ଘର ତାଲା ଭାଙ୍ଗି ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଢେଙ୍କିକୋଟ,୬।୨(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଢେଙ୍କିକୋଟ ପଞ୍ଚାୟତ ଲଙ୍ଗଳକଣ୍ଟିସ୍ଥିତ ଖୁର୍ସିଦ୍‌ ମହମ୍ମଦଙ୍କ ଘରୁ ବୁଧବାର ରାତିରେ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସୁନାଗହଣା ଚୋରି ହୋଇଥିବା ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ଖୁର୍ସିଦ୍‌ ଦୀର୍ଘ ୨୦ ବର୍ଷ ଧରି ଲଙ୍ଗଳକଣ୍ଟିରେ ଘରଭଡ଼ା ନେଇ ରହି ଆସୁଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ଦେହାନ୍ତ ଯୋଗୁ ସେ ସପରିବାର କଟକସ୍ଥିତ ନିଜ ଘରକୁ ଯାଇଥିଲେ। ଦୀର୍ଘ ୧୫ ଦିନ ପରେ ଲଙ୍ଗଳକଣ୍ଟିକୁ ଫେରିବା ପରେ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ଆସବାବପତ୍ର ଏତେତେଣେ ଫିଙ୍ଗା ଯାଇଥିବା ବେଳେ ଗଡ୍‌ରେଜ୍‌ରେ ଥିବା ନଗଦ ଟଙ୍କା ଏବଂ ସୁନାଗହଣା କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଜଣାପଡ଼ିଥିଲା। ଏନେଇ ବୁଧବାର ରାତିରେ ଢେଙ୍କିକୋଟ ଫାଣ୍ଡିରେ ଖୁର୍ସିଦଙ୍କ ଦୁଇପୁଅ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା, କନଷ୍ଟେବଳ ସୁଶୀଲ ମହାନ୍ତି, ମାନସ ରଞ୍ଜନ ରାଉତ, ମୁନା ମହାନ୍ତ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଚୋରି ସୁନାଗହଣା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ବିଭ୍ରାଟ ନେଇ ବଅଁରପାଳରେ ଉତ୍ତେଜନା ଘଟଣା:୨ କର୍ମଚାରୀ ଅଟକ ପରେ ନୂଆହତା-ମହିଧରପୁର ରାସ୍ତାରୋକୋ

ବଅଁରପାଳ,୨୩।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ବଉଳିଗଡ଼ ସଞ୍ଜପଡ଼ା ସମେତ ଆଖପାଖ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ସମସ୍ୟା ନେଇ ରବିବାର ସ୍ଥାନୀୟ ଲୋକେ...

ଉଜ୍ଜ୍ୱଳା ଯୋଜନା ଦିଗହରା

ସମ୍ବଲପୁର,୧୦ା୭(ବ୍ୟୁରୋ): କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନାକୁ ଲୋକାଭିମୁଖି ବୋଲି ପ୍ରଚାର କରୁଥିବାବେଳେ ସମ୍ବଲପୁର ଜିଲାରେ ଏହା ଦିଗହରା ହୋଇପଡିଛି। ୨୦୧୯ ଅକ୍ଟୋବର ମାସରୁ ପ୍ରାୟ ୨ବର୍ଷ...

ଶ୍ରୀମନ୍ଦିରରେ ହବିଷିଆଳିଙ୍କୁ ମାଡ଼

ପୁରୀ ଅଫିସ,୧୩ା୧୦: ଧର୍ମମାସ କାର୍ତ୍ତିକରେ ବ୍ରତ ପାଳିବା ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷିଆଳିମାନେ ଶ୍ରୀକ୍ଷେତ୍ରକୁ ଧାଇଁ...

ଉପଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଛେଣ୍ଡିପଦା,୧ା୮(ସ୍ବ.ପ୍ର) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତ ବରମଳିହା ଗ୍ରାମକୁ ୧୫ ଦିନ ହେବ ଯାତାୟାତ ଠପ୍‌ ହୋଇଯାଇଛି। ଉକ୍ତ ରାସ୍ତାକୁ ଗ୍ରାମର...

ମାଲେସିଆରେ ପୁଷ୍ପାଞ୍ଜଳିଙ୍କ କମାଲ୍‌

ବାଲିକୁଦା, ୨୫।୧ (ସ୍ବ.ପ୍ର.) ମାଲେସିଆର କୁଆଲାଲାମ୍ପୁରଠାରେ ଆୟୋଜିତ ଆନ୍ତର୍ଜାତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାରେ ଭାଗନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ୬ବର୍ଷୀୟା ପୁଞ୍ଜାଞ୍ଜଳି। ସେ ହେଉଛନ୍ତି...

ନୂଅଁ।ଖାଇ, ସହର ବଜାର ଚଳଚଞ୍ଚଳ ସବୁସ୍ତରରେ ପ୍ରସ୍ତୁତି ଶେଷ

ନୂଆପଡା ଅଫିସ,୨ା୯ ପୂର୍ବବର୍ଷ ଭଳି ଭାଦ୍ରବ ମାସ ପଞ୍ଚମୀ ତିଥିରେ ସମଗ୍ର ପଶ୍ଚିମ ଓଡିଶାରେ ନୂଆଖାଇ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏଥିପାଇଁ ସବୁଠି...

ବଲାଙ୍ଗୀରରେ ବନ୍ଦ ପାଳନ

ବଲାଙ୍ଗୀର ଅଫିସ,୧୯ା୪: ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨...

ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଧକ୍କା ଦେଲା ଟ୍ରକ୍‌

ପାଟଣା,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ବାଇପାସ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ୧୪...

Advertisement
Archives

Model This Week