ଘାରିଛି ଅଭିନୟ ନିଶା

ସତରେ ଅଭିନୟ ନିଶା କେତେ ଗାଢ଼ ତାହା ଅନୁଭବୀ ହିଁ ଜାଣେ। ମେକ୍‌ଅପ୍‌ ନେଇ ମଞ୍ଚ ଉପରେ ପୁଣି ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଜୀବନ୍ତ ଅଭିନୟ ସହଜ କଥା ନୁହେଁ। ହେଲେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇ ଅପେରା ମଇଦାନକୁ ଓହ୍ଲାଇଛନ୍ତି ନବାଗତ ଅଭିନେତା ଆକାଶ ନାୟକ। ଗତବର୍ଷ ସାର୍ଥକ ଗଣନାଟ୍ୟରୁ ତାଙ୍କର ଆରମ୍ଭ ହୁଏ ଜଲିଉଡ୍‌ କ୍ୟାରିୟର। ଆଉ ଏବର୍ଷ ନବଗଠିତ ତଥା ହାଇବଜେଟ୍‌ ଅପେରା ପାର୍ଟି ‘ସୂର୍ଯ୍ୟମନ୍ଦିର’ରେ ନିଜକୁ ସାମିଲ କରିଛନ୍ତି ସେ। କେବଳ ସେତିକି ନୁହେଁ, ମିଳିଥିବା ଭୂମିକାରେ ସେ ଦର୍ଶକଙ୍କୁ ପ୍ରଭାବିତ କରି ସାଉଁଟି ଚାଲିଛନ୍ତି ସଫଳତା। ବାଲେଶ୍ୱର ଔପଦା ଅନ୍ତର୍ଗତ ସତ୍ୟପୁର ଗ୍ରାମରେ ଆକାଶଙ୍କ ଜନ୍ମ। ବିଜ୍‌ନେସ ମ୍ୟାନେଜମେଣ୍ଟରେ ଡିିଗ୍ରୀ ହାସଲ ପରେ ବମ୍ବେରେ ସେ ଚାକିରି କରନ୍ତି। ତା’ସହ କ୍ରାଇମ ପାଟ୍ରୋଲ ସିରିଏଲ୍‌ରେ କେତୋଟି ଏପିସୋଡ୍‌ରେ ତାଙ୍କୁ ଅଭିନୟ କରିବାର ସୁଯୋଗ ମିଳେ। ତା’ପରେ ସେ ଫେରିଆସନ୍ତି ଜନ୍ମସ୍ଥାନ ଓଡ଼ିଶାକୁ। ଓଡ଼ିଆ ଧାରାବାହିକ ‘ତୋ ପାଇଁ ମୁଁ, ଆମ ଘର ଲକ୍ଷ୍ମୀ ଏବଂ ହରର ଜୋନ୍‌’ରେ ଅଭିନୟ କରିବା ପରେ ତାଙ୍କୁ ସୁଯୋଗ ମିଳେ ଅପେରା ଜଗତରେ। ଚଳିତ ଯାତ୍ରା ସିଜନରେ ଅପେରା ସୂର୍ଯ୍ୟମନ୍ଦିର ପରିବେଷିତ ନାଟକ ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’ରେ ଦୃଷ୍ଟିହୀନ ସାନ ଭାଇ ବିଜୁ, ‘ପୁଅ ଯିବ ଶାଶୁ ଘର’ରେ ହୁଣ୍ଡା ଭାଇ ଦୀପୁ ଏବଂ ‘ପ୍ରେମିକର ନଁ। ଚନ୍ଦ୍ରାଭାଗା’ରେ ଧର୍ମପଦ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିଛି। ‘ଅପେରା ଜଗତରେ ପ୍ରବେଶ କରିବାକୁ ମୋର ସ୍ବପ୍ନ ଥିଲା। ଏହି ରାସ୍ତା ବେଶ୍‌ ଜଟିଳ ବୋଲି ଅନେକ କହିଥିଲେ। ହେଲେ ନିଜ ଉପରେ ଶତ ପ୍ରତିଶତ ବିଶ୍ୱାସ ରଖି ମୁଁ ଆସିଛି। ଅପେରା ସୂର୍ଯ୍ୟମନ୍ଦିରର ପରିଚାଳକ ବଙ୍କିମ ସ୍ବାଇଁ ମୋତେ ଯେଉଁ ସୁଯୋଗ ଦେଇଛନ୍ତି ସେଥିପାଇଁ ତାଙ୍କ ନିକଟରେ ମୁଁ ଚିରଋଣୀ ଏବଂ ତାଙ୍କୁ ପ୍ରଶଂସା କରିବାକୁ ମୋ ନିକଟରେ ଭାଷା ନାହିଁ। ଭୂମିକାଟି ଯେପରି ହେଉଥାଉ ନା କାହିଁକି ତାକୁ ମୁଁ ସବୁବେଳେ ବେଶ୍‌ ଗୁରୁତ୍ୱର ସହ ନେଇଥାଏ ବୋଲି କହନ୍ତି ଆକାଶ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri