ଚାଇନାର ପାଲ୍‌ଟା ଜବାବ;ଆମେରିକାର ସାମଗ୍ରୀ ଉପରେ ୨୫% ଟାରିଫ ବୃଦ୍ଧି

ବେଜିଂ,୨-୬: ଚାଇନା ଏବଂ ଆମେରିକା ମଧ୍ୟରେ ଟ୍ରେଡ ଓ୍ବାର୍‌ ଥମିବାର ନାଁ ନେଉନି। ଆମେରିକାକୁ ଜବାବ ଦେଇ ଚାଇନା ଟାରିଫ ବୃଦ୍ଧି କରିଛି। ଆମେରିକାର ୬୦ ବିଲିୟନ ଡଲାର ସାମଗ୍ରୀ ଆମଦାନୀ ଉପରେ ଚାଇନା ୨୫% ଟାରିଫ ବୃଦ୍ଧି କରିଛି। ଏଥିପୂର୍ବରୁ ଚାଇନାରୁ ଆସୁଥିବା ୨୦୦ ବିଲିୟନ ଡଲାର ପର୍ଯ୍ୟନ୍ତ ସାମଗ୍ରୀ ଉପରେ ଆମେରିକା ଟାରିଫ ବୃଦ୍ଧି କରିଥିଲା। ମେ’ରେ ଆମେରିକା ଓ ଚାଇନା ମଧ୍ୟରେ ହୋଇଥିବା ବାଣିଜ୍ୟ ଆଲୋଚନା ଫଳାଫଳ ଶୂନ୍ୟ ଥିଲା। ଏହାପରେ ଆମେରିକା ଚାଇନାର ସାମଗ୍ରୀ ଉପରେ ଟାରିଫ ବୃଦ୍ଧି କରିଛି। ଫଳରେ ଚାଇନାର ସାମଗ୍ରୀ ଉପରେ ୧୦ରୁ ୨୫%କୁ ଟାରିଫ ବୃଦ୍ଧି ପାଇଛି। ଚାଇନାର ସରକାର ନିୟନ୍ତ୍ରିତ ଖବର କାଗଜ ଚାଇନା ଡେଲି କଷ୍ଟମ୍ସ ଟାରିଫ କମିଶନର ତଥ୍ୟକୁ ଉଲ୍ଲେଖ କରି କହିଛି ଯେ, ୧୦ରୁ ୨୫% ପର୍ଯ୍ୟନ୍ତ ଟାରିଫ ବୃଦ୍ଧି ପାଇବ। ଆମେରିକାରୁ ଆସୁଥିବା ବ୍ୟୁଟି ପ୍ରଡକ୍ଟସ, ସ୍ପୋଟର୍‌ସ ଇକ୍ୟୁପମେଣ୍ଟସ, ମ୍ୟୁଜିକାଲ ଇନ୍‌ଷ୍ଟ୍ରୁମେଣ୍ଟସ, ଓ୍ବାଇନ, କଣ୍ଡମ, ଡାଏମଣ୍ଡ, କାଠ, ଫ୍ୟାବ୍ରିକ୍‌ ଏବଂ ଖେଳନା ଉପରେ ଟାରିଫ ବୃଦ୍ଧି ପାଇଛି। ଉଲ୍ଲେଖଥାଉ କି, ୨୦୧୮ରେ ଆମେରିକା ଓ ଚାଇନା ମଧ୍ୟରେ ୬୫୯.୮୪ ବିଲିୟନ ଡଲାର ବାଣିଜ୍ୟ ହୋଇଥିଲା। ତନ୍ମଧ୍ୟରୁ ଚାଇନା ୫୩୯ ବିଲିୟନ ଏବଂ ଆମେରିକା ୧୨୦ ବିଲିୟନ ଡଲାର ରପ୍ତାନି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri