ଘରୋଇ ହାତକୁ ଯିବ ଅଣ ଷ୍ଟ୍ରାଟେଜିକ୍‌ ପିଏସ୍‌ୟୁ

ନୂଆଦିଲ୍ଲୀ,୧୮।୫:ସରକାର ବିଭିନ୍ନ କ୍ଷେତ୍ରରେ ଘରୋଇକରଣକୁ ବର୍ତ୍ତମାନ ଗୁରୁତ୍ୱ ଦେଉଛନ୍ତି। ଷ୍ଟ୍ରାଟେଜିକ କ୍ଷେତ୍ରଗୁଡ଼ିକର ସଂଜ୍ଞା ନିରୂପଣ କରିବା ଲାଗି ନୂଆ ପବ୍ଲିକ ଏଣ୍ଟରପ୍ରାଇଜ ନୀତି ଆଣିବେ। ନୂଆ ନୀତି କାର୍ଯ୍ୟକ୍ଷମ ହେଲେ ଷ୍ଟ୍ରାଟେଜିକ କ୍ଷେତ୍ରଗୁଡ଼ିକରେ ୪ରୁ ଅଧିକ ରାଷ୍ଟ୍ରାୟତ୍ତ କମ୍ପାନୀ କାମ କରିପାରିବେ ନାହିଁ। ଷ୍ଟ୍ରାଟେଜିକ କ୍ଷେତ୍ରଗୁଡିକରେ କେଉଁ କେଉଁ କମ୍ପାନୀ କାମ କରିବେ ସେ ନେଇ ସରକାର ଶୀଘ୍ର ବିଜ୍ଞପ୍ତି ଜାରି କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୂଚନା ଦେଇଛନ୍ତି। ଷ୍ଟ୍ରାଟେଜିକ କ୍ଷେତ୍ରଗୁଡ଼ିକରେ ଅନ୍ତତଃ ପକ୍ଷେ ଗୋଟିଏ ରାଷ୍ଟ୍ରାୟତ୍ତ କମ୍ପାନୀ କାର୍ଯ୍ୟ କରିବ। ଏହି କ୍ଷେତ୍ରରେ ଘରୋଇ କମ୍ପାନୀଗୁଡ଼ିକୁ ମଧ୍ୟ ଅନୁମତି ପ୍ରଦାନ କରାଯିବ। ଅନ୍ୟ କ୍ଷେତ୍ରରେ ଥିବା ପିଏସ୍‌ୟୁଗୁଡ଼ିକୁ ସରକାର ଘରୋଇକରଣ କରିବେ ବୋଲି ଜଣାପଡ଼ିଛି।
ଷ୍ଟ୍ରାଟେଜିକ କ୍ଷେତ୍ରରେ ବିଶେଷକରି ଗୋଟିଏରୁ ୪କମ୍ପାନୀ ରଖିବାକୁ ଯୋଜନା କରାଯାଇଛି। ଘରୋଇକରଣ, ମିଶ୍ରଣ ଏବଂ ଅଣ୍ଡର ହୋଲ୍ଡିଂ କମ୍ପାନୀ ଭାବେ ରୂପାନ୍ତରିିତ କରିବାକୁ ଯୋଜନା ରଖାଯାଇଛି। ଘରୋଇକରଣ କରାଯିବା ଆଗରୁ ସରକାର କମ୍ପାନୀଗୁଡ଼ିକର ସ୍ଥିତିକୁ ବିଚାର କରିବେ। ସରକାର ଶୀଘ୍ର ନୂଆ ନୀତି ଘୋଷଣା କରିବେ। ଭାରତକୁ ଆତ୍ମନିର୍ଭରଶୀଳ କରାଇବା ଲାଗି ସରକାର ଯୋଜନା ହାତକୁ ନେଉଛନ୍ତି। ସବୁ କ୍ଷେତ୍ରରେ ଘରୋଇ କମ୍ପାନୀଗୁଡ଼ିକୁ ଅନୁମତି ପ୍ରଦାନ କରାଯିବ। ନିର୍ଦ୍ଧାରିତ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଅତି ଜରୁରୀ କ୍ଷେତ୍ରକୁ ବିଚାରକରି ସରକାର ପଦକ୍ଷେପ ନେବେ ବୋଲି ସୀତାରାମନ ମତବ୍ୟକ୍ତ କରିଛନ୍ତି।
ସେ ପୁଣି କହିଛନ୍ତି ଯେ, ସରକାର ଆଗାମୀ ଦିନରେ ଆଣିବାକୁ ଥିବା ନୀତିରେ ଷ୍ଟ୍ରାଟେଜିକ ଏବଂ ଅନ୍ୟ କ୍ଷେତ୍ର ସମ୍ପର୍କରେ ବିସ୍ତୃତ ଭାବେ ବର୍ଗୀକରଣ କରିବେ। ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକର ଘରୋଇକରଣ ନୀତି ଆସିବା ଦ୍ୱାରା ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମକୁ ଏହା ତ୍ୱରାନ୍ବିତ କରିବ। ସରକାର ବଜେଟରେ ୨.୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିମଧ୍ୟରୁ କେବଳ ୧.୨୦ ଲକ୍ଷ ରାଷ୍ଟ୍ରାୟତ୍ତ କମ୍ପାନୀ ପୁଞ୍ଜି ପ୍ରତ୍ୟାହାରରୁ ଆସିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଛି ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ, ୧୧ା୭ : ଜଳବାୟୁ ପରିବର୍ତ୍ତନଜନିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱବ୍ୟାପୀ ଶ୍ରମଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ଏହାଫଳରେ ବିଶେଷକରି ପରିବାର ଚଳାଇବା…

ଜନଗଣନା ପରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୧।୭(ରବିନାରାୟଣ ଜେନା): ରାଜ୍ୟରେ ଚାଲିଥିବା ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ଏବଂ ଜନଗଣନା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ(କମିଶନର)…

ବିନା ପ୍ରେସ୍‌କ୍ରିପ୍ସନରେ ବିକ୍ରି ହେବନି ୧୨%ରୁ ଅଧିକ ଆଲ୍‌କୋହଲଯୁକ୍ତ ଔଷଧ

ନୂଆଦିଲ୍ଲୀ,୧୧ା୭: ଆଲ୍‌କୋହଲଯୁକ୍ତ ଔଷଧର ଦୁରୁପଯୋଗ ହେଉଥିବାରୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧ ପ୍ରସ୍ତୁତି ନିୟମ ଡ୍ରଗ୍ସ ରୁଲ୍‌ସ, ୧୯୪୫ରେ ସଂଶୋଧନ ଆଣିଛନ୍ତି। ୧୨ ପ୍ରତିଶତରୁ…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

‘ମୋତେ ମାରିଦେଲେ ବି ମୁଁ ବାଂଲାଦେଶ ଫେରିବି’, କାହିଁକି ଏମିତି କହିଲେ ଶେଖ ହାସିନା? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୭: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗର ଅନ୍ୟ ନିର୍ବାସିତ ନେତାମାନେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri