ଘେରିବନ୍ଧ କାଟିଦେଲା ତୈଳ ବିଶୋଧନାଗାର : ଧାନକ୍ଷେତରେ ଲହଡ଼ି ମାରୁଛି ପାଣି

ବାଲିକୁଦା,୧୯ା୮(ସ୍ବ.ପ୍ର.): ବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତରେ ଏବେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଖରାଦିନେ ପାରାଦୀପ ତୈଳ ବିଶୋଧନାଗାର ପାଇପ ଲାଇନ କାମ ବେଳେ ମଠସାହି ଘେରିବନ୍ଧକୁ କାଟି ଖେଲାଇ ଦିଆଯାଇଥିଲା। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି। ସେହିପରି ଚଳିତବର୍ଷ ଜଳ ନିଷ୍କାସନ ନିମନ୍ତେ ଅନେକ କାମ ହାତକୁ ନିଆଯାଇଥିବାବେଳେ କୌଣସି ଗୋଟିଏ ସ୍ଥାନରେ ସାଇଫନ ନିର୍ମାଣ ହୋଇପାରିନାହିଁ। ଫଳରେ ସମସ୍ୟା ଅଧିକ ଜଟିଳ ହୋଇଛି ବୋଲି ଚାଷୀମାନେ କହିଛନ୍ତି। ଗତ ୧୩ ତାରିଖରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ପଞ୍ଚାୟତ ପରିଦର୍ଶନରେ ଆସିଥିବାବେଳେ ଅଞ୍ଚଳବାସୀ ଏ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ଏଯାବତ୍‌ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାୟ ହଜାର ଏକ ଫସଲ ଏବେ କୃତ୍ରିମ ବନ୍ୟାଜଳରେ ବୁଡି ରହିଛି। ଜମିରୁ ଉଦ୍‌ବୃତ ବର୍ଷାଜଳ ନିଷ୍କାସନ କରିବାକୁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ମଠସାହି ଗଁାର ଚାଷୀମାନେ ଘର ପିଛା ଚାନ୍ଦା କରି ନିଜ ଅର୍ଥରେ ଘେରିବନ୍ଧ କରିଥିଲେ। ଫଳରେ ବାହାର ପାଣି ଗହିର ଭିତରକୁ ପ୍ରବେଶ କରି ପାରୁ ନ ଥିଲା। ମାତ୍ର ଚଳିତବର୍ଷ ତୈଳ ବିଶୋଧନାଗାର ପାଇପ୍‌ ଲାଇନ କାମ ଚାଲୁଥିବାବେଳେ କମ୍ପାନୀର ଗାଡ଼ି ଚଳାଚଳରେ ଅସୁବିଧା ହେବାରୁ ଉକ୍ତ ଘେରିବନ୍ଧକୁ କାଟି ଦିଆଯାଇଥିଲା। ବର୍ଷାଦିନ ଆସିବା ପୂର୍ବରୁ କମ୍ପାନୀ କାମ ସାରି ଚାଲିଯାଇଥିବାବେଳେ ଘେରିବନ୍ଧ ଆଉ ମରାମତି କରି ନ ଥିଲା। ବର୍ଷା ଦିନେ ସାରା ଜିଲାର ଅର୍ଦ୍ଧାଧିକ ବର୍ଷାଜଳ ମଠସାହିର ଚାଷଜମି ଦେଇ ନିଷ୍କାସିତ ହୋଇଥାଏ। ଜିଲାର ସିଦ୍ଧଳଠାରୁ ଚଷାପଡା, ସିଙ୍ଗିରି, କରମଙ୍ଗ, ମୂଳୁଗଁା, ଗଉଡ଼ସାହି, ମହାଦେଇବ୍ରହ୍ମପୁର, ଦଳେଇ ତୋଟା, ଅସାରଣା, ସାରଣା, ମଠସାହି, ଦିଗୋଡା ଆଦି ଗ୍ରାମର ବର୍ଷା ଜଳ ଏହି ବାଟ ଦେଇ ନିକଟସ୍ଥ ହଂସୁଆ ନଦୀକୁ ଯାଇଥାଏ। ମାତ୍ର ଡ୍ରେନେଜ ଅଧିକାରୀଙ୍କ ବେପରୁଆ ମନୋଭାବ ଓ ତୈଳ ବିଶୋଧନାଗାର କାମ ପାଇଁ ଚଳିତବର୍ଷ ତଣ୍ଡିକୁଳ ପଞ୍ଚାୟତର ହଜାର ହଜାର ଏକର ଚାଷ ଜମି ପାଣିରେ ବୁଡି ରହିଛି। ତଳିଆ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳର ଚାଷୀ ଭାଇମାନେ ପ୍ରାୟ ୭୦ ଭାଗ ଜମିରେ ଧାନ ରୋଇ ସାରିଥିଲେ। ମାତ୍ର ଜମିରେ ପାଣି ଜମି ରହିବା ଫଳରେ ଯାହା ରୁଆ ହୋଇଥିଲା ସବୁ ପଚିସଢି ଗଲାଣି। ଏପଟେ ତଳି ଘେରାରେ ଆଉ ତଳି ନାହିଁ। ଯାହା ତଳି ଥିଲା ସେଥିରେ ମଧ୍ୟ ପାଣି ଜମି ରହିବାରୁ ତାହା କ୍ଷତିଗ୍ରସ୍ତ ହୋଇଛି। ଏଥିରେ ବିଶେଷ ଭାବେ ସାରଣା, ଅସାରଣା, ମଠସାହି, ଦିଗୋଡ଼ା, ଶଙ୍କରସାହି, ତିହୁଡି, ପୋଦନା, ନାନକାର, ବସନ୍ତପୁର ଓ ତଣ୍ଡିକୁଳ ଗ୍ରାମର ଶହ ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଜମିରେ ଏତେ ପରିମାଣର ଜଳ ଲହଡ଼ା ମାରୁଛି ଯେ, ତାହା ବନ୍ୟାର ଏକ ଭ୍ରମ ସୃଷ୍ଟି କରୁଛି। ଉପଯୁକ୍ତ ଅନୁଧ୍ୟାନ କରି ସିଦ୍ଧଳ ରଙ୍କେଇ ସଫେଇରେ ଥିବା ଦଳ ସଫା କରିବା ଓ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ପାଇଁ ସାଇଫନ ଓ ସ୍ଲୁଇସ ଗେଟ୍‌ ନିର୍ମାଣ କରିବାକୁ ଜିଲାପାଳ ପଦକ୍ଷେପ ନେବା ପାଇଁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ସହର ମାଳିସାହି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

କଟକ ଅଫିସ,୪।୭: କଟକ ସହର ରାଣୀହାଟସ୍ଥିତ ମାଳିସାହି ବସ୍ତିରୁ ଶୁକ୍ରବାର ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏ ନେଇ ଉକ୍ତ ବସ୍ତିକୁ ଶନିବାର...

ଲୁଗା ଗୋଦାମ ଖୋଲି କେବଳ କ୍ଷତି ସହିଲେନି ବ୍ୟବସାୟୀ, ଗ୍ରାହକଙ୍କୁ ଗଣିବାକୁ ପଡ଼ିଲା ତଣ୍ଡ

ଯାଜପୁର ଅଫିସ,୨।୬: ଲକ୍‌ଡାଉନ୍‌ରେ ଲୁଗା ଗୋଦାମ ଖୋଲିବା ପଡ଼ିଲା ମହଙ୍ଗା। ପରେ ଗୋଦାମ ସିଲ ହେବା ସହିତ ଲୁଗା କିଣିବାକୁ ଭିଡ଼ ଲଗାଇଥିବା ଗ୍ରାହକଙ୍କୁ ତଣ୍ଡଗଣିବାକୁ...

ଭିଜିଲାନ୍ସ ଅଭିଯୁକ୍ତଙ୍କୁ ଧରି କୂଅ, ପୋଖରୀର କରୁଛି ତଦନ୍ତ

ନୟାଗଡ଼ ଅଫିସ/ଭାପୁର,୧୭ା୨(ଡି.ଏନ.ଏ.): ନୟାଗଡ ଜିଲା ଭାପୁର ବ୍ଲକରେ କୋଟି କୋଟି ଟଙ୍କାର ଫଲସ୍‌ ବିଲ୍‌ ହେବା ପରେ ଏହା ଚର୍ଚ୍ଚାକୁ ଆସିଥିଲା। ଏପରିପ୍ରେକ୍ଷୀରେ ଭାପୁର ବ୍ଲକ...

୨୭ରୁ ନବମ ଶ୍ରେଣୀ ଏସଏ-୧ ପରୀକ୍ଷା

ବୈଶିଙ୍ଗା,୨୫ା୧୦(ଡି.ଏନ.ଏ.):ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଞ୍ଚଳରେ ଚଳିତ ମାସ ୨୭ ତାରିଖଠାରୁ ପ୍ରଥମ ଥର ପାଇଁ ନବମ ଶ୍ରେଣୀ ନିମନ୍ତେ ବୋର୍ଡ ଦ୍ୱାରା ପରିଚାଳିତ ଏସ୍‌ଏ-୧...

ଟ୍ରକ ଧକ୍କାରେ ଡାକ୍ତରଖାନା ପାଚେରି ଭାଙ୍ଗିଲା

ତାଳଚେର, ୮ା୪(ନି.ପ୍ର.)-  କଣିହାଁସ୍ଥିତ ଏକ କମ୍ପାନୀରେ କୋଇଲା ଅନଲେୋଡ କରି ତାଳଚେର ଅଭିମୁଖେ ଯାଉଥିବା  ଏକ ଟ୍ରକ୍ ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ କଣିହାଁ...

କଂଗ୍ରେସ ଅଧ୍ୟକ୍ଷାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ, ମାମଲା ଦାୟର କଲେ ନରସିଂହ

ବଲାଙ୍ଗୀର ଅଫିସ, ୨୩ା୪-ମହାରାଷ୍ଟ୍ରର ପାଲଘର ମବ୍‌ ଲିଚିଂ ଘଟଣାର ପ୍ରସାରଣରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଦଳ ବିରୋଧରେ ଅପମାନଜନକ ମନ୍ତବ୍ୟ ରଖିଥିଲେ...

ସ୍କୁଲରେ ପଢ଼ାଇଲେ ଜିଲାପାଳ

ଫିରିଙ୍ଗିଆ, ୧୯ା୯-ଫିରିଙ୍ଗିିଆ ବ୍ଲକର ଦୁର୍ଗମ ଅଞ୍ଚଳ ପାଙ୍ଗା ଉପରସାହି ଏବଂ ସାଡିଙ୍ଗିଆ ପଞ୍ଚାୟତକୁ କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି. ପରିଦର୍ଶନରେ ଯାଇ ସେଠାର ବିଭିନ୍ନ ସମସ୍ୟା...

ପରୀକୁ ନ୍ୟାୟ ଦିଆଯାଉ: ଡି.ପୁରନ୍ଦେଶ୍ୱରୀ

ନୟାଗଡ ଅଫିସ୍‌, ୧୦।୧୨: ପରୀ ହତ୍ୟା ଘଟଣାରେ ଭାଜପା ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଗୁରୁବାର ନୟାଗଡ଼ର ଯଦୁପୁରରେ ପହଞ୍ଚି ମୃତକଙ୍କ ବାପାମାଙ୍କୁ ଭେଟିଲେ। ଏହାସହ ମୃତଦେହ...

Advertisement
Archives

Model This Week