Posted inଜାତୀୟ

ଚନ୍ଦ୍ରୟାନ-୨ ଚନ୍ଦ୍ରର ତୃତୀୟ କକ୍ଷପଥରେ ପ୍ରବେଶ କଲା: ୧୧ ଦିନ ପରେ କରିବ ଅବତରଣ

ଶ୍ରୀହରିକୋଟା,୨୮।୮: ଚନ୍ଦ୍ରୟାନ-୨ ବୁଧବାର ପୂର୍ବାହ୍ନ ୯ଟା ୪ରେ ଚନ୍ଦ୍ରର ତୃତୀୟ କକ୍ଷପଥରେ ପ୍ରବେଶ କରିଛି। ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରୟାନ-୨କୁ ତୃତୀୟ କକ୍ଷପଥରେ ପ୍ରବେଶ କରାଇଛନ୍ତି। ୧୧ ଦିନ ପରେ ସେପ୍ଟେମ୍ବର ୭ରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଅଗଷ୍ଟ ୩୦ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଚତୁର୍ଥ କକ୍ଷପଥରେ ପ୍ରବେଶ କରିବ। ସେହିପରି ସେପ୍ଟେମ୍ବର ୧ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଏହା ୫ମ କକ୍ଷପଥରେ ପ୍ରବେଶ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବର ୨ରେ ଚନ୍ଦ୍ରୟାନ-୨ରୁ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞା ଅଲଗା ହୋଇଯିବେ। ବିକ୍ରମ ଚନ୍ଦ୍ରପୃଷ୍ଠ ଆଡ଼କୁ ଅଗ୍ରସର ହେବ। ୩ ସେପ୍ଟମ୍ବରରେ ବିକ୍ରମର ସ୍ଥିତି ଯାଞ୍ଚ୍‌ କରାଯିବ। ଏହି ସମୟରେ ଇସ୍ରୋ ବୈଜ୍ଞାନିକ ୩ ସେକେଣ୍ଡ ପାଇଁ ଏହାର ଇଞ୍ଜିନ୍‌ ଚାଲୁ କରିବା ସହିତ ଏହାର କକ୍ଷରେ କେତେକ ପରିବର୍ତ୍ତନ କରିବେ। ସେପ୍ଟେମ୍ବର ୪ରେ ବିକ୍ରମ ଚନ୍ଦ୍ରର ସବୁଠାରୁ ନିକଟତମ କକ୍ଷ ପଥରେ ପ୍ରବେଶ କରି ୩ ଦିନ ପର୍ଯ୍ୟନ୍ତ ସେଠାରେ ଘୁରିବ। ୭ ସେପ୍ଟମ୍ବର ମଧ୍ୟ ରାତ୍ର ୧ଟା ୪୦ରେ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ୩୫ କିଲୋମିଟର ଉଚ୍ଚତାରୁ ଅବତରଣ କରିବା ଆରମ୍ଭ କରିବ। ରାତ୍ର ୧ଟା ୫୫ରେ ଏହା ପ୍ରତି ସେକେଣ୍ଡରେ ୨ ମିଟର ଅବତରଣ କରିବ। ଏହି କାର୍ଯ୍ୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଜାରି ରହିବ। ଭୋର୍‌ ୩ଟା ୫୫ରେ ଅବତରଣର ପ୍ରାୟ ୨ ଘଣ୍ଟା ପରେ ଲ୍ୟାଣ୍ଡର ବିକ୍ରମର କବାଟ(ରୈମ୍ପ୍‌) ଖୋଲିବ ଏବଂ ଏହା ମଧ୍ୟ ଦେଇ ୬ ଚକା ବିଶିଷ୍ଟ ରୋଭର ପ୍ରଜ୍ଞା ବାହାରକୁ ବାହାରିବ। ଭୋର୍‌ ୫ଟା ୫ରେ ପ୍ରଜ୍ଞାର ସୋଲାର ପ୍ୟାନେଲ୍‌ ଖୋଲିବ। ଭୋର୍‌ ୫ଟା ୧୦ରେ ଏହା ଚନ୍ଦ୍ରପୃଷ୍ଠରେ ଚାଲିବା ଆରମ୍ଭ କରିବ। ଏହା ପ୍ରତି ସେକେଣ୍ଡରେ ଏକ ସେଣ୍ଟିମିଟର ଗତି କରିବ। ଏହା ୧୪ ଦିନ ପର୍ଯ୍ୟନ୍ତ ଘରିବୁଲି ୫ଶହ ମିଟର ଗତି କରିବ। ଅର୍ବିଟରରେ ଥିବା ଅବଶିଷ୍ଟ ଇନ୍ଧନ ଯୋଗୁ ଏହା ଚନ୍ଦ୍ର ଚାରିପଟେ ଘୁରିବୁଲି ୨ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?