Posted inଜାତୀୟ

ଘାତକ ହେଲାଣି ସିଏଏ ନିଆଁ: ପୋଲିସ ଗୁଳିରେ ଟଳିଲେ ୩ ବିକ୍ଷୋଭକାରୀ

ମାଙ୍ଗାଲୁରୁ/ଲକ୍ଷ୍ନୌ, ୨୦।୧୨:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧକରି ଦେଶବ୍ୟାପୀ ମୁଣ୍ଡଟେକିଥିବା ଆନ୍ଦୋଳନର ନିଆଁ ଘାତକ ହେଲାଣି। କର୍ନାଟକର ମାଙ୍ଗାଲୁରୁ ଓ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଛି। ପୋଲିସର ଲାଠି ଓ ଗୁଳିମାଡ଼ରେ ୩ ଜଣଙ୍କ ଜୀବନ ଯାଇଛି। ଏହାସହ ଶତାଧିକ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ଏହା ପୂର୍ବରୁ ଉତ୍ତର-ପୂର୍ବାଞ୍ଚଳ ଓ ପଶ୍ଚିମବଙ୍ଗରେ ସିଏଏ ବିରୋଧୀ ନିଆଁ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁର କାରଣ ହୋଇଛି। କେନ୍ଦ୍ରର ଏହି ବିବାଦୀୟ ଆଇନ ପ୍ରତ୍ୟାହାରରେ ଆନ୍ଦୋଳନରତ ଲୋକଙ୍କ ଉପରେ ପୋଲିସର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
ସିଏଏ ପ୍ରତ୍ୟାହାର ଦାବିରେ ମାଙ୍ଗାଲୁରୁରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ ସହ ସେମାନଙ୍କ ସଂଘର୍ଷ ହୋଇଥିଲା। ଏଥିରେ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ ଜବାବୀ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା ବୋଲି ମାଙ୍ଗାଲୁରୁ ସିଟି ପୋଲିସ କମିଶନର ପି.ଏସ୍‌. ହର୍ଷ କହିଛନ୍ତି। ପୋଲିସ ଗୁଳିରେ ଗୁରୁତର ହୋଇଥିବା ୨ ବିକ୍ଷୋଭକାରୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାବେଳେ ଉଭୟଙ୍କ ମୃତ୍ୟୁ ଘଟିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ନ୍ୟସ୍ତସ୍ବାର୍ଥ ବ୍ୟକ୍ତିମାନେ କର୍ନାଟକରେ ଶାନ୍ତି ଓ ସହାବସ୍ଥାନ ଭଙ୍ଗ କରିବା ଲାଗି ଗୁଜବ ସୃଷ୍ଟି କରୁଥିବା ସେ ସମାଲୋଚନା କରିଛନ୍ତି। ସେହିପରି ଲକ୍ଷ୍ନୌର ପରିବର୍ତ୍ତନ ଚୌକରେ ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଟେକାମାଡ଼ କରି ଯାନବାହନ ଜାଳିଦେଇଥିଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ବିକ୍ଷୋଭକାରୀ ନ ମାନିବାରୁ ପୋଲିସ ଗୁଳି ଚଳାଇଥିଲା। ଗୁଳିମାଡ଼ରେ ଜଣେ ବିକ୍ଷୋଭକାରୀ ଟଳିପଡ଼ିଛନ୍ତି। ସମ୍ପୃକ୍ତ ବିକ୍ଷୋଭକାରୀଙ୍କୁ ଗୁରୁତର ଅବସ୍ଥାରେ କେଜିଏମ୍‌ୟୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଛନ୍ତି। ତେବେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିବା ବିଷୟକୁ ଉତ୍ତରପ୍ରଦେଶ ପୋଲିସ ଡିଜି ଓମ୍‌ପ୍ରକାଶ ସିଂ ଖଣ୍ଡନ କରିଛନ୍ତି। ଇତିମଧ୍ୟରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ କହିଛନ୍ତି, ବିକ୍ଷୋଭକାରୀ ବା ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ଉପରେ କେହି ବଳପ୍ରୟୋଗ କରିବା ଅନୁଚିତ। ପୋଲିସ ଲାଠି କିମ୍ବା ଅନ୍ୟ କୌଣସି ଅସ୍ତ୍ର ବ୍ୟବହାର ନ କରୁ।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରକୁ ରାଜ୍ୟ ମାନ୍ୟତା ପରେ ନିର୍ବାଚନ: ଗୁପ୍‌କାର ମେଣ୍ଟ

ନୂଆଦିଲ୍ଲୀ, ୬।୭: ଜମ୍ମୁ-କଶ୍ମୀରକୁ କେନ୍ଦ୍ର ସରକାର ରାଜ୍ୟ ମାନ୍ୟତା ଫେରାଇବା ପରେ ସେଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପିପୁଲ୍ସ ଆଲିଆନ୍ସ ଫର୍‌ ଗୁପ୍‌କାର...

କରୋନା ବେଳେ ଗଙ୍ଗାରେ କେତେ ମୃତଦେହ ଭାସିଛି ରିପୋର୍ଟ ଦିଅ

ନୂଆଦିଲ୍ଲୀ, ୧୭ା୫: କରୋନା ମହାମାରୀରେ ଗଙ୍ଗା ନଦୀରେ ମୃତଦେହ ଭାସିବା ଘଟଣାରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଉତ୍ତରପ୍ରଦେଶ ଏବଂ ବିହାର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ନଦୀରେ...

ସରକାର ଗଠନର ୨୯ ଦିନ ପରେ ହେଲା ଶିବରାଜଙ୍କ କ୍ୟାବିନେଟର ସମ୍ପ୍ରସାରଣ

ଭୋପାଳ,୨୧।୪: ମଧ୍ୟପ୍ରଦେଶରେ ପୁଣିଥରେ ଶାସନ କ୍ଷମତା ହାତକୁ ନେଇଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟର ସମ୍ପ୍ରସାରଣ ମଙ୍ଗଳବାର ହୋଇଛି। ଶାସନ କ୍ଷମତା ହାତକୁ ନେବାର...

ଶବଦାହ ପାଇଁ ଅସ୍ଥାୟୀ ଗ୍ରାଉଣ୍ଡ ଖୋଜୁଛନ୍ତି କର୍ନାଟକ ସରକାର

ବେଙ୍ଗାଲୁରୁ,୨୧।୪: କରୋନାର ଦ୍ୱିତୀୟ ଲହରରେ ପ୍ରଭାବିତ ହୋଇଥିବା ଅନ୍ୟ ରାଜ୍ୟ ଠାରୁ କର୍ନାଟକରେ ମୃତ୍ୟୁହାର କମ ରହିଛି। କିନ୍ତୁ ରାଜ୍ୟର ରାଜଧାନୀରେ ଗତ କିଛି ଦିନ...

ପୁଣି କରୋନା ଆତଙ୍କ: ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଲା

ନୂଆଦିଲ୍ଲୀ,୧୩।୩: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ୩୦ ଜାନୁୟାରୀ ପର୍ଯ୍ୟନ୍ତ ବନ୍ଦ, ସରକାରଙ୍କ ନିର୍ଦ୍ଦେଶ…

ଜୟପୁର, ୯।୧ : ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ରାଜ୍ୟରେ...

ହରିୟାଣା ନିର୍ବାଚନ: ଭାଜପାର ଷ୍ଟାର ପ୍ରଚାରକଙ୍କ ତାଲିକାରେ ମୋଦି, ଅମିତ ଶାହ

ଚଣ୍ଡିଗଡ଼,୪।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୪୦ଜଣ ଷ୍ଟାର ପ୍ରଚାରକଙ୍କ ନାମ...

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରୁ ପରଦା ଉଠାଇଲା କଂଗ୍ରେସ

ଚଣ୍ଡିଗଡ, ୬।୨: ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି। ଚରଣଜିତ ସିଂ ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ହେବେ...

Advertisement
Archives

Model This Week