ଚଳନ୍ତି ଖାତା ନିଅଣ୍ଟ ୦.୯%

ନୂଆଦିଲ୍ଲୀ,୧-୧: ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ଜୁଲାଇ-ସେପ୍ଟେମ୍ବର ସମୟରେ ମୋଟ ଜିଡିପିର ୦.୯% ବା ୬.୩ ବିଲିୟନ ଡଲାର ରହିଛି। ଏହି ସମୟରେ ବାଣିଜ୍ୟ ନିଅଣ୍ଟ କମିଥିବା ଜଣାପଡିଛି। ୨୦୧୮-୧୯ ସମାନ ସମୟରେ ସିଏଡି ମୋଟ ଜିଡିପିର ୨.୯% ବା ୧୯ ବିଲିୟନ ଡଲାର ରହିଥିଲା। ୨୦୧୯ ଜୁନରେ ଶେଷ ହୋଇଥିବା ତ୍ରୈମାସରେ ସିଏଡି ମୋଟ ଜିଡିପିର ୨% ବା ୧୪.୨ ବିଲିୟନ ଡଲାର ଥିଲା। ଦେଶ ମଧ୍ୟରେ କେତେ ପରିମାଣର ବିଦେଶୀ ମୁଦ୍ରା ଆସିଲା ଏବଂ କେତେ ପରିମାଣ ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଛି ତା ମଧ୍ୟରେ ଥିବା ଅନ୍ତରକୁ ସାଧାରଣତଃ ସିଏଡି ଭାବେ ବିଚାର କରାଯାଇଥାଏ। ଗୋଟିଏ ବର୍ଷ ତଳେ ବାଣିଜ୍ୟ ନିଅଣ୍ଟ ୫୦ ବିଲିୟନ ଡଲାର ରହିଥିଲା। ଚଳିତ ବର୍ଷ ଧାର୍ଯ୍ୟ ସମୟରେ ଏହା ୩୮.୧ ବିଲିୟନ ଡଲାରକୁ ଖସିଥିବା ରିଜର୍ଭ ବ୍ୟାଙ୍କ ମଙ୍ଗଳବାର ସୂଚନା ଦେଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମାର୍ଦ୍ଧରେ ସିଏଡି ମୋଟ ଜିଡିପିର ୧.୫% ରହିଛି। ଏହା ୨୦୧୮-୧୯ ସମାନ ସମୟରେ ୨.୬% ରହିଥିଲା। ଏହି ସମୟରେ ବାଣିଜ୍ୟ ନିଅଣ୍ଟ ୮୪.୩ ବିଲିୟନ ଡଲାରକୁ ଖସିଥିବା ବେଳେ ଗତ ବର୍ଷ ପ୍ରଥମାର୍ଦ୍ଧରେ ଏହା ୯୫.୮ ବିଲିୟନ ଡଲାର ରହିଥିଲା। ଦ୍ୱିତୀୟ ତ୍ରୈମାସରେ ବାଲାନ୍ସ ଅଫ ପେମେଣ୍ଟ ୫.୧୨ ବିଲିୟନ ଡଲାର ଏବଂ ଚଳିତ ଆର୍ଥତ୍କ ବର୍ଷ ପ୍ରଥମାର୍ଦ୍ଧରେ ଏହା ୧୯.୧୦ ବିଲିୟନ ଡଲାର ରହିଛି। ଦ୍ୱିତୀୟ ତ୍ରୈମାସରେ ନେଟ୍‌ ଏଫ୍‌ଡିଆଇ ୭.୪ ବିଲିୟନ ଡଲାର ରହିଛି। ପୁଞ୍ଜି ବଜାରରକୁ ବିଦେଶୀ ନିବେଶକଙ୍କ ବିଦେଶୀ ନିବେଶ ସେପ୍ଟେମ୍ବର ତ୍ରୈମାସରେ ୨.୫ ବିଲିୟନ ଡଲାର ରହିଛି। ଗତ ବର୍ଷ ସମାନ ସମୟରେ ନିବେଶକମାନେ ୧.୬ ବିଲିୟନ ଡଲାର ପୁଞ୍ଜି ପ୍ରତ୍ୟାହାର କରି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?