ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: ସାଲିସ ନ କଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ,୧୩।୫: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମୁନାହିଁ। ଏପରିସ୍ଥିତିରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଚେତାବନୀ ଦେଇଛନ୍ତି। ବାଣିଜ୍ୟ ନେଇ ଆମେରିକା ସହ ସାଲିସ କରିବାକୁ ଟ୍ରମ୍ପ କହିଛନ୍ତି। ଏଭଳି ନ କଲେ ପରିଣାମ ଭୟାବହ ହେବା ସହ ଅସୁବିଧା ଭୋଗିବ ବୋଲି ଟ୍ରମ୍ପ ଚାଇନାକୁ କହିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧର ସମାପ୍ତି ଲାଗି ଅନେକ ଚେଷ୍ଟା ହୋଇଛି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହେଉଛି। ଏହି କ୍ରମରେ ଚାଇନା ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ବେଜିଂଠାରେ ଆଗାମୀ ଦିନରେ ଅନୁଷ୍ଠିତ ହେବ ବୋଲି ଚାଇନାର ଜଣେ ବରିଷ୍ଠ ଅଧିକାରୀ  ସୂଚନା ଦେଇଛନ୍ତି। ବୈଠକ କେବେ ଅନୁଷ୍ଠିତ ହେବ ସେ ନେଇ ଅଧିକାରୀ ଜଣକ କୌଣସି ସୂଚନା ଦେଇ ନାହାନ୍ତି। ମାତ୍ର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକୁ ନେଇ ଚାଇନା କୌଣସି ସାଲିସ କରିବ ନାହିଁ ବୋଲି ଅଧିକାରୀ କହିଛନ୍ତି। ଟ୍ରମ୍ପ ଏକ ଟୁଇଟ ଯୋଗେ କହିଛନ୍ତି ଯେ, ଆମେରିକା ନିଷ୍ପତ୍ତିରେ ଚାଇନାକୁ ଏଭଳି ଝଟକା ଲାଗିଛି ଯେ, ୨୦୨୦ରେ ଆସିବାକୁ ଥିବା ନିର୍ବାଚନ ଯାଏ ଏହା ଅପେକ୍ଷା କରିବାକୁ ଚାହଁୁଛି। ସେମାନେ ଏୟା ଦେଖିବାକୁ ଚାହିଁଛନ୍ତି ଯେ, ୨୦୨୦ରେ କିଏ ଆମେରିକା ରାଷ୍ଟ୍ରପତି ହେଉଛି। ଯଦି କୌଣସି ଡେମୋକ୍ରାଟ ଆମେରିକାର ରାଷ୍ଟ୍ରପତି ହେଲେ ତେବେ ସେମାନେ ପ୍ରତିବର୍ଷ ୫୦୦ ବିଲିୟନ ଡଲାର ଚୂନ ଲଗେଇବା ଜାରି ରଖିବେ। ସେମାନେ ଏହା ମଧ୍ୟ ଜାଣିଛନ୍ତି ଯେ, ନିର୍ବାଚନରେ ମୁଁ ପୁଣି ଆସିବି। ଆମେରିକା ଇତିହାସରେ ରୋଜଗାର ତଥା ଆର୍ଥତ୍କ ସ୍ଥିତି ତାଙ୍କ ସମୟରେ ଭଲ ରହିଥିବା ଟ୍ରମ୍ପ କହିଛନ୍ତି। ତେଣୁ ତାଙ୍କର ଦ୍ୱିତୀୟ ପାଳିରେ ବାଣିଜି୍ୟକ ଆଲୋଚନା ହେଲେ ଏହା ଚାଇନା ପାଇଁ ମଙ୍ଗଳକର ହେବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଏଣୁ ବର୍ତ୍ତମାନ ଆଲୋଚନା କରିନେବା ଚାଇନା ଲାଗି ମଙ୍ଗଳକାରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ପୁଣି ନୋବେଲ ଶାନ୍ତି ପୁରସ୍କାର ଦାବିକଲେ ଟ୍ରମ୍ପ୍‌, ୮ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ

ଓ୍ବାଶିଂଟନ,୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୁଣି ଥରେ ଦାବି ଉପସ୍ଥାପନ କରିଛନ୍ତି । ସେ ୮ଟି ଯୁଦ୍ଧର ସମାଧାନ କରିଛନ୍ତି…

ସାହିତ୍ୟ ପାଇଁ କାନାଡା କବି ଆନେ କାର୍ସନଙ୍କୁ ନୋବେଲ ପୁରସ୍କାର

ଷ୍ଟକ୍‌ହୋମ,୯।୧୦(ଏ.ପି.): କାନାଡାର ପ୍ରସିଦ୍ଧ କବି ତଥା ପ୍ରାବନ୍ଧିକା ଆନେ କାର୍ସନଙ୍କୁ ୨୦୨୬ ମସିହାର ସାହିତ୍ୟ (ଲିଟରେଚର) ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପ୍ରାଚୀନ ପରମ୍ପରା ସହ ସମକାଳୀନ…

ନେତାନ୍ୟାହୁଙ୍କ ବଡ଼ ନିଷ୍ପତ୍ତି, ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ,୯।୧୦: ନିଜ ସହ-ପାଇଲଟ୍‌ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?