ଘରୋଇ ହସ୍ପିଟାଲରେ ଦଳିତ କର୍ମଚାରୀଙ୍କୁ ନିର୍ଯାତନା : କମିଶନଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କରୁନି ପୋଲିସ

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅନେକ ଦିନ ଧରି ଉପରିସ୍ଥ କର୍ମଚାରୀ ଦ୍ୱାରା ନିର୍ଯାତିତ ହେଉଥିଲେ। ଏ ନେଇ ପ୍ରତିବାଦ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି। ଏ ସମ୍ପର୍କରେ ଥାନାରେ ଅଭିଯୋଗ କଲେ ମଧ୍ୟ ମାମଲା ରୁଜୁ କରାଯାଉନାହିଁ। ନ୍ୟାୟ ପାଇବା ନେଇ ନିର୍ଯାତିତ ଯୁବକ ମାନବାଧିକାର କମିଶନଙ୍କଠାରୁ ଆରମ୍ଭ କରି ଡିସିପି ଏବଂ ସିପିଙ୍କ ନିକଟରେ ଅଭିଯୋଗ କଲେ। ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଥାନା ଅଧିକାରୀ ମାମଲା ରୁଜୁ କରୁ ନ ଥିବା ନେଇ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ଚନ୍ଦ୍ରଶେଖରପୁର ଏମଆଇଜି-୨, ବ୍ଲକ-୪, ଘର ନଂ. ଇ-୧୨ରେ ମାନସ ରଞ୍ଜନ ସେଠୀ ରୁହନ୍ତି। ମାନସଙ୍କ ଅଭିଯୋଗ ମୁତାବକ, ସେ ୫ ବର୍ଷ ଧରି ଏକ ଘରୋଇ ହସ୍ପିଟାଲରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ଲ୍ୟାବରେ କାର୍ଯ୍ୟରତ ଜଣେ ଉଚ୍ଚ ଜାତିର ମହିଳା କର୍ମଚାରୀ ଓ ଅନ୍ୟ କିଛି କର୍ମଚାରୀ କିଛି ଦିନ ହେବ ନାନାଦି ନିର୍ଯାତନା ଦେଉଛନ୍ତି। ହସ୍ପିଟାଲ ବାହାରୁ ଆସୁଥିବା ରକ୍ତ ନମୁନାକୁ ବେଆଇନ ଭାବେ ପରୀକ୍ଷା କରିବାକୁ ମାନସଙ୍କୁ ବାଧ୍ୟ କରୁଛନ୍ତି। ଏଥିରେ ସହଯୋଗ ନ କରିବାରୁ ତାଙ୍କୁ ଚାକିରି ଛାଡି ଚାଲିଯିବାକୁ ବାଟ କରାଯାଉଛି। ଉପରିସ୍ଥ ଅଧିକାରୀଙ୍କ ନିକଟରେ ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଉଛି। ଏଥିସହ ଲ୍ୟାବରୁ ତାଙ୍କୁ ପାଣି ପିଇବାକୁ ମନା କରାଯିବା ସହ ଜାତିଆଣ ନେଇ ଟାହିଟାପରା କରାଯାଉଛି। ଏ ନେଇ ଡିସିପି ଏବଂ ସିପିଙ୍କୁ ଜଣାଇବା ସହ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ ଥାନା ଅଭିଯୋଗ କରିବା ନେଇ କମିଶନ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଗତ ୧୪ ତାରିଖରୁ ଥାନାରୁ ଅଭିଯୋଗ କରାଗଲେ ମଧ୍ୟ ତଦନ୍ତକାରୀ ଅଧିକାରୀ ମାମଲା ରୁଜୁ କରୁନାହାନ୍ତି । ବାରମ୍ବାର ଥାନାକୁ ଦଉଡିବା ପରେ ସେ ନିରାଶ ହୋଇ ଫେରୁଛନ୍ତି ବୋଲି ଗଣମାଧ୍ୟମରେ ନ୍ୟାୟ ପାଇବା ନେଇ ଅଭିଯୋଗ ଆଣିଛନ୍ତି। ଏ ନେଇ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ମାନସ ଜଣେ ମହିଳା କର୍ମଚାରୀ ଓ ଅନ୍ୟମାନଙ୍କ ନାମରେ ଅଭିଯୋଗ ଆଣିଥିଲେ। ଏତଲା କପିରେ କିଛି ଭୁଲକୁ ସଂଶୋଧନ କରାଯିବା ସହ ରବିବାର ରାତି ସୁଦ୍ଧା ମାମଲା ରୁଜୁ ହେବ। ଏ ନେଇ ତଦନ୍ତ କରିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବାପାଙ୍କ ଗାଳି ମୋ ଜୀବନର ଟର୍ନିଂ ପଏଣ୍ଟ’

ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ନିଜ ଅନୁଭୂତି ସମ୍ପର୍କରେ କହନ୍ତି, ୧୧ବର୍ଷ ବୟସରେ ମୁଁ ରଥଖଳାକୁ ଚାଲି ଆସିଥିଲି। ୧୯୯୬ ମସିହାରେ ଶାଢି...

କଟକରେ ୮ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର,୩୧।୭(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣ ପରେ ଏବେ ରାଜ୍ୟରେ ଚିନ୍ତା ବଢ଼ାଇଛି ଡେଙ୍ଗୁ। ଭୁବନେଶ୍ୱର, ବାଲେଶ୍ୱର ପରେ ଏବେ କଟକରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।...

‘କେନ୍ଦ୍ର ଅନୁଦାନ ଖର୍ଚ୍ଚ କରିପାରୁନି ରାଜ୍ୟ’

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଚଳିତବର୍ଷ କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ବିତ...

ଜୈବିକ ଖତକୁ ପ୍ରୋତ୍ସାହନ ଲୋଡ଼ା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟକୁ ରାସାୟନିକ ସାର ଯୋଗାଣ ପର୍ଯ୍ୟାପ୍ତ ହେଉ ନ ଥିବାରୁ ବ୍ୟବହାର କମିବାରେ ଲାଗିଲାଣି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ...

ଡାକ୍ତର ହେବ ତ ଏମିତି: ରାସ୍ତାରେ ଛଟପଟ ହେଉଥିବା ରୋଗୀଙ୍କୁ ନେଲେ ଡାକ୍ତରଖାନା, ଛୁଟୁଛି ପ୍ରଶଂସାର ସୁଅ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଡାକ୍ତର ଭଗବାନଙ୍କ ସମତୂଲ୍ୟ ବୋଲି କୁହାଯାଏ। ତେବେ ଅନେକ ସମୟରେ ଡାକ୍ତରଙ୍କ ଅବହେଳା କାରଣରୁ ରୋଗୀର ଜୀବନ ମଧ୍ୟ ଚାଲିଯାଏ। ହେଲେ ଏହାର ଏକ...

ଆଜି ରାଜଧାନୀରେ ୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଶନିବାର ରାଜଧାନୀରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଏକ ଅଙ୍କକୁ ଖସିଛି। ତେବେ ଆଜି ରାଜଧାନୀରୁ ମାତ୍ର ୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୬...

କେନ୍ଦ୍ର, ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଦେହଜୀବୀଙ୍କୁ ଆର୍ଥିକ ସହାୟତା ଦିଅ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଦେହଜୀବୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ଦେବା ସହ ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ...

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨: ଆକର୍ଷଣ ଥିଲା ‘କ୍ଲାଇମେଟ ଚେଞ୍ଜ’ର କାର୍ଯ୍ୟଧାରା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଧରିତ୍ରୀ’ ପକ୍ଷରୁ ଆୟୋଜିତ ୟୁଥ୍‌ କନ୍‌କ୍ଲେଭ୍‌ର ଅନ୍ୟ ଏକ ଆକର୍ଷଣ ଥିଲା ‘କ୍ଲାଇମେଟ ଚେଞ୍ଜ’ ପ୍ରଦର୍ଶନୀ। ପରିବେଶ ସଂରକ୍ଷଣ ଉପରେ କାମ କରୁଥିବା ଯୁବପିଢୀ...

Advertisement
Archives

Model This Week