Posted inଫୁରସତ

ଚାଇନା ଆକାଶରେ ଦେଖାଗଲା ଏକାଥରକେ ୩ ସୂର୍ଯ୍ୟ

କୁହାଯାଏ, ପ୍ରକୃତି ସୌନ୍ଦର୍ଯ୍ୟର ଉପମା ନାହିଁ। ଏହାର ଏକ ଝଲକ ଦେଖିବାକୁ ମିଳିଛି ଚାଇନାରେ। ଏକାଥରକେ ଚାଇନା ଆକାଶରେ ୩ଟି ସୂର୍ଯ୍ୟ ଦେଖିବାକୁ ମିଳିଥିଲା। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏହି ଅଦ୍ଭୁତ ଦୃଶ୍ୟ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ଲୋକ ନିଜ ନିଜ କ୍ୟାମେରାରେ ଏହି ଦୃଶ୍ୟର ଫଟୋ ଉଠାଇ ସୋସିଆଲ ମିଡିିଆରେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ଚାଇନାର ଉତ୍ତରପୂର୍ବସ୍ଥିତ ଜିଲିନ୍‌ର ଫୁୟୁ ସହରରେ ଗତ ଡିସେମ୍ବର ୩୧ ତାରିଖରେ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଏକାସଙ୍ଗରେ ୩ଟି ସୂର୍ଯ୍ୟ ଦେଖିବାକୁ ପାଇଥିଲେ ଲୋକେ। ଏହି ଦୃଶ୍ୟକୁ ଦେଖିବା ପାଇଁ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ। ପ୍ରାୟ ୨୦ ମିନିଟ୍‌ ଧରି ଏପରି ଦୃଶ୍ୟ ଆକାଶରେ ଦେଖିବାକୁ ମିଳିଥିଲା।
ବୈଜ୍ଞାନିକଙ୍କ ଅନୁଯାୟୀ, ଏହା ଦୁର୍ଲଭ ଘଟଣା। ଯାହାକି, ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ହିଁ ଦେଖିବାକୁ ମିଳିଥାଏ। ଯେତେବେଳେ ଆକାଶରେ ଅଧିକ ବାଦଲ ହୋଇଯାଇଥାଏ ସେତେବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳେ। ଏହା ବ୍ୟତୀତ ଯେତେବେଳେ ଆକାଶରେ ସୂର୍ଯ୍ୟ ପୂରା ତଳକୁ ଖସି ଆସିବା ପରି ଦେଖାଯାନ୍ତି ସେତେବେଳେ ୩ଟି ସୂର୍ଯ୍ୟ ଥିବା ପରି ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଲାଲୁଙ୍କଠାରୁ ୧୧ ବର୍ଷ ସାନ ରାବିଡି ଦେବୀ, ବିବାହର ବର୍ଷେ ପରେ ଦେଖିଥିଲେ ପରସ୍ପରର ମୁହଁ

ଦେଶ ଏବଂ ବିହାର ରାଜନୀତିରେ ପରିଚୟ ସୃଷ୍ଟି କରିଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପରିବାର ବିହାରର ପ୍ରଥମ ରାଜନୈତିକ ପରିବାର କୁହାଯାଏ। ଏହି...

ଅଧିକ ସୂର୍ଯ୍ୟକିରଣରୁ ସଂକ୍ରମଣ

ଟରଣ୍ଟୋ,୧୧ା୬(ପି.ଟି.): ଅଧିକ ଉତ୍ତାପ ଏବଂ ଆର୍ଦ୍ରତା କୋଭିଡ୍‌-୧୯ ସଂକ୍ରମଣକୁ ହ୍ରାସ କରିଥାଏ ବୋଲି କୁହାଯାଉଥିଲାବେଳେ ଅଧିକ ସମୟ ସୂର୍ଯ୍ୟକିରଣ ଯୋଗୁ ସଂକ୍ରମଣ ବଢ଼ିଥାଏ ବୋଲି ଏକ...

ଯେଉଁଠାରେ କର୍ମଚାରୀମାନେ ନିର୍ଦ୍ଧାରିତ କରନ୍ତି ନିଜର ବେତନ

ସବୁ ସଂସ୍ଥାରେ ମାଲିକ ଦରମା ନିର୍ଦ୍ଧାରଣ କରୁଥିବା ବେଳେ ବିଶ୍ୱରେ ଏଭଳି ଏକ କମ୍ପାନୀ ରହିଛି ଯେଉଁଠାରେ କର୍ମଚାରୀମାନେ ନିଜର ଦରମା ନିଜେ ନିର୍ଦ୍ଧାରିତ କରିଥାନ୍ତି।...

ଜିମ୍‌ସେଣ୍ଟରରେ ବତକ: କରୁଛି ଏପରି ବ୍ୟାୟାମ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଏହି କାରଣ ପାଇଁ ଶିଶୁ ବିଳମ୍ବରେ ହୁଅନ୍ତି କଥା…

କେତେକ ଶିଶୁ ବିଳମ୍ବରେ କଥା ହୋଇଥାନ୍ତି।  ଏହାର କାରଣ ନେଇ ଭିନ୍ନ ଭିନ୍ନ ମତପୋଷଣ କରାଯାଇଥାଏ। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ,...

କରୋନାରୁ ରକ୍ଷା ପାଇବା ପାଇଁ ଅଟୋରେ ଲଗାଇଲେ ଓ୍ବାସ୍‌ ବେଶିନ

ମହାମାରୀ କରୋନା (କୋଭିଡ-୧୯) ସମଗ୍ର ବିଶ୍ୱକୁ କବଳିତ କରିଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ତେବେ କରୋନା ଠାରୁ...

ଅଦରକାରୀ ପାର୍ଟସ୍‌ରେ ଦିବ୍ୟାଙ୍ଗ ତିଆରି କଲେ ଇ-ବାଇକ୍‌

ସୁରଟ୍‌: ଦୃଢ଼ ଇଚ୍ଛାଶକ୍ତି ଆଗକୁ ବାଟ କଢାଇନିଏ ଯାହା ହୋଇଛି ବିଷ୍ଣୁ ପଟେଲଙ୍କ କ୍ଷେତ୍ରରେ। ଗୁଜରାଟର ସୁରଟ୍‌ ନିବାସୀ ବିଷ୍ଣୁ ଜଣେ ଦିବ୍ୟାଙ୍ଗ। ବୟସ ୬୦...

ଲକ୍‌ଡାଉନ୍‌ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’

ହାଇଦ୍ରାବାଦ,୧୦।୪: ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ ବହୁ...

Coronavirus Update


Archives

Model This Week

Why Dharitri