ଚନ୍ଦ୍ରୟାନ-୨କୁ ନେଇ ଭାରତକୁ କଟାକ୍ଷ କଲା ପାକିସ୍ତାନ

ଇସ୍‌ଲାମାବାଦ,୭।୯: ପାକିସ୍ତାନ ପୁଣିଥରେ ଭାରତ ପ୍ରତି ଥିବା ତା’ର ନକରାତ୍ମକ ଭାବର ପ୍ରକାଶ କରିଛି। ଭାରତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ରୟାନ-୨ର ବିଫଳତା ପରେ ପାକିସ୍ତାନ ଏହାକୁ ନେଇ ଭାରତକୁ ଅଟ୍ଟହାସ୍ୟ କରିଛି। ପାକିସ୍ତାନର ମନ୍ତ୍ରୀ ଫୟାଦ ଚୌଧୁରୀ ଟୁଇଟ୍‌ କରି କହିଛନ୍ତି,‘ଯେଉଁକାମ ଆସୁନାହିଁ ସେଥିରେ ହାତ ମାରିବା ଉଚିତ୍‌ ନୁହେଁ ବନ୍ଧୁ ଭାରତ’। ଏଠାରେ ସେ ଭାରତକୁ ବନ୍ଧୁ ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି ଆଉ କଟାକ୍ଷ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତି ୨ଟା ୧୫ ମିନିଟ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଅସଫଳ ହୋଇଛି। ପୂର୍ବରୁ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏହାକୁ ନେଇ ଭାରତକୁ ଅନେକ ସମାଲୋଚନା କରିବା ସହ ଏ ଦିଗରେ ଅନ୍ୟ ଦେଶଙ୍କ ସହଯୋଗ ଲୋଡିଥିଲା ସତ। ହେଲେ ତାକୁ କୌଣସି ଦେଶରୁ ସହାୟତା ମିଳି ନ ଥିଲା। ଆଉ ଏହି ଘଟଣା ମନରୁ ନ ଲିଭୁଣୁ ଏବେ ଚନ୍ଦ୍ରୟାନ-୨କୁ ନେଇ ପୁଣି ଥରେ ପାକିସ୍ତାନ ଯାହା କହିଛି ତା’ର ମଧ୍ୟ ଉତ୍ତର ରଖିଛନ୍ତି ସୋସିଆଲ ମିଡିଆ ୟୁଜର୍ସ। କିଏ କହିଛି ଭାରତ ପୂର୍ବରୁ ପାକିସ୍ତାନ ପ୍ରଥମେ ମହାକାଶ ଯାତ୍ରା ଆରମ୍ଭ କରିଥିଲା। ହେଲେ ଆଜି ସେ କେତେ ପଛରେ ତାହା ବୋଧହୁଏ ତାକୁ ଜଣାନାହିଁ। ଆଉ ଏବେ ଭାରତ ମଙ୍ଗଳ ମିଶନରେ ସଫଳତା ପାଇଥିବା ବେଳେ ପାକିସ୍ତାନ ମଙ୍ଗଳ କଥା ସ୍ବପ୍ନରେ ବି ଭାବି ପାରିବ ନାହିଁ ବୋଲି ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରୁ ଛୋଟ କମ୍‌ ବୟସ୍କ ପିଲା-ଗର୍ଭବତୀ ମହିଳା ଓମିକ୍ରନ୍‌ରେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା…

ଜୋହାନ୍ସବର୍ଗ/ନୂଆଦିଲ୍ଲୀ,୪।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ବହୁ ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଛି।...

ଭାରତକୁ ମିସାଇଲ ସିଷ୍ଟମ୍‌ ଯୋଗାଇବ ଇସ୍ରାଏଲ: ୫୦ ନିୟୁତ ଡଲାର ଚୁକ୍ତି ସ୍ବାକ୍ଷର

ଜେରୁଜେଲମ୍‌,୧୮ା୭(ପି.ଟି.): ଇସ୍ରାଏଲ୍‌ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ (ଆଇଏଆଇ) ଭାରତୀୟ ଏବଂ ମାଜାଗନ ଡକ୍‌ ସିପ୍‌ବିଲ୍ଡର୍ସଙ୍କୁ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରାଯାଇପାରୁଥିବା ମିସାଇଲ ସିଷ୍ଟମ୍‌ (ଏମ୍‌ଆର୍‌ଏସ୍‌ଏଏମ୍‌)...

ମନୁଷ୍ୟ ଶରୀରରେ ଘୁଷୁରି ହାର୍ଟ

ନ୍ୟୁୟର୍କ,୧୩।୭: ମାନବ ଅଙ୍ଗର ଅଭାବକୁ ଦୂର କରିବା ପାଇଁ ଘୁଷୁରି ଅଙ୍ଗ ବ୍ୟବହାର କରିବାର ଲକ୍ଷ୍ୟ ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି ନ୍ୟୁୟର୍କ...

ଚାଇନାରେ ପୁଣି କାୟା ବିସ୍ତାର କଲା କରୋନା: ୨ କୋଟିରୁ ଅଧିକ ଲୋକଙ୍କୁ ଘରୁ ବାହାରିବା ମନା

ବେଜିଂ,୧।୯: କରୋନା ମହାମାରୀ ହେତୁ ଚାଇନାର ଅନେକ ସହରରେ ପୁଣି ଲକଡାଉନ ଘୋଷଣା କରାଯାଇଛି। ଚେଙ୍ଗଡୁ ସହରରେ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ...

ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୩

କାବୁଲ,୨।୪: ଆଫଗାନିସ୍ତାନରେ ରବିବାର ପୁଣି ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା କୁହାଯାଉଛି। ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି...

ଭାରତ ସୀମାରେ ଚାଇନାର ବୁଲେଟ ଟ୍ରେନ୍‌

ବେଜିଂ, ୨୫।୬: ଚାଇନା ପ୍ରଥମ ଥର ପାଇଁ ତିବ୍ବତକୁ ସମ୍ପୂର୍ଣ୍ଣ ବୈଦ୍ୟୁତିକ ବୁଲେଟ ଟ୍ରେନ୍‌ ଚଳାଇଛି। ଏହି ଟ୍ରେନ୍‌ ପ୍ରାଦେଶିକ ରାଜଧାନୀ ଲାସାରୁ ଅରୁଣାଚଳକୁ ଲାଗିଥିବା...

ଆଣବିକ ଯୁଦ୍ଧ ଆଶଙ୍କା, ଆମେରିକା କିଣୁଛି ଆୟୋଡ଼ିନ ଟାବଲେଟ…

ଓ୍ବାଶିଂଟନ,୧୩।୧୦ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧରେ ଏବେ ଆଣବିକ ଆକ୍ରମଣର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ତାଙ୍କର...

ପୁଣି ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ

ଇସ୍‌ଲାମାବାଦ,୨୨।୧୦: ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ପୁଣି ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ସେ କହିଛନ୍ତି ଏଥର ପାରମ୍ପରିକ ଯୁଦ୍ଧ ହେବ ନାହିଁ। ୪-୬...

Advertisement
Archives

Model This Week