ଚାଇନାରେ ମୃତ୍ୟୁସଂଖ୍ୟା ୪୧

ବ୍ରାଜିଲ,୨୬ା୧: ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଶନିବାର ୪୧ରେ ପହଞ୍ଚତ୍ଛି। ୧୩୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୨୩୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟ ୧୯୬୫ ଜଣଙ୍କ ଠାରେ ଏହି ଭୂତାଣୁ ଥିବା ସନ୍ଦେହ କରାଯାଉଥିବାରୁ ସେମାନଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ରଖାଯାଇଛି। ସଂକ୍ରମଣର କେନ୍ଦ୍ରସ୍ଥଳ କୁହାଯାଉଥିବା ୟୁହାନ ସହରକୁ ବାହ୍ୟଜଗତରୁ ବିଚ୍ଛିନ୍ନ କରିଦିଆଯାଇଛି। ସେଠାର ଲୋକମାନଙ୍କୁ ବାହାରକୁ ନ ଯିବା ଲାଗି ବାରଣ କରାଯାଇଛି। ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ୧୫ ଦିନ ମଧ୍ୟରେ ଦ୍ୱିତୀୟ ହସ୍ପିଟାଲ ନିର୍ମାଣ କରିବାକୁ ଚାଇନା ସରକାର ଶନିବାର ଘୋଷଣା କରିଛନ୍ତି। ହଂକଂରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ସେଠାରେ ଜରୁରୀ ସ୍ଥିତି ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବା ସହ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ହଂକଂରେ ଏପର୍ଯ୍ୟନ୍ତ ୫ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁର୍କିନା ଫାସୋରେ ଜିହାଦି ଆକ୍ରମଣ, ୧୨ ଯବାନ ମୃତ

ବୁର୍କିନା ଫାସୋ,୯ ।୧୨: ପଶ୍ଚିମ ଆଫ୍ରିକା ଦେଶ ବୁର୍କିନା ଫାସୋରେ ଜିହାଦି ସମ୍ପ୍ରଦାୟର ଏକ ଆକ୍ରମଣ ଯୋଜନା ସଫଳ ହୋଇଛି । ଏହି ଆକ୍ରମଣରେ ଉତ୍ତର...

ପାକିସ୍ତାନ ହାତରେ ଚାଇନାର ବିଧ୍ୱଂସକ ଯୁଦ୍ଧପୋତ, ଭାରତର ଚିନ୍ତା ବଢ଼ିଲା…

ଇସଲାମାବାଦ୍‌/ନୂଆଦିଲ୍ଲୀ,୯।୧୧: ଏଲ୍‌ଏସିରେ ଭାରତ ପାଇଁ ବିପଦ ସୃଷ୍ଟି କରୁଥିବା ଚାଇନା ଏବେ ସମୁଦ୍ରରେ ଭାରତକୁ ଘେରିବା ଲାଗି ଉଦ୍ୟମ କରୁଛି। ଏଥିରେ ଚାଇନା ପାକିସ୍ତାନର ସହାୟତା...

ୟୁକ୍ରେନ୍‌ରେ ଇୟୁ ନେତା

କିଭ୍‌, ୧୭ା୬:ରୁଷିଆ ଆକ୍ରମଣ ବିରୋଧରେ ୟୁକ୍ରେନ୍‌କୁ ସମର୍ଥନ ଜଣାଇବା ପାଇଁ ଜର୍ମାନୀ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ...

ଟ୍ରମ୍ପ୍‌ଙ୍କ ପାଖକୁ ଜହର ପ୍ୟାକେଟ: ସୁରକ୍ଷା ଅଧିକାରୀଙ୍କ ହାତରେ ପଡ଼ିଲା ଧରା

ଓ୍ବାଶିଂଟନ, ୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଖକୁ ପଠାଯାଇଥିବା ଏକ ଜହର ପ୍ୟାକେଟ ସୁରକ୍ଷା ଅଧିକାରୀଙ୍କ ହାତରେ ଧରା ପଡ଼ିଛି। ଏଥିରେ ରିସିନ୍‌ ନାମକ...

ଇମ୍ରାନ୍‌ଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା

ଇସ୍‌ଲାମାବାଦ, ୧୪ା୩: ମହିଳା ବିଚାରପତି ଜେବା ଚୌଧରୀଙ୍କୁ ଧମକ ଦେବା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ସୋମବାର ଏକ ସିଭିଲ ଜଜ୍‌...

୨୦୨୭ରେ ତାଇଓ୍ବାନ ଯୁଦ୍ଧ ପାଇଁ ଚାଇନାର ପ୍ରସ୍ତୁତି…

ବେଜିଂ,୧୨।୩ : ତାଇୱାନକୁ ନେଇ ଆମେରିକା ସହିତ ତିକ୍ତତା ବୃଦ୍ଧି ମଧ୍ୟରେ ଚାଇନା ସୈନ୍ୟମାନେ ଦେଶର ସାର୍ବଭୌମତ୍ୱ ଏବଂ ଜାତୀୟ ସ୍ବାର୍ଥର ସୁରକ୍ଷା ପାଇଁ ଯୁଦ୍ଧକାଳୀନ...

ଟିକା ଆସିବା ପୂର୍ବରୁ ୨୦ ଲକ୍ଷଙ୍କ ମୁଣ୍ଡ ନେଇ ସାରିଥିବ କରୋନା: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୨୬।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏଭଳି ସ୍ଥିତି ଜାରି ରହିଲେ ପ୍ରତିଷେଧକ ଟିକା ଆସିବା ପୂର୍ବରୁ କରୋନା ୨୦...

ଚିନ୍ତାରେ ମଲାଲା

ଲଣ୍ଡନ,୧୬।୮: ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ପାକିସ୍ତାନର ନୋବେଲ ବିଜେତା ମଲାଲା ୟୁସୁଫଜାଇ ଚିନ୍ତା ପ୍ରକଟ କରିଛନ୍ତି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ଏକ ଝଟକା। ମହିଳା,...

Advertisement
Archives

Model This Week