ଚାଇନା କମ୍ପାନୀର ଚୁକ୍ତି ରଦ୍ଦ କଲା ରେଲଓ୍ବେ

ନୂଆଦିଲ୍ଲୀ,୧୯।୬: ସୀମାରେ ଭାରତ ଓ ଚାଇନା ସେନା ମଧ୍ୟରେ ତିକ୍ତତା ଲାଗି ରହିଛି। ୨୦ ଭାରତୀୟ ଯବାନ ଶହୀଦ ହେବା ଘଟଣା କେନ୍ଦ୍ର ସରକାରଙ୍କଠାରୁ ନେଇ ଦେଶବାସୀଙ୍କୁ ମର୍ମାହତ କରିଛି। ଏହି ସମୟରେ ଚାଇନାକୁ ଉଚିତ ଯବାବ ଦେବା ଲାଗି ଲୋକଙ୍କଠାରୁ ଆରମ୍ଭ କରି ସରକାରୀଙ୍କ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହାର ଫଳସୂରୂପ ଭାରତୀୟ ରେଳ ଚାଇନା କମ୍ପାନୀ ସହ କରିଥିବା ୪୭୧ କୋଟିର ଏକ ପ୍ରକଳ୍ପ କାର୍ଯ୍ୟ ଚୁକ୍ତିକୁ ରଦ୍ଦ କରିଦେଇଛି। ଭାରତୀୟ ରେଳର ପୂର୍ବାଞ୍ଚଳ ମାଲ୍‌ କରିଡ଼ର ଅଞ୍ଚଳ କାନପୁରରୁ ମୁଗଲସରାଇ ପର୍ଯ୍ୟନ୍ତ ପ୍ରାୟ ୪୧୭କି.ମି. ବିଶିଷ୍ଟ ଟେଲି କମ୍ୟୁନିକେସନ ପ୍ରକଳ୍ପ କାର୍ଯ୍ୟକୁ ଚାଇନାର ବେଜିଂ ନ୍ୟାସନାଲ ରେଲଓ୍ବେ ରିସର୍ଚ୍ଚ ଆଣ୍ଡ ଡ଼ିଜାଇନ ଇନଷ୍ଟ୍ୟୁଟି ଅଫ୍‌ ସିଗନାଲ ଆଣ୍ଡ କମ୍ୟୁନିକେଶନ ଗ୍ରୁପକୁ ୨୦୧୬ରେ କଣ୍ଟ୍ରାକ୍ଟ ଦିଆଯାଇଥିଲା। ଚୁକ୍ତି ମୁତାବକ କମ୍ପାନୀ ପ୍ରକଳ୍ପ କାର୍ଯ୍ୟ ୨୦୧୯ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା କମ୍ପାନୀ ମାତ୍ର ୨୦% କାର୍ଯ୍ୟ କରିଛି। ଠିକ ସମୟରେ କାର୍ଯ୍ୟଶେଷ କରିବା ନେଇ ସମସ୍ୟା ଦେଖା ଦେବାରୁ ରେଲଓ୍ବେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ସେହିଭଳି ରାଷ୍ଟ୍ରାୟତ୍ତ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ଆଗାମୀ ଦିନରେ କୌଣସି ଚାଇନା ସାମଗ୍ରୀ ବ୍ୟବହାର ନ କରିବାକୁ କେନ୍ଦ୍ର ଟେଲିକମ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏ ଦିଗରେ ବିଚାର କରିବାକୁ ଘରୋଇ ଟେଲିକମ୍‌ କମ୍ପାନୀଗୁଡିକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନମ ସେକର ହେଲେ ଆଇଓବି ସିଇଓ

ନୂଆଦିଲ୍ଲୀ,୩।୭: ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ(ଆଇଓବି)ର ଏମ୍‌ଡି ତଥା ସିଇଓ ଭାବେ କର୍ନମ ସେକରଙ୍କୁ ନିଯୁକ୍ତ କରାଯାଇଛି। ଆର୍‌ .ସୁବ୍ରମଣିୟକୁମାରଙ୍କ ସ୍ଥାନରେ ସେ କାର୍ଯ୍ୟ କରିବେ।...

କୋଭିଡ୍‌ ଟିକା ଲାଗି ୫୦ ହଜାର କୋଟି ବ୍ୟବସ୍ଥା ହୋଇପାରେ

ମୁମ୍ବାଇ: ବଜେଟ ୨୦୨୧-୨୨ରେ ସରକାର କୋଭିଡ୍‌-୧୯ ଟିକା ଦେବା ଲାଗି ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ବ୍ୟବସ୍ଥା କରିପାରନ୍ତି। ୟୁବିଏସ୍‌ ପକ୍ଷରୁ ଏ...

ପିଏମ୍‌-କିଷାନରେ ୮ କୋଟି କୃଷକଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୨୭। ୩: ଲକ୍‌ଡାଉନରେ ପ୍ରଭାବିତ କୃଷକଙ୍କୁ ସହାୟତା କରିବା ଲାଗି ସରକାର ଗୁରୁବାର ପଦକ୍ଷେପ ଘୋଷଣା କରିଛନ୍ତି। ଏପ୍ରିଲ ପ୍ରଥମ ସପ୍ତାହରେ ଦେଶର ୮.୬୯ କୋଟି...

ହ୍ୟୁଣ୍ଡାଇର ଇଭି ଚାର୍ଜିଂ ରାଜିନାମା

ନୂଆଦିଲ୍ଲୀ,୨୨ା୫: ଦେଶର ପ୍ରଥମ ସ୍ମାର୍ଟ ମୋବିଲିଟି ସଲ୍ୟୁସନ ପ୍ରଦାନକାରୀ ତଥା ସର୍ବବୃହତ୍‌ ରପ୍ତାନିକାରୀ ଯାନ ‘ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌’ ଭାରତର ଏକ ବୃହତ୍‌ ଇଣ୍ଟିଗ୍ରେଟେଡ ପାୱାର...

ମାଡ଼ି ଆସୁଛି ମହା ମାନ୍ଦାବସ୍ଥା

ଓ୍ବାଶିଂଟନ,୧୦।୬: କରୋନା ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ବଡ଼ ଝଟକା ଲାଗିଛି। କରୋନା ରୋକିବା ଲାଗି ଯେଉଁ ଶଟ୍‌ଡାଉନ କରାଗଲା ତା’ର ନକାରାତ୍ମକ ପ୍ରଭାବ ବଜାର...

୮୪୨ କୋଟି ଟଙ୍କାର ଶେୟାର ବିକିଲେ ଆଦିତ୍ୟ ପୁରୀ

ନୂଆଦିଲ୍ଲୀ,୨୬।୭: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଆଦିତ୍ୟ ପୁରୀ ବ୍ୟାଙ୍କରେ ଥିବା ତାଙ୍କର ମୋଟ ଶେୟାର ମଧ୍ୟରୁ ୭.୪୨ ନିୟୁତ(୯୫%) ଶେୟାର ବିକ୍ରି କରି ଦେଇଛନ୍ତି।...

ବଜେଟରେ ମିଳି ନ ପାରେ ଆୟକର ରିହାତି

ନୂଆଦିଲ୍ଲୀ,୨୭-୧୨: ସରକାର କର୍ପୋରେଟ ଟିକସ ହାର ହ୍ରାସ କରିବା ପରେ ବ୍ୟକ୍ତିଗତ ଆୟକର ହ୍ରାସ ହେବା ନେଇ ଚର୍ଚ୍ଚା ହେଉଛି। ଫେବୃୟାରୀ ପହିଲାରେ ଆସିବାକୁ ଥିବା...

୧୬୦୦ ପଏଣ୍ଟ ବଢିଲା ସେନ୍‌ସେକ୍ସ

  ମୁମ୍ବାଇ,୨୧-୩: ଲଗାତର ୪ ଦିନ ଦେଶର ପୁଞ୍ଜି ବଜାର ହ୍ରାସ ଘଟିବା ପରେ ଶୁକ୍ରବାର ଏଥିରେ ଉନ୍ନତି ଘଟିଛି। ଏହି ସମୟରେ ନିବେଶକଙ୍କୁ ୬.୩୨...

Advertisement
Archives

Model This Week