Posted inଜାତୀୟ

ଘୋଷଣା ହେଲା ଝାଡଖଣ୍ଡ ବିଧାନସଭା ନିର୍ବାଚନର ତାରିଖ: ୫ ପର୍ଯ୍ୟାୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୧।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌। ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ଏକ ଖବରଦାତା ସମ୍ମିଳନୀରେ ଏଥିପାଇଁ ତାରିଖ ଘୋଷଣା କରିଛନ୍ତି। ୮୧ ଆସନ ପାଇଁ ଏଠାରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୩୦ରୁ ନିର୍ବାଚନ ହେବାକୁ ଥିବା ବେଳେ ଡିସେମ୍ବର ୨୩ରେ ଗଣତି କରାଯିବ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୩୦, ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ୧୨ ଡିସେମ୍ବର, ଚତୁର୍ଥ ପର୍ଯ୍ୟାୟ ୧୬ ଡିସେମ୍ବର ଓ ପଞ୍ଚମ ପର୍ଯ୍ୟାୟ ୨୦ ଡିସେମ୍ବରରେ ହେବାକୁ ଥିବା ବେଳେ ଡିସେମ୍ବର ୨୩ରେ ଗଣତି କରାଯିବ ବୋଲି ସ୍ଥିର କରାଯାଇଛି। ଏଥିପାଇଁ ଶୁକ୍ରବାରଠାରୁ ରାଜ୍ୟରେ ନିର୍ବାଚନ ଆଚରଣ ସଂହିତା ଲାଗୁ କରାଯାଇଛି। ସୂଚନାଯୋଗ୍ୟ, ଜାନୁୟାରୀ ୫, ୨୦୨୦ରେ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ପୂରଣ ହେଉଛି। ତେଣୁ ଏହା ପୂର୍ବରୁ ନୂଆ ସରକାର ଗଠନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇଭିଏମ୍‌ରେ ମମତାଙ୍କ ଭାଗ୍ୟ ସିଲ୍‌

କୋଲକାତା,୩୦।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାଇପ୍ରୋଫାଇଲ ଆସନ ଭବାନୀପୁରରେ ଗୁରୁବାର ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଏଠାରେ ଅପରାହ୍ନ ୫ଟା ସୁଦ୍ଧା ୫୩.୩୨% ମତଦାନ ହୋଇଥିବା...

କମିଲା ମଦ ପିଇବାର ବୟସ ସୀମା

ନୂଆଦିଲ୍ଲୀ,୨୨।୩ :  ଦେଶର ରାଜଧାନୀରେ ମଦ ପିଇବା ପାଇଁ ପୂର୍ବରୁ ଧାର୍ଯ୍ୟ ବୟସ ସୀମାକୁ ହ୍ରାସ କରାଯାଇଛି। ପୂର୍ବରୁ ଦିଲ୍ଲୀରେ ମଦ ପିଇବା ପାଇଁ ଆଇନଗତ...

କ୍ରିକେଟର ସୁରେଶ ରୈନାଙ୍କୁ ଧରି ନେଲା ପୋଲିସ

ମୁମ୍ବାଇ,୨୨।୧୨: ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କୁ ପୋଲିସ ଧରି ନେଇଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଥିବାବେଳେ ରୈନାଙ୍କ...

ବନ୍ଦ ହେବ କାଉଡି ଯାତ୍ରା

ଲକ୍ଷ୍ନୌ,୨୧।୬: ଉତ୍ତର ପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ ଜଣାପଡିଛି କି ଚଳିତ ବର୍ଷ କାଉଡି ଯାତ୍ରା ବନ୍ଦ କରି ଦିଆଯିବ।...

ପ୍ରଣବଙ୍କୁ ପ୍ରଣାମ

ଭାରତରତ୍ନ ପ୍ରଣବ ମୁଖାର୍ଜୀ ଥିଲେ ରାଷ୍ଟ୍ରନୀତିଜ୍ଞ। ଭାରତୀୟ ଜାତୀୟ କଂଗ୍ରେସର ତୁଙ୍ଗ ନେତା ଭାବେ ସେ ଥିଲେ ଜଣାଶୁଣା। ବିଭିନ୍ନ ସରକାରରେ ଭିନ୍ନ ଭିନ୍ନ ମନ୍ତ୍ରୀ...

ବମ୍ବେ ଡାଇଙ୍ଗ୍‌ ବିଜ୍ଞାପନରୁ ମାନେକା ଗାନ୍ଧୀଙ୍କୁ ଭଲ ପାଇ ବସିଥିଲେ ସଞ୍ଜୟ ଗାନ୍ଧୀ

ନୂଆଦିଲ୍ଲୀ,୧୪।୧୨: ସଞ୍ଜୟ ଗାନ୍ଧୀଙ୍କ ୭୪ତମ ଜୟନ୍ତୀ ସୋମବାର ପାଳିତ ହେଉଛି। ଏନେଇ ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ସମେତ ବହୁ ରାଜନେତା ଶାନ୍ତିବନରେ ଶ୍ରଦ୍ଧାଞ୍ଜଳି...

ରାଜଘାଟରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ,୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରେ ରାଜଘାଟ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ରାଷ୍ଟ୍ରପତି ରାମନାଥ...

କ୍ଷମତାର ଭୋକ ବିପଜ୍ଜନକ: ଯଶଓ୍ବନ୍ତ

ରାୟପୁର,୨।୭:ମହାରାଷ୍ଟ୍ରର ରାଜନୈତିକ ଘଟଣାକ୍ରମକୁ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ‘କ୍ଷମତା ପାଇଁ ଏକ ବିପଜ୍ଜନକ କ୍ଷୁଧା’ ବୋଲି ଅବିହିତ କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା...

Advertisement
Archives

Model This Week