Posted inଜାତୀୟ

ଚାଇନାରେ ପହଞ୍ଚିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୩୧।୧: ଚାଇନାରେ ଥିବା ଭାରତୀୟଙ୍କୁ ଆଣିବା ଲାଗି ଶୁକ୍ରବାର ସକାଳୁ ନୂଆଦିଲ୍ଲୀରୁ ଯାତ୍ରା କରିଥିବା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଚାଇନାର ଉହାନ ସହରରେ ପହଞ୍ଚିଥିବା ଜଣାପଡିଛି। କରୋନା ଭୂତାଣୁ ସେଠାରେ ମହାମାରୀ ରୂପ ନେଇଥିବା ବେଳେ ସେଠାରେ ଥିବା ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଏହି ସ୍ବତନ୍ତ୍ର ବିମାନ ଚାଇନା ଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ପେଶାଲ ସେକ୍ରେଟାରୀ ସଞ୍ଜିବ କୁମାରଙ୍କ ସୂଚନା ଅନୁଯାୟୀ, ଚାଇନାରେ ଥିବା ପ୍ରାୟ ୩୬୬ ଜଣ ଭାରତୀୟଙ୍କୁ ଏହି ବିମାନରେ ଶନିବାର ସ୍ବଦେଶ ଅଣାଯିବ। ଏମାନଙ୍କୁ ପ୍ରଥମେ ଚାଓ୍ବଲାରେ ଆଇଟିବିପି ଯବାନଙ୍କ ଦ୍ୱାରା ପ୍ରସ୍ତୁତ ଆଇସୋଲେଶନ ସେଣ୍ଟରରେ ୧୪ ଦିନ ପର୍ଯ୍ୟନ୍ତ ରଖାଯିବ। ଏହାସହ ସଫଦରଜଙ୍ଗ ହସ୍ପିଟାଲରେ ଥିବା ୫୦ ବେଡ୍‌ରେ କରୋନା ଭୂତାଣୁରେ ଆକ୍ରାନ୍ତ ଥିବା ଗୁରୁତର ରୋଗୀଙ୍କ ଚିକିତ୍ସା କରାଯିବ। ସୂଚନାଯୋଗ୍ୟ, କରୋନା ଭୂତାଣୁ ସଂକ୍ରମଣରେ ଚାଇନାରେ ଏପର୍ଯ୍ୟନ୍ତ ପ୍ରାୟ ୨୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ଶକ୍ତି ମନ୍ତ୍ରଣାଳୟର ଟୁଇଟର ହ୍ୟାଣ୍ଡେଲ ହ୍ୟାକ…

ନୂଆଦିଲ୍ଲୀ,୧।୧୨ : ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକ ପରେ ଏବେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟୁଇଟର ହ୍ୟାଣ୍ଡେଲକୁ ହ୍ୟାକରମାନେ ହ୍ୟାକ କରିଛନ୍ତି। ସୁରକ୍ଷା ଏଜେନ୍ସି...

ଗାଈ ପାଟିରେ ବାଣ ପୂରାଇଦେଲେ ଅସାମାଜିକ ବ୍ୟକ୍ତି, ଆଉ ତା’ପରେ…

ଜୟପୁର,୧୩।୧୧: ରାଜସ୍ଥାନର ପାଲି ଜିଲାର ମାରୱାଡ ଜଙ୍କସନ ସବଡିଭିଜନରେ ଏକ ଗାଈ ସହ ଘୃଣ୍ୟ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। କିଛି ଅସାମାଜିକ ବ୍ୟକ୍ତି ଗାଈ ପାଟିରେ...

ତାମିଲନାଡୁ ଜଳ ସଙ୍କଟକୁ ନେଇ ସରକାରଙ୍କ ବିରୋଧରେ ଡିଏମ୍‌କେର ପ୍ରଦର୍ଶନ

ଚେନ୍ନାଇ,୨୪।୬: ତାମିଲନାଡୁ ଏବେ ଉତ୍କଟ ଜଳ ସମସ୍ୟାର ସମ୍ନା କରୁଛି। ସବୁଠାରୁ ବେଶୀ ଜଳ ସଙ୍କଟର ସାମ୍ନା କରୁଛନ୍ତି ଚେନ୍ନାଇବାସୀ। ଏହି ସମସ୍ୟାକୁ ନେଇ ଦ୍ରାଭିଡ...

ଭାରତରେ ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ ପାଇଁ ୭.୫ କୋଟି ଡଲାର ସହାୟତା ଦେବ ଗୁଗଲ୍‌

ନୂଆଦିଲ୍ଲୀ,୨୦।୧୨: ଭାରତକୁ ଏକ ପ୍ରମୁଖ ରପ୍ତାନି ଅର୍ଥନୀତି ଭାବରେ ବର୍ଣ୍ଣନା କରିଛନ୍ତି ଗୁଗଲର ସିଇଓ ସୁନ୍ଦର ପିଚାଇ। ସେ କହିଛନ୍ତି, ଗୁଗଲ ଏଠାରେ ୧୦୦ରୁ ଅଧିକ...

ଜିତେନ୍ଦ୍ର ଗୋଗିଙ୍କ ହତ୍ୟା ପରେ ତିହାର ସମେତ ଦିଲ୍ଲୀର ସମସ୍ତ ଜେଲ୍‌ରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୨୫ ।୯: ଦିଲ୍ଲୀର ରୋହିଣି କୋର୍ଟରେ ଶୁକ୍ରବାର ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କ ହତ୍ୟା ପରେ ଗ୍ୟାଙ୍ଗୱାର ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି...

ଉଦ୍ଧବଙ୍କୁ ଝଟକା, ଲୋକ ସଭାରେ ଶିନ୍ଦେ ଗ୍ରୁପର ରାହୁଲ ଶେୱାଲେଙ୍କୁ ଶିବସେନା ନେତା ମାନ୍ୟତା ଦେଲେ ସ୍ପିକର

ନୂଆଦିଲ୍ଲୀ,୨୦ ।୭: ଲୋକ ସଭା ଅଧ୍ୟକ୍ଷ ଓମ ବିରଲା ଶିବସେନା ଶିନ୍ଦେ ଗ୍ରୁପର ସଂସଦର ନେତା ପରିବର୍ତ୍ତନ ଦାବିକୁ ସ୍ୱୀକାର କରି ନେଇଛନ୍ତି । ଏବେ...

ଗୋଟିଏ ପରିବାରର ୯ ସଦସ୍ୟ ମୃତ୍ୟୁ ମାମଲାରେ ଚାଞ୍ଚଲ୍ୟକର ଖୁଲାସା

ପୁଣେ,୨୮।୬: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତରୁ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ପରିବାର ଲୋକ ଆତ୍ମହତ୍ୟା କରି...

ନ୍ୟାୟିକ ବ୍ୟବସ୍ଥା ବି ହୋଇପାରେ ଦଣ୍ଡ ସଦୃଶ : ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୧୧ : ଆମର ନ୍ୟାୟିକ ବ୍ୟବସ୍ଥା ନିଜେ ଏକ ଦଣ୍ଡ ହୋଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯେ ହତ୍ୟା ମାମଲାରେ ୧୩ ବର୍ଷ ଧରି ତିନିଜଣ...

Advertisement
Archives

Model This Week