Posted inଜାତୀୟ

ଚାଇନା ବିରୋଧରେ ତାତିଲେ ବ୍ୟବସାୟୀ: #ବୟକଟ୍‌ଚାଇନାର ଲଗାଇଲେ ୧୫ ହଜାର ପୋଷ୍ଟର

ଜୟପୁର,୨୨।୬: ଗତ କିଛି ଦିନରୁ ଲଦାଖ ଏଲ୍‌ଏସିରେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗିରହିଛି। ଜୁନ ୧୫ ରାତିରେ ଲଦାଖର ଗଲଓ୍ବାନ ଘାଟିରେ ଭାରତୀୟ ସୈନ୍ୟ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା। ଏହି ସଂଘର୍ଷରେ ଭାରତୀୟ ସେନାର ୨୦ଜଣ ଯବାନ ଶହୀଦ ହୋଇଥିଲେ। ନିଜ ଯବାନଙ୍କୁ ହରାଇବା ପରେ ଦେଶରେ ଚାଇନା ପ୍ରତି କ୍ରୋଧଭାବ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଚାଇନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଚାଇନା ସମାଗ୍ରୀକୁ ବହିଷ୍କାର କରିବା ଲାଗି ଦାବି କରାଯାଉଛି। ଇତିମଧ୍ୟରେ ଜୟପୁରରେ ବ୍ୟବସାୟୀମାନେ ଚାଇନା ସାମଗ୍ରୀକୁ ବହିଷ୍କାର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରତ୍ୟେକ ଦୋକାନରେ #ବୟକଟ୍‌ଚାଇନାର ଏକ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଜୟପୁର ବ୍ୟବସାୟୀ ସଂଘ ସୋମବାର ରାଜାପାର୍କରେ ଥିବା ଦୋକାନଗୁଡ଼ିକରେ ୧୫ହଜାର ପୋଷ୍ଟର ଲଗାଇ ଏହାର ଆରମ୍ଭ କରିଛନ୍ତି। ଯେଉଁ ଗ୍ରାହକ ମୋବାଇଲ୍‌ କିଣିବା ପାଇଁ ଆସିବେ ସେମାନଙ୍କୁ ଚାଇନା ମୋବାଇଲ୍‌ ବଦଳରେ ସାମସଙ୍ଗ୍‌ ଓ ନୋକିଆ ଫୋନ କିଣିବାକୁ ପରାମର୍ଶ ଦିଆଯିବ। ଏଭଳି ଲୋକଙ୍କ ମନରେ ଚାଇନା ସାମଗ୍ରୀ ବିରୋଧରେ ସଚେତନତା ସୃଷ୍ଟି କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ତେବେ ଦେଶପାଇଁ କ୍ଷତି ସହିବାକୁ ବ୍ୟବସାୟୀ ପ୍ରସ୍ତୁତ ଅଛନ୍ତି ବୋଲି ଜୟପୁର ବ୍ୟବସାୟୀ ସଂଘର ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂକ୍ରମଣ ରୋକିବାକୁ ୫ ସୂତ୍ରୀ ଯୋଜନା

ନୂଆଦିଲ୍ଲୀ,୨୮।୩: ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏହାର ମୁକାବିଲା ଲାଗି ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ...

ପୁଣି କରୋନା ଆତଙ୍କ: ଘରମୁହାଁ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣ ପୁଣି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଗତବର୍ଷ ତୁଳନାରେ କରୋନା ସଂକ୍ରମଣ ଅଧିକ ବେଗରେ ବ୍ୟାପୁଥିବାରୁ ଦିଲ୍ଲୀ, ପୁଣେ, ସୁରଟ...

ପୋଲ ଭାଙ୍ଗିବା ଘଟଣା ମିଛ ବୋଲି କହିଲେ ନୀତୀଶ ସରକାର

ପାଟନ, ୧୬।୭: ବିହାରର ଗୋପାଳଗଞ୍ଜ ଜିଲାରେ ପ୍ରାୟ ୨୬୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏକ ପୋଲ ଭାଙ୍ଗିଯିବା ଫଳରେ ଏବେ ଏହାକୁ ନେଇ...

ଗାଁ-ଗରିବ ଚାଷୀ-ରୋଜଗାରକୁ ବଜେଟରେ ଗୁରୁତ୍ୱ

ନୂଆଦିଲ୍ଲୀ,୧।୨: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଗାଁ-ଗରିବ ଚାଷୀ-ରୋଜଗାରକୁ ଗୁରୁତ୍ୱ ଦିଆଯାଇଛି। ୨୦୩୦ ସୁଦ୍ଧାରେ ଦେଶରେ ଯୁବବର୍ଗଙ୍କ ସଂଖ୍ୟା...

ପାକିସ୍ତାନ ନିର୍ଦ୍ଦେଶରେ ଭାରତରେ ଗୁଇନ୍ଦାଗିରି କରୁଥିଲେ ଏହି ବ୍ୟକ୍ତି: ଘରେ ଚଢ଼ାଉ କରି ଉଠାଇ ଆଣିଲା ଏନ୍‌ଆଇଏ

ନୂଆଦିଲ୍ଲୀ,୧୫।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ଗୁଜରାଟର ଗୋଧରା ଅଞ୍ଚଳରୁ ଗିତେଲୀ ଇମରାନ ଖାନ୍‌ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି...

ଆମକୁ କାମରେ ଲଗାଅ

ନୂଆଦିଲ୍ଲୀ, ୨୦।୫: ରୁଷିଆ, ଚାଇନା ଏବଂ ୟୁକ୍ରେନ୍‌ରେ ମେଡିକାଲ ଡିଗ୍ରୀ ହାସଲ କରିଥିବା ପ୍ରାୟ ୯୦,୦୦୦ ଭାରତୀୟ ଡାକ୍ତର ସ୍ଥାନୀୟ ଲାଇସେନ୍ସ ଅପେକ୍ଷାରେ ବସି ରହିଥିବାବେଳେ...

ଷ୍ଟାର ପ୍ରଚାରକ ତାଲିକାରୁ କମଲନାଥ ବାଦ୍‌

ନୂଆଦିଲ୍ଲୀ, ୩୧ା୧୦: ଷ୍ଟାର ପ୍ରଚାରକ ତାଲିକାରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥଙ୍କୁ ନିର୍ବାଚନ ଆୟୋଗ ବାଦ୍‌ ଦେଇଛନ୍ତି। ବାରମ୍ବାର ନିର୍ବାଚନ ଆଚରଣ...

‘ ଭୁଲ ହୋଇଗଲା, ଦିଦି ମୋତେ କ୍ଷମା କର ’

କୋଲକାତା, ୨୩।୫ : ମୋର ଭୁଲ ହୋଇଗଲା, ଦିଦି (ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) ମୋତେ କ୍ଷମାକର। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଭାଜପା ଛାଡ଼ି ତୃଣମୂଳ...

Advertisement


Archives

Model This Week