Posted inଜାତୀୟ

ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରୟାନ-୨: ସେଠାରେ ୭ ଦିନ ପର୍ଯ୍ୟନ୍ତ ଘୁରିବ

ଶ୍ରୀହରିକୋଟା,୨୧।୮: ଚନ୍ଦ୍ରୟାନ-୨ ବୁଧବାର ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରିଛି। ଏହା ସେଠାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଘୁରିବ। ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରୟାନ-୨ କୁ ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରାଇଛନ୍ତି। ଅଗଷ୍ଟ ୨୮ ଭୋର୍‌ ୫ଟା ୩୦ରୁ ୬ଟା ୩୦ ମଧ୍ୟରେ ଏହା ତୃତୀୟ କକ୍ଷ ପଥରେ ପ୍ରବେଶ କରିବ। ସେହିପରି ଅଗଷ୍ଟ ୩୦ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ପରବର୍ତ୍ତୀ କକ୍ଷପଥରେ ପ୍ରବେଶ କରିବ। ସେପ୍ଟେମ୍ବର ୧ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଏହା ୫ମ କକ୍ଷପଥରେ ପ୍ରବେଶ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବର ୨ରେ ଚନ୍ଦ୍ରୟାନ-୨ରୁ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞା ଅଲଗା ହୋଇଯିବେ। ବିକ୍ରମ ଚନ୍ଦ୍ରପୃଷ୍ଠ ଆଡ଼କୁ ଅଗ୍ରସର ହେବ। ୩ ସେପ୍ଟମ୍ବରରେ ବିକ୍ରମର ସ୍ଥିତି ଯାଞ୍ଚ୍‌ କରାଯିବ। ଏହି ସମୟରେ ଇସ୍ରୋ ବୈଜ୍ଞାନିକ ୩ ସେକେଣ୍ଡ ପାଇଁ ଏହାର ଇଞ୍ଜିନ୍‌ ଚାଲୁ କରିବା ସହିତ ଏହାର କକ୍ଷରେ କେତେକ ପରିବର୍ତ୍ତନ କରିବେ। ସେପ୍ଟେମ୍ବର ୪ରେ ବିକ୍ରମ ଚନ୍ଦ୍ରର ସବୁଠାରୁ ନିକଟତମ କକ୍ଷ ପଥରେ ପ୍ରବେଶ କରି ୩ ଦିନ ପର୍ଯ୍ୟନ୍ତ ସେଠାରେ ଘୁରିବ। ୭ ସେପ୍ଟମ୍ବର ମଧ୍ୟ ରାତ୍ର ୧ଟା ୪୦ରେ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ୩୫ କିଲୋମିଟର ଉଚ୍ଚତାରୁ ଅବତରଣ କରିବା ଆରମ୍ଭ କରିବ। ରାତ୍ର ୧ଟା ୫୫ରେ ଏହା ପ୍ରତି ସେକେଣ୍ଡରେ ୨ ମିଟର ଅବତରଣ କରିବ। ଏହି କାର୍ଯ୍ୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଜାରି ରହିବ। ଭୋର୍‌ ୩ଟା ୫୫ରେ ଅବତରଣର ପ୍ରାୟ ୨ ଘଣ୍ଟା ପରେ ଲ୍ୟାଣ୍ଡର ବିକ୍ରମର କବାଟ(ରୈମ୍ପ୍‌) ଖୋଲିବ ଏବଂ ଏହା ମଧ୍ୟ ଦେଇ ୬ ଚକା ବିଶିଷ୍ଟ ରୋଭର ପ୍ରଜ୍ଞା ବାହାରକୁ ବାହାରିବ। ଭୋର୍‌ ୫ଟା ୫ରେ ପ୍ରଜ୍ଞାର ସୋଲାର ପ୍ୟାନେଲ୍‌ ଖୋଲିବ। ଭୋର୍‌ ୫ଟା ୧୦ରେ ଏହା ଚନ୍ଦ୍ରପୃଷ୍ଠରେ ଚାଲିବା ଆରମ୍ଭ କରିବ। ଏହା ପ୍ରତି ସେକେଣ୍ଡରେ ଏକ ସେଣ୍ଟିମିଟର ଗତି କରିବ। ଏହା ୧୪ ଦିନ ପର୍ଯ୍ୟନ୍ତ ଘରିବୁଲି ୫ଶହ ମିଟର ଗତି କରିବ। ଅର୍ବିଟରରେ ଥିବା ଅବଶିଷ୍ଟ ଇନ୍ଧନ ଯୋଗୁ ଏହା ଚନ୍ଦ୍ର ଚାରିପଟେ ଘୁରିବୁଲି ୨ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଲା ତଉକ୍‌ତାଏ

ମୁମ୍ବାଇ/ବେଙ୍ଗାଲୁରୁ/ଥିରୁଭାନନ୍ଥପୁରମ୍‌, ୧୭।୫: ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ତଉକତାଏ ରବିବାର ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି।...

ବିଧାନସଭାରେ ସିବିଆଇ ତଦନ୍ତ ଦାବି

ମୁମ୍ବାଇ,୪।୮:ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ବାଦବିବାଦ ଲାଗିଥିବାବେଳେ ମୁମ୍ବାଇ ପୋଲିସ ସୋମବାର ରହସ୍ୟ ଖୋଲିଛି। ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ମାନସିକ ଭାବେ ଚାପଗ୍ରସ୍ତ...

ଆତଙ୍କବାଦ ଦମନ ପାଇଁ ସବୁ ଦେଶକୁ ଆଗେଇ ଆସିବାକୁ ପଡିବ

ଓସାକା, ୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଆତଙ୍କବାଦ ବିରୋଧରେ ସବୁ ରାଷ୍ଟ୍ର ଏକ ହେବା ପାଇଁ...

ଭିକ ମାଗିଲେ ଜେଲ୍‌

ନାଗପୁର,୯।୩: ଜି-୨୦ ଶିଖର ବୈଠକ ପୂର୍ବରୁ ମହାରାଷ୍ଟ୍ରର ନାଗପୁର ସହରରେ ଭିକ ମାଗିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଟି ପୋଲିସ ମୁଖ୍ୟ ଅମିତେଶ କୁମାର ଏ...

କେରଳ ପୋଲିସର ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଥିରୁଭାନନ୍ତପୁରମ୍‌,୧୮।୩: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପୃଥିବୀର ୧୬୫ ଦେଶରେ ସଙ୍କଟ ଦେଖାଦେଇଛି। ଭାରତରେ କରୋନା ସଂକ୍ରମିତଙ୍କ ମଧ୍ୟ ବଢ଼ିଚାଲିଛି। ଏହି ମର୍ମରେ କେରଳ ପୋଲିସ...

ଝାଡ଼ଖଣ୍ଡରେ ବଢ଼ୁଛି ଭାଜପା ଅଡ଼ୁଆ

ରାଞ୍ଚି,୧୭ା୧୧(ପି.ଟି./ ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଦୁଇ ସପ୍ତାହରୁ କମ୍‌ ସମୟ ବାକି ଥିବାବେଳେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)...

ଦଳ ନୁହେଁ ଦେଶ ବଡ଼: ମୋଦି

ନୂଆଦିଲ୍ଲୀ,୬।୪: ଦଳ ନୁହେଁ ଭାଜପା ପାଇଁ ସବୁବେଳେ ଦେଶ ହିଁ ବଡ଼ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ୪୧ ତମ ସ୍ଥାପନା ଦିବସ ଅବସରରେ...

ଅନାଥାଶ୍ରମରେ ଫୁଡ ପଏଜନିଂ: ୩ ମୃତ, ୧୧ ହସ୍ପିଟାଲରେ ଭର୍ତ୍ତି

ତିରୁପୁର,୬ ।୧୦: ତାମିଲନାଡୁର ତିରୁପୁରର ଏକ ଘରୋଇ ଅନାଥାଶ୍ରମରେ ଫୁଡ ପଏଜନିଂ ଯୋଗୁ ୩ ବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଅନ୍ୟ...

Advertisement
Archives

Model This Week