ଚଳିତ ବର୍ଷ ୩ ଟ୍ରିଲିୟନ ଡଲାର ଛୁଇଁବ ଅର୍ଥନୀତି

ନୂଆଦିଲ୍ଲୀ,୬-୭: ଚଳିତ ଆର୍ଥତ୍କ ବର୍ଷରେ ଦେଶର ଅର୍ଥନୀତି ୩ ଟ୍ରିଲିୟନ ଡଲାର ଛୁଇଁବ। ଆଗାମୀ ଦିନରେ ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାର ବିଶିଷ୍ଟ କରିବା ନେଇ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହାକୁ ହାସଲ କରିବା ଲାଗି ଦେଶରେ ସଂସ୍କାର ଧାରା ଜାରି ରହିବା ଆବଶ୍ୟକ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ ଅବସରରେ ସୂଚନା ଦେଇଛନ୍ତି। ପାଞ୍ଚ ବର୍ଷ ତଳେ ଦେଶର ଅର୍ଥନୀତି ୧.୮୫ ଲକ୍ଷ କୋଟି ଡଲାର ରହିଥିଲା। ଏହା ବର୍ତ୍ତମାନ ୨.୭ ଲକ୍ଷ କୋଟି ଡଲାର ଛୁଇଁଛି। ଆଗାମୀ ଦିନରେ ଅର୍ଥନୀତି ୫ ଲକ୍ଷ କୋଟି ଡଲାର ଛୁଇଁବା ନେଇ ଆଶାବାଦୀ ଥିବା ନିର୍ମଳା କହିଛନ୍ତି। ଗତ ୫ ବର୍ଷ ତଳେ ଦେଶର ଅର୍ଥନୀତି ସାରା ବିଶ୍ୱରେ ୧୧ତମ ସ୍ଥାନରେ ଥିଲା। ଏହା ବର୍ତ୍ତମାନ ୬କୁ ଉନ୍ନୀତ ହୋଇଛି। କ୍ରୟ କ୍ଷମତାକୁ ବିଚାର କରିଲେ ଭାରତ ଚାଇନା ଏବଂ ଆମେରିକା ପରେ ତୃତୀୟ ବୃହତ୍ତ ଅର୍ଥନୀତି ବୋଲି ନିର୍ମଳା କହିଛନ୍ତି।
ଗତ ପାଞ୍ଚ ବର୍ଷରେ ସରକାର ପରୋକ୍ଷ ଟିକସ,ରିୟଲ ଇଷ୍ଟେଟ ଏବଂ ବ୍ୟାଙ୍କରପ୍ସି ଭଳି କ୍ଷେତ୍ରରେ ବିଭିନ୍ନ ସଂସ୍କାର ଧାରା ଗ୍ରହଣ କରିଛନ୍ତି। ମୁଦ୍ରା ଋଣ ଦ୍ୱାରା ସାଧାରଣ ଲୋକଙ୍କ ବିକାଶ ହୋଇଛି। ଦେଶର ରୋଷେଇଘରଗୁଡିକ ଧୂଆଁମୁକ୍ତ, ପରିବାରଗୁଡିକୁ ବିଜୁଳି ଏବଂ ପାଇଖାନା ସହ ଯୋଡାଯିବା ଦ୍ୱାରା ମହିଳାଙ୍କ ସମ୍ମାନ ବୃଦ୍ଧି ହୋଇଛି। ଭିତ୍ତିଭୂମି, ନିଯୁକ୍ତି ସୃଷ୍ଟି ଏବଂ କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଫାର୍ମଗୁଡିକରେ ନିବେଶ ନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦେଶର ଅର୍ଥନୀତି ୧ ଲକ୍ଷ କୋଟି ଡଲାର ଛୁଇଁବା ଲାଗି ୫୫ ବର୍ଷ ଲାଗିଲା। ମାତ୍ର ଆଉ ଏକ ଟ୍ରିଲିୟନ ଡଲାର ଅର୍ଥନୀତି ଯୋଡିବା ଲାଗି ୫ ବର୍ଷ ଲାଗିଛି। ଏବେ ଦେଶ ୩ ଟ୍ରିଲିୟନ ଡଲାର ଅର୍ଥନୀତିର ନିକଟବର୍ତ୍ତି। ଏଥିରେ ଲୋକଙ୍କ ଆଶା, ବିଶ୍ୱାସ ଏବଂ ଆକାଂକ୍ଷା ଯୋଡି ହୋଇଥିବା ସୀତାରାମନ କହିଛନ୍ତି। ଦେଶର ଅଭିବୃଦ୍ଧି କ୍ଷୁଦ୍ର ତଥା ବୃହତ୍ତ ଶିଳ୍ପଗୁଡିକର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ନିର୍ମଳା କହିଛନ୍ତି। ବର୍ତ୍ତମାନ ଦେଶର କମ୍ପାନୀଗୁଡିକ ମେକ୍‌ ଇନ ଇଣ୍ଡିଆକୁ ବୁଝି ପାରିଥିବା ସେ ପ୍ରକାଶ କରିଛନ୍ତି। ଦେଶର କମ୍ପାନୀଗୁଡିକ ନିଯୁକ୍ତି ସୃଷ୍ଟି ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ ଦେଶର ସମ୍ପତ୍ତି ସୃଷ୍ଟିରେ ପ୍ରମୁଖ ଯୋଗଦାନ ରଖୁଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri