ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ସରକାରୀ ତୁଳନାରେ ୭ ଗୁଣ ଅଧିକ

ନୂଆଦିଲ୍ଲୀ,୨୫-୧୧: ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ସାଧାରଣତଃ ଅଧିକ ରହିଥିବା ପ୍ରାୟ ସମସ୍ତଙ୍କୁ ଜଣା। ଏହି ହସ୍ପିଟାଲଗୁଡିକରେ ହାରାହାରି ଚିକିତ୍ସା ଖର୍ଚ୍ଚ ସରକାରୀ ହସ୍ପିଟାଲ ତୁଳନାରେ ୭ ଗୁଣ ଅଧିକ ବୋଲି ନ୍ୟାଶନାଲ ସାମ୍ପଲ ସର୍ଭେ (ଏନ୍‌ଏସ୍‌ଏସ୍‌) ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟରୁ ସାମ୍ନାକୁ ଆସିଛି। ସରକାରୀ ହସ୍ପିଟାଲରେ ଚିକିତ୍ସା ଲାଗି ହାରାହାରି ପ୍ରାୟ ୪,୪୫୨ ଟଙ୍କା ରହିଥିବା ବେଳେ ଏହା ଘରୋଇ ହସ୍ପିଟାଲ କ୍ଷେତ୍ରରେ ୩୧,୮୪୫ ଟଙ୍କା ରହିଛି। ଏହି ରିପୋର୍ଟରେ ପ୍ରସବ ଜନିତ ଖର୍ଚ୍ଚ ପ୍ରସଙ୍ଗକୁ ସାମିଲ କରାଯାଇ ନାହିଁ। ୨୦୧୭-୧୮ର ଜୁଲାଇ-ଜୁନ ମଧ୍ୟରେ ହୋଇଥିବା ସର୍ଭେକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି। ସହରାଞ୍ଚଳରେ ସରକାରୀ ହସ୍ପିଟାଲର ଖର୍ଚ୍ଚ ପ୍ରାୟ ୪,୮୩୭ ଟଙ୍କା ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୪୨୯୦ ଟଙ୍କା ରହିଛି।
ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଗ୍ରାମାଞ୍ଚଳରେ ପ୍ରାୟ ୨୭,୪୩୭ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସହରାଞ୍ଚଳରେ ଏହା ୩୮,୮୨୨ ଟଙ୍କା ରହିଛି। ଗ୍ରାମାଞ୍ଚଳରେ ଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ପରିବାର ପିଛା ହାରାହାରି ଖର୍ଚ୍ଚ ୧୬,୬୭୬ ଟଙ୍କା ରହିଛି। ଏହା ସହରାଞ୍ଚଳରେ ୨୬, ୪୭୫ ଟଙ୍କା ରହିଛି। ୧.୧୩ ଲକ୍ଷ ପରିବାରକୁ ନେଇ ଏହି ସର୍ଭେ କରାଯାଇଛି। ପୂର୍ବରୁ ଏଭଳି ସର୍ଭେ ୧୯୯୫-୯୬, ୨୦୦୪ ଏବଂ ୨୦୧୪ରେ କରାଯାଇଥିଲା। ଚିକିତ୍ସା ଲାଗି ୪୨% ଲୋକ ସରକାରୀ ଡାକ୍ତରଖାନାକୁ ଚୟନ କରୁଥିବା ବେଳେ ୫୫% ଲୋକ ଘରୋଇ କ୍ଷେତ୍ର ହସ୍ପିଟାଲକୁ ଚୟନ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ଅନୁପାତ ୨.୭% ରହିଛି। ପ୍ରସବ କ୍ଷେତ୍ରରେ ଗ୍ରାମାଞ୍ଚଳରେ ସରକାରୀ ହସ୍ପିଟାଲ ଖର୍ଚ୍ଚ ପ୍ରାୟ ୨୪୦୪ ଟଙ୍କା ଥିବା ବେଳେ ଏହା ଘରୋଇ ହସ୍ପିଟାଲରେ ୨୦,୭୮୮ ଟଙ୍କା ରହିଛି। ସେହିଭଳି ସହରର ସରକାରୀ ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲ ଲାଗି ଉକ୍ତ ବର୍ଗରେ ଯଥାକ୍ରମେ ୩,୧୦୬ ଟଙ୍କା ଏବଂ ୨୯,୧୦୫ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଜିବି ପକ୍ଷରୁ ସତର୍କତା ଜାଗରଣ ସପ୍ତାହ

ଭୁବନେଶ୍ୱର,୩।୧୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ପକ୍ଷରୁ ‘ସତର୍କତା ଜାଗରଣ ସପ୍ତାହ’ ନିକଟରେ ପାଳିତ ହୋଇଯାଇଛି। ଏପରିକି ଓଜିବିର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ...

ମାଲବାର ପକ୍ଷରୁ ଚେନ ଆଣ୍ଡ୍‌ ବେଙ୍ଗଲ ଫେଷ୍ଟିଭାଲର ଶୁଭାରମ୍ଭ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଦେଶର ପ୍ରମୁଖ ସୁନା ଏବଂ ହୀରା ଅଳଙ୍କାର ନିର୍ମାତା ମାଲବାର ଗୋଲ୍ଡ ଏଣ୍ଡ ଡାଏମଣ୍ଡସ୍‌ ପକ୍ଷରୁ ଚଳିତ ପାର୍ବଣ ଉପଲକ୍ଷେ ଚେନ ଏବଂ ବାଙ୍ଗେଲ...

ନିବେଶକଙ୍କ ସମ୍ପତ୍ତି ଦିନକରେ ୨.୧୨ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ,୭।୩: ଗତ କିଛିଦିନ ହେବ ବିଭିନ୍ନ କାରଣ ପାଇଁ ଦଲାଲ ଷ୍ଟ୍ରିଟ୍‌ରେ କାରବାର ମାନ୍ଦା ରହୁଥିଲା। ଏପରିକି ଗତ ସପ୍ତାହର କାରବାରରେ ମଧ୍ୟ ପରିବର୍ତ୍ତନ ହେଉଥିଲା।...

କମ୍ପାନୀଙ୍କ କୋଭିଡ୍‌ ଖର୍ଚ୍ଚ: ପିଏମ୍‌ କେୟାର୍ସ ପାଣ୍ଠିକୁ ସିଂହଭାଗ

ନୂଆଦିଲ୍ଲୀ,୧୧।୬: ଦେଶର ଶିଳ୍ପ ଜଗତ ପକ୍ଷରୁ କରୋନା ପାଇଁ ପ୍ରାୟ ଖର୍ଚ୍ଚ କରିବାକୁ ଥିବା ମୋଟ ଅର୍ଥ ମଧ୍ୟରୁ ସିଂହଭାଗ ପିଏମ୍‌ କେୟାର୍ସ ପାଣ୍ଠିକୁ ପ୍ରଦାନ...

ପାତ୍ରପଡ଼ାରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ବୃହତ୍‌ ଷ୍ଟୋର

ଭୁବନେଶ୍ୱର,୧୩ା୮: ରାଜ୍ୟର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ସ୍ଥାନୀୟ ପାତ୍ରପଡ଼ାଠାରେ ଶୁକ୍ରବର ଏକ ବୃହତ୍‌ ଷ୍ଟୋରର ଶୁଭାରମ୍ଭ ହୋଇଯାଇଛି। ଗୁପ୍ତା ଡିଷ୍ଟିବ୍ୟୁଟର୍ସର ମୁଖ୍ୟ...

ସ୍ପାମ୍‌ କଲ୍‌ରେ ଭାରତର ସ୍ଥାନ ନବମ

ଭୁବନେଶ୍ୱର,୨୦।୧୨: ଚଳିତ ବର୍ଷ ବିଶ୍ୱବ୍ୟାପୀ ରାଷ୍ଟ୍ରଗୁଡିକ ସ୍ପାମ୍‌ କଲ୍‌ ଦ୍ୱାରା ବେଶ୍‌ ପ୍ରଭାବିତ ହୋଇଥିବା ଜଣାପଡିଛି। ଏହି ବିଷୟରେ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ୨୦ଟି ପ୍ରମୁଖ...

ନିଶାନ ପକ୍ଷରୁ ସହାୟତା

ଭୁବନେଶ୍ୱର,୧୫-୫: ଫନୀ ପ୍ରଭାବିତ ଲୋକଙ୍କୁ ସହାୟତା କରିବା ଲାଗି ନିଶାନ ଇଣ୍ଡିଆ ଆଗେଇ ଆସିଛି। କମ୍ପାନୀ ପକ୍ଷରୁ କଟକ ଏବଂ ଭୁବନେଶ୍ୱରରେ ଜରୁରୀକାଳୀନ ମରାମତି ଟିମ୍‌...

ସୁଧ ଛାଡ଼ ପିଟିଶନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋରାଟୋରିୟମ ବେଳେ ସୁଧ ଛାଡ଼ କରିବା ନେଇ ଅନେକ ପିଟିଶନ ସୁପ୍ରିମକୋର୍ଟରେ ପଡି ରହିଛି। ଚଳିତ ମାସ ୧୯ ତାରିଖଠାରୁ ଏହି ପିଟିଶନ ଉପରେ...

Advertisement
Archives

Model This Week