Posted inଜାତୀୟ

ଚାଇନାରୁ ଫେରିଥିବା ଭାରତୀୟମାନେ ମାସ୍କ ପିନ୍ଧି କଲେ ଡ୍ୟାନ୍ସ

ନୂଆଦିଲ୍ଲୀ,୨।୨: ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ୩୨୪ ଭାରତୀୟ ଚାଇନାରୁ ସ୍ବଦେଶ ଫେରିଛନ୍ତି। ଏମାନଙ୍କ ଭିତରେ ୩ ଶିଶୁ ଓ ୧୧ ଛାତ୍ର ରହିଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଦିଲ୍ଲୀର ଚାଓ୍ବଲାରେ ଆଇଟିବିପି ଯବାନଙ୍କ ଦ୍ୱାରା ପ୍ରସ୍ତୁତ ଆଇସୋଲେଶନ ସେଣ୍ଟର ଓ ହରିୟାଣାର ମାନେସରଠାରେ ଭାରତୀୟ ସେନା ଦ୍ୱାରା ପ୍ରସ୍ତୁତ ଶିବିରକୁ ପଠାଇ ଦିଆଯାଇଛି। ସେଠାରେ ଏହି ଭାରତୀୟମାନେ ମେଡିକାଲ ଅବଜରଭେଶନରେ ରହିବେ। ତେବେ ଶିବିରରେ ପହଞ୍ଚିବା ପରେ ଭାରତୀୟମାନେ ମାସ୍କ ପିନ୍ଧି ଡ୍ୟାନ୍ସ କରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ଭାଇରାଲ ହୋଇଛି। ଏୟାର ଇଣ୍ଡିଆରେ ପିଆରଓ ଧନଞ୍ଜୟ କୁମାର ଏହି ଭିଡିଓକୁ ନିଜ ଟୁଇଟରରେ ଶେୟାର କରିଛନ୍ତି। ସୂଚନାଯୋଗ୍ୟ, ଚାଇନାରେ ଥିବା ଭାରତୀୟଙ୍କୁ ଆଣିବା ଲାଗି ଶୁକ୍ରବାର ସକାଳୁ ନୂଆଦିଲ୍ଲୀରୁ ଯାତ୍ରା କରିଥିବା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଚାଇନାର ଉହାନ ସହରରେ ସା ସୁଦ୍ଧା ପହଞ୍ଚିଥିଲା। କରୋନା ଭୂତାଣୁ ଚାଇନାରେ ମହାମାରୀ ରୂପ ନେଇଥିବା ବେଳେ ସେଠାରେ ଥିବା ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଏହି ସ୍ବତନ୍ତ୍ର ବିମାନ ଚାଇନା ଯାଇଥିଲା। କରୋନା ଭୂତାଣୁ ସଂକ୍ରମଣରେ ଚାଇନାରେ ଏପର୍ଯ୍ୟନ୍ତ ପ୍ରାୟ ୨୫୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଜିଦ୍‌ରେ ଚାଷୀ

ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ ପାଇଁ ସରକାର ଗ୍ୟାରେଣ୍ଟି ଦିଅନ୍ତୁ...

କୋଭିଡ୍‌ ଟିକା ବଦଳରେ ମହିଳାଙ୍କୁ କୁକୁର କାମୁଡା ଇଞ୍ଜେକଶନ

ଲକ୍ଷ୍ନୌ, ୯ା୪- କୋଭିଡ୍‌ ଟିକା ନେବା ପାଇଁ ସରକାରୀ ମେଡିକାଲ ଯାଇଥିଲେ ୩ ବୃଦ୍ଧା। କିନ୍ତୁ ସେମାନଙ୍କୁ ମେଡିକାଲ ସ୍ବାସ୍ଥ୍ୟ କର୍ମୀ ଦେଇଛନ୍ତି କୁକୁର କାମୁଡ଼ା...

ସଂଖ୍ୟା ଗରିଷ୍ଠତା ପାଇଁ ପ୍ରସ୍ତୁତ ହେଲେଣି ସିନ୍ଧେ, ମୁମ୍ବାଇ ଫେରିବେ ଅସନ୍ତୁଷ୍ଟ ବିଧାୟକ

ମୁମ୍ବାଇ,୧ ।୭: ମହାରାଷ୍ଟ୍ର ରାଜନୈତିକ ସଙ୍କଟର ଶେଷରେ ଅବସାନ ହୋଇଛି । ଭାରତୀୟ ଜନତା ପାର୍ଟି(ଭାଜପା) ସହ ହାତ ମିଳାଇ ଏକନାଥ ସିନ୍ଧେ ସରକାର ଗଠନ...

୩୦ରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୨୭-୧୨: ଆଗାମୀ ଡିସେମ୍ବର ୩୦ରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯିବ। ସେହିଦିନ ମୋଟ ୩୬ ମନ୍ତ୍ରୀ ଶପଥଗ୍ରହଣ କରିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ଏବେ...

ମସ୍‌ଜିଦରେ ମହିଳାଙ୍କ ପ୍ରବେଶ କଟକଣାକୁ ଚ୍ୟାଲେଞ୍ଜ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଦେଶର ମସ୍‌ଜିଦଗୁଡ଼ିକରେ ମୁସଲମାନ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି। ଏଭଳି ‘ଅସାମ୍ବିଧାନିକ’ କଟକଣା ଯୋଗୁ ଜୀବନଧାରଣ, ସମାନତା ଓ ଲିଙ୍ଗଗତ ନ୍ୟାୟ ଭଳି...

ଭାରତୀୟ ପ୍ରତିଭାଙ୍କ ଚାହିଦା ପୃଥିବୀରେ ବୃଦ୍ଧି ପାଉଛି: ମୋଦି

ନୂଆଦିଲ୍ଲୀ,୩।୩: ଭାରତୀୟ ପ୍ରତିଭାଙ୍କ ଚାହିଦା ପୃଥିବୀରେ ବଢ଼ିଚାଲିଛି। ଏହା ଭାରତର ଗୁଣବତ୍ତାକୁ ସୂଚିତ କରୁଛି। ବୁଧବାର ଶିକ୍ଷା,ଅନୁସନ୍ଧାନ ଓ କୌଶଳ ବିକାଶ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ...

ପ୍ରୋଟୋକଲ ଭାଙ୍ଗିଲେ ମୋଦି

ବାରାଣସୀ,୧୩ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତ କରିଛନ୍ତି । ସେଠାରେ ସେ ଶ୍ରୀ କାଶୀ ବିଶ୍ୱନାଥ କରିଡରର...

ସୋସିଆଲ ମିଡିଆ ଆପ୍‌ରୁ ବ୍ୟକ୍ତିଗତ ତଥ୍ୟ ହଟାଉଛନ୍ତି ବ୍ୟବହାରକାରୀ

ନୂଆଦିଲ୍ଲୀ, ୩।୫ (ଆଇଏଏନ୍‌ଏସ୍‌): ସୋସିଆଲ ମିଡିଆର ଗତି ସବୁଠାରୁ ଆଗରେ ଥିବାରୁ ଏହାର ଆଦର କାହିଁରେ କ’ଣ ରହିଛି। କିନ୍ତୁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି...

Advertisement
Archives

Model This Week