବ ରୋଗ ପ୍ରତିରୋଧକ ପ୍ରଣାଳୀ ଦ୍ୱାରା ଉତ୍ପନ୍ନ ହୋଇଥାଏ। ସି ନେତୃତ୍ୱ ନେଉଥିବା ଟିମ୍‌ ଆରୋଗ୍ୟଲାଭ କରିଥିବା ୬୦ ରୋଗୀଙ୍କ ରକ୍ତରୁ ତାହାକୁ ପୃଥକ୍‌ କରିଥିଲେ। ଉକ୍ତ ଟିମ୍‌ର ଗବେଷଣା ଆଧ୍ୟାରିତ ଏକ ଅଧ୍ୟୟନ ସାଇଣ୍ଟିଫିକ୍‌ ଜର୍ନାଲ ‘ସେଲ୍‌’ରେ ରବିବାର ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ, ଆଣ୍ଟିବଡି ବ୍ୟବହାର କରିବା ଦ୍ୱାରା ଏହି ରୋଗ ପାଇଁ ସମ୍ଭାବ୍ୟ ଉପଶମ ମିଳିଥାଏ ଏବଂ ଆରୋଗ୍ୟଲାଭ ହେବା ଅବଧି କମିଯାଏ। ଆଣ୍ଟିବଡି ଖୋଜିବାରେ ତାଙ୍କ ଟିମ୍‌ ଦିନରାତି କାର୍ଯ୍ୟ କରିଥିଲା ବୋଲି ସିି କହିଛନ୍ତି। ଇମ୍ୟୁନୋଲୋଜି(ରୋଗ ପ୍ରତିରୋଧକ ବିଜ୍ଞାନ) କିମ୍ବା ଭାଇରୋଲୋଜି (ଭୂତାଣୁ ବିଜ୍ଞାନ) ଅପେକ୍ଷା ଏକକ କୋଷ (ସିଙ୍ଗଲ ସେଲ୍‌) ଜେନୋମିକ୍ସ ହେଉଛି ଆମର ପାରଦର୍ଶିତା। ଏକକ ସେଲ୍‌ ଜେନୋମିକ୍‌ ପ୍ରଭାବଶାଳୀ ଭାବେ ‘ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି’କୁ ଖୋଜି ପାଇପାରିବ ବୋଲି ହୃଦୟଙ୍ଗମ କରିବା ପରେ ଆମେ ଆନନ୍ଦିତ ହୋଇଥିଲୁ। ଏହି ଔଷଧ ଚଳିତ ବର୍ଷ ଶେଷ ସୁଦ୍ଧା ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଯିବା ଉଚିତ, ଯଦ୍ଦ୍ବାରା ଥଣ୍ଡା ପାଗରେ କୌଣସି ଭାଇରସ୍‌ର ସମ୍ଭାବ୍ୟ ପ୍ରକୋପକୁ ସାମ୍ନା କରିହେବ ବୋଲିି ସି କହିଛନ୍ତି। ଔଷଧର କ୍ଲିନିକାଲ ପରୀକ୍ଷା ପାଇଁ ଯୋଜନା ଚାଲିଛି। ଚାଇନାରେ କରୋନା ମାମଲା ହ୍ରାସ ପାଇଥିବାରୁ ଅଷ୍ଟ୍ରେଲିଆ କିମ୍ବା ଅନ୍ୟ ଦେଶରେ ଏହି ପରୀକ୍ଷା କରାଯିବ। ସେ କହିଛନ୍ତି ଯେ, ଆଶା କରୁଛି ଏହି ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ଏକ ବିଶେଷ ଔଷଧ ହୋଇପାରେ, ଯାହା ମହାମାରୀକୁ ରୋକିପାରିବ।
ଜଣେ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ମାନବ ପରୀକ୍ଷଣ ପର୍ଯ୍ୟାୟରେ ଚାଇନାର ପାଞ୍ଚଟି ସମ୍ଭାବ୍ୟ କରୋନା ଟିକା ଅଛି। କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ଯେ, ଗୋଟିଏ ଟିକା ବିକାଶତ କରିବା ପାଇଁ ୧୨ ରୁ ୧୮ ମାସ ସମୟ ଲାଗିପାରେ। ଅନ୍ୟପକ୍ଷରେ ବୈଜ୍ଞାନିକମାନେ ପ୍ଲାଜ୍‌ମାର ସମ୍ଭାବ୍ୟ ଉପକାରିତାକୁ ଇଙ୍ଗିତ କରିଛନ୍ତି। କାରଣ ଆରୋଗ୍ୟ ବ୍ୟକ୍ତିଙ୍କ ପ୍ଲାଜ୍‌ମାରୁ ଯେଉଁ ଆଣ୍ଟିବଡି ବିକଶିତ ହେଉଛି ତାହା ଭୂତାଣୁ ଆକ୍ରମଣରୁ ରକ୍ଷା କରେ। ଚାଇନାରେ ୭୦୦ରୁ ଊର୍ଦ୍ଧ୍ୱ ରୋଗୀ ପ୍ଲାଜ୍‌ମା ଥେରାପି ପାଇଛନ୍ତି, ଯାହାର ବହୁତ ଭଲ ଚିକିତ୍ସା ପ୍ରଭାବ ରହିଥିବା କୁହାଯାଉଛି। ହେଲେ ପ୍ଲାଜ୍‌ମା ଯୋଗାଣ ସୀମିତ ବୋଲି ସି କହିଛନ୍ତି। ଏହାସହ ତାଙ୍କ ଟିମ୍‌ ଦ୍ୱାରା ବିକଶିତ ଔଷଧରେ ୧୪ଟି ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ବ୍ୟବହାର ହୋଇଛି ଏବଂ ଶୀଘ୍ର ବହୁ ପରିମାଣର ଉତ୍ପାଦନ ହୋଇପାରିବ ବୋଲି ସେ କହିଛନ୍ତି। ଔଷଧ ଚିକିତ୍ସାରେ ଆଣ୍ଟିବଡି ବ୍ୟବହାର ନୂଆ ନୁହେଁ ଏବଂ ଏହା ଅନ୍ୟାନ୍ୟ ଭୂତାଣୁ ଯଥା ଏଚ୍‌ଆଇଭି, ଇବୋଲା ଏବଂ ମିଡିଲ୍‌ ଇଷ୍ଟ ରେସ୍ପିରାଟୋରି ସିଣ୍ଡ୍ରୋମ (ଏମ୍‌ଇଆରଏସ୍‌)ର ଚିକିତ୍ସାରେ ସଫଳ ହୋଇଛି। ଚାଇନାରେ କରୋନାର ପ୍ରକୋପ ପ୍ରାରମ୍ଭରେ ଏବଂ ଅନ୍ୟ ଦେଶଗୁଡ଼ିକୁ ବ୍ୟାପିବା ପୂର୍ବରୁ ଗବେଷକମାନେ ଏହି ଔଷଧ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି ସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିବ ୧୨ ଲକ୍ଷ

ନୂଆଦିଲ୍ଲୀ, ୨୨।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯୨ହଜାର ୯୧୫ରେ ପହଞ୍ଚିଛି।...

‘ଭାରତ ସବୁବେଳେ ଆଫଗାନିସ୍ତାନ ସହ ରହିଆସିଛି’

କାବୁଲ,୨୭ା୫: ବିଭିନ୍ନ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ତାଜିକିସ୍ତାନର ରାଜଧାନୀ ଦୁଶାନ୍‌ବେରେ ଏକାଠି ହୋଇ ଆଫଗାନିସ୍ତାନରେ ଅଶାନ୍ତି  ଉପରେ ଆଲୋଚନା କରିଛନ୍ତି। ଶୁକ୍ରବାର ଦୁଶାନ୍‌ବେରେ...

୧୫୩ ଗଣମାଧ୍ୟମ ସଂସ୍ଥାରେ ତାଲା

କାବୁଲ,୧୫।୯: ଆଫଗାନିସ୍ତାନ ତାଲିବାନ ଶାସନ ଅଧୀନକୁ ଯିବା ପରେ ସେଠାରେ ମାସକରୁ କମ୍‌ ସମୟ ମଧ୍ୟରେ ୧୫୩ଟି ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଗଲାଣି। ଟୋଲୋ ନ୍ୟୁଜ୍‌...

ଏଲନ ମସ୍କଙ୍କ ବଢ଼ିଲା ସମସ୍ୟା: ଟୁଇଟର ସୋର୍ସ କୋଡ ଅନଲାଇନରେ ଲିକ୍‌…

ଓ୍ବାଶିଂଟନ,୨୭।୩ : ଏଲନ ମସ୍କଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ଟୁଇଟର ସୋର୍ସ କୋଡ ଅନଲାଇନରେ ଲିକ ହୋଇଛି। ସୋର୍ସ କୋଡ ହେଉଛି ମୌଳିକ କମ୍ପ୍ୟୁଟର...

ପାକ୍‌ ଜେଲରେ ୨୮୨ ଭାରତୀୟ

ଇସ୍‌ଲାମାମାଦ,୨ା୧(ପି.ଟି.): ପାକିସ୍ତାନର ଜେଲ୍‌ଗୁଡ଼ିକରେ ୨୮୨ ଭାରତୀୟ ବନ୍ଦୀ ରହିଛନ୍ତି। ପାକିସ୍ତାନ ପକ୍ଷରୁ ଭାରତକୁ ହସ୍ତାନ୍ତର କରାଯାଇଥିବା କଏଦୀଙ୍କ ତାଲିକାରୁ ଏହା ଜଣାପଡ଼ିଛି। ଉଭୟ ଦେଶ ପରସ୍ପରକୁ...

୧୪ ଦିନ ମଧ୍ୟରେ ଶୀର୍ଷ ଛୁଇଁବ ସଂକ୍ରମଣ…

ନୂଆଦିଲ୍ଲୀ, ୨୩।୧ : ଦେଶରେ କରୋନାର ତୃତୀୟ ଲହର ଜାରି ରହିଛି। ତୃତୀୟ ଲହର ଆଉ ୧୪ ଦିନ ମଧ୍ୟରେ ଶୀର୍ଷ ଛୁଇଁବାର ଆଶଙ୍କା ରହିଛି...

କରୋନା ଟୀକା ପ୍ରଥମେ ଏହି ଦେଶର ଲୋକଙ୍କୁ ଦିଆଯିବ…

ମସ୍କୋ, ୩୦।୭: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଗତ ୬ ମାସ ଧରି ଆତଙ୍କ ଦେଖାଦେଇଥିବାବେଳେ ଆଶାର କିରଣ ଦେଖାଦେଇଛି। ବିଭିନ୍ନ ଦେଶର ବହୁ...

ଧରାବିରେ ୪୩ ସଂକ୍ରମିତ, ୪ ମୃତ

ନୂଆଦିଲ୍ଲୀ,୧୩ା୪: ଏସିଆ ମହାଦେଶର ସର୍ବବୃହତ୍‌ ବସ୍ତି ଭାବେ ପରିଚିତ ମୁମ୍ବାଇର ଧରାବିରେ ୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ରବିବାର ସୁଦ୍ଧା ସେଠାରେ...

Advertisement
Archives

Model This Week