Posted inଜାତୀୟ

ଚନ୍ଦ୍ରୟାନ-୨: ଇସ୍ରୋକୁ ମିଳିଛି ୯୫ ପ୍ରତିଶତ ସଫଳତା

ଶ୍ରୀହରିକୋଟା,୭।୯: ଚନ୍ଦ୍ରୟାନ-୨ ମିଶନ୍‌ରେ ଇସ୍ରୋକୁ ୯୫ ପ୍ରତିଶତ ସଫଳତା ମିଳିଛି। ଲ୍ୟାଣ୍ଡର ବିକ୍ରମ ଅବତରଣ କରିଥିଲେ ଏଥିରେ ଥିବା ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠର କେତେକ ଫଟୋ ପଠାଇଥାନ୍ତା। ଏହାଦ୍ୱାରା ଚନ୍ଦ୍ରର ପୃଷ୍ଠ ଭାଗ ସମ୍ପର୍କରେରେ କେତେକ ଅଜଣା ତଥ୍ୟ ମିଳିଥାନ୍ତା। ତେବେ ଏହି ମିଶନର ରୋଭରର କାର୍ଯ୍ୟ ମାତ୍ର ୫ ପ୍ରତିଶତ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଅର୍ବିଟର ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଚନ୍ଦ୍ରକୁ ପରିକ୍ରମା କରିବ। ଏହା ସହାୟତାରେ ମଧ୍ୟ ଇସ୍ରୋର ଚନ୍ଦ୍ର ମିଶନ ଆଗେଇ ପାରିବ। ବିକ୍ରମ ଚନ୍ଦ୍ରପୃଷ୍ଠଠାରୁ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହା ଧ୍ୱଂସ ହୋଇଯାଇଛି କିମ୍ବା ଅନ୍ୟ କିଛି ହୋଇଛି ସେନେଇ କୌଣସି ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ତେବେ ଅର୍ବିଟର  ଚନ୍ଦ୍ରର ପରିକ୍ରମା କରିବା ସମୟରେ ବିକ୍ରମର ପ୍ରକୃତ ସ୍ଥିତି ସମ୍ପର୍କରେ ତଥ୍ୟ ପ୍ରେରଣ କରିବାର ଆଶା ଥିବା ଇସ୍ରୋ ମହାକାଶ ବିଜ୍ଞାନୀ କହିଛନ୍ତି। ଏହି ମିଶନରେ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହରତାଳରେ ବସିଲେ ୫ ଲକ୍ଷ ଡାକ୍ତର: ରୋଗୀ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ,୧୭।୬: ସାରା ଦେଶରେ ଡାକ୍ତର ଆନ୍ଦୋଳନ ଜୋର ଧରିଛି। ପଶ୍ଚିମବଙ୍ଗରୁ ଆରମ୍ଭ ହୋଇ ଏହା ସାରା ବ୍ୟାପିଛି। ସୋମବାର ପ୍ରାୟ ୫ ଲକ୍ଷ ଡାକ୍ତର ହରତାଳରେ...

ଅକ୍ସିଜେନ୍‌ ପରିବହନକୁ ତ୍ୱରାନ୍ବିତ ଲାଗି କେନ୍ଦ୍ରର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନର ଅଭାବ ଯୋଗୁ ଆକ୍ରାନ୍ତଙ୍କ ସମେତ ଅନ୍ୟ ରୋଗୀମାନଙ୍କ ସ୍ଥିତି ମଧ୍ୟ...

ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନ୍ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶର ପ୍ରଥମ ଚାଳକ ବିହିନ ମେଟ୍ରୋକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଦିଲ୍ଲୀ...

କୃଷକଙ୍କୁ ଖୁସି ଖବର ଦେଲେ ସରକାର: ୯.୫ କୋଟି ଲୋକଙ୍କୁ ପଠାଇଲେ ଟଙ୍କା

ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ କୃଷକଙ୍କୁ ୨ ହଜାର ପ୍ରଦାନ କରିଛନ୍ତି। ଏହି ଯୋଜନା ଏହା...

ଆର୍‌ଟି-ପିସିଆର୍‌ କରୋନା ଟେଷ୍ଟ୍‌ ୪୦୦ ଟଙ୍କାରେ: ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ, ୨ ସପ୍ତାହ ମଧ୍ୟରେ ଜବାବ ତଲବ

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ସଂକ୍ରମଣ ପୁଣି ଫେରିଥିବାବେଳେ ମଙ୍ଗଳବାର ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନୋଟିସ୍‌ ଜାରି କରାଯାଇଛି। ଆର୍‌ଟି-ପିସିଆର୍‌ କରୋନା ଟେଷ୍ଟ୍‌ ୪୦୦ ଟଙ୍କାରେ କରିବାକୁ...

ଭାରତୀୟ ଛାତ୍ରୀଛାତ୍ରଙ୍କୁ ପାକିସ୍ତାନରେ ଡାକ୍ତରୀ ପାଠ ପଢ଼ିବାକୁ ମନାକଲା ଏନ୍‌ଏମ୍‌ସି

ନୂଆଦିଲ୍ଲୀ,୧।୫ : ପାକିସ୍ତାନର ମେଡିକାଲ କଲେଜଗୁଡ଼ିକରେ ନାମ ନ ଲେଖାଇବାକୁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି) ଭାରତୀୟ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏବଂ...

୫ ମାସ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ…

ନୂଆଦିଲ୍ଲୀ,୧୭।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦୈନିକ...

ସ୍ବାଧୀନତା ଦିବସରେ ଏଠି ସମସ୍ତେ ପିନ୍ଧନ୍ତି ଖଦି ପୋଷାକ

ଭାରତ ସ୍ବାଧୀନତାର ସ୍ବପ୍ନ ଦେଖିଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଉଦ୍‌ବୋଧନରେ ସେତେବେଳେ ବହୁମାତ୍ରାରେ ଅନୁପ୍ରାଣିତ ହୋଇଥିଲେ ଛାତ୍ର ଗୋଷ୍ଠୀ। ଇଂରେଜମାନଙ୍କୁ ଦେଶରୁ ହଟାଇବାକୁ ଗାନ୍ଧିଜୀ ଯେଉଁ...

Advertisement
Archives

Model This Week