Posted inଖେଳ

ଘରୋଇ ଭେନ୍ୟୁର ଆୟୋଜନ ହେବ ରୋମ ଡାଇମଣ୍ଡ ଲିଗ୍‌

ରୋମ,୨୮।୫(ଏଏଫ୍‌ପି): ନେପେଲ୍ସକୁ ସ୍ଥାନାନ୍ତର ହୋଇଥିବା ରୋମ ଡାଇମଣ୍ଡ ଲିଗ୍‌ ଘରୋଇ ଭେନ୍ୟୁ ଅର୍ଥାତ ରୋମରେ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଅଲିମ୍ପିକ୍‌ ଷ୍ଟାଡିୟମରେ ୟୁରୋପିଆ ଫୁଟବଲ ଚାମ୍ପିୟନଶିପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ଫଳରେ ଡାଇମଣ୍ଡ ଲିଗ୍‌କୁ ନେପେଲ୍ସକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏହା ଏବେ ରାଜଧାନୀ ରୋମ୍‌ରେ ହିଁ ଆୟୋଜନ ହେବ। କୋଭିଡ-୧୯ କାରଣରୁ ୟୁରୋ ୨୦୨୦କୁ ସ୍ଥଗିତ ରହିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ରୋମ୍‌ରେ ଏହି ମେଗା ଇଭେଣ୍ଟ ସେପ୍ଟେମ୍ବର ୧୭ ତାରିଖରେ ଆୟୋନ ହେବ। କିନ୍ତୁ ଏହା ଅଲିମ୍ପିକ୍‌ ଷ୍ଟାଡିୟମରେ ଖେଳାଯିବ ନାହିଁ। ଏହା ମାର୍ବେଲ୍ସ ଷ୍ଟାଡିୟମରେ ଆୟୋଜନ ହେବ ଇଟାଲିୟାନ ଆଥଲେଟିକ୍ସ ଫେଡେରେଶନ ତରଫରୁ ସୂଚନା ଦିଆଯାଇଛି। ଏହି ଇଭେଣ୍ଟରେ ଇଟାଲୀର କ୍ରୀଡ଼ା ପ୍ରେମୀମାନେ ଯୋଗ ଦେବେ। ତେବେ ବିଦେଶୀ ତାରକାମାନେ ମଧ୍ୟ ଯୋଗ ଦେବେ ବୋଲି ଇଟାଲିୟାନ ଆଥଲେଟିକ୍ସ ଫେଡେଶେନ ଅଧ୍ୟକ୍ଷ ଅଲଫିଓ ଗୋମି କହିଛନ୍ତି। ଏହାକୁ ପାଙ୍କା ଷ୍ଟାଡିୟମରେ ଆୟୋଜନ କରିବା ଆମର ଲକ୍ଷ୍ୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ସାମ୍ବୋରେ ଓଡ଼ିଶା ଦଳ ଭାଗନେବ

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି): ମାର୍ଶାଲ ଆର୍ଟର ଅନ୍ୟତମ ଷ୍ଟାଇଲ ସାମ୍ବୋର ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳ ଭାଗନେବ। ଏହି ପ୍ରତିଯୋଗିତା ଜମ୍ମୁସ୍ଥିତ ଭଗବତୀ ନଗର ସ୍ପୋଟର୍‌ସ...

୧୪୪ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଏହି ୨ ଦେଶ ମଧ୍ୟରେ ଖେଳାଯାଇଥିଲା ସବୁଠୁ ଛୋଟ ମ୍ୟାଚ୍‌

ଟେଷ୍ଟ କ୍ରିକେଟର ଇତିହାସ ପ୍ରାୟ ୧୪୪ ବର୍ଷ ପୁରୁଣା। ଟେଷ୍ଟ କ୍ରିକେଟରେ ଉଭୟ ଦଳ ୨-୨ ଇନିଂସ ଖେଳିବାକୁ ପାଆନ୍ତି ଏବଂ ବଲ ଖେଳିବାର କୌଣସି...

ଆଇପିଏଲ ପୂର୍ବରୁ ଟିକା ନେବାକୁ ମନା କରିଥିଲେ ଖେଳାଳି

ମୁମ୍ବାଇ,୧୬।୫: କୋଭିଡ୍‌-୧୯ କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୨୦୨୧ ସିଜନ ସ୍ଥଗିତ ହେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ତ୍ରୁଟି ଗୋଟି ଗୋଟି...

ଫ୍ୟାନ୍‌ ପାର୍କରେ ଭିଡ଼

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି)- ଟିକେଟ ନ ପାଇ ନିରାଶ ହୋଇଥିବା ଦର୍ଶକମାନେ ଫ୍ୟାନ ପାର୍କରେ ଭିଡ଼ ଜମାଇଥିଲେ। ଷ୍ଟାଡିୟମ ସମ୍ମୁଖ କିଲା ପଡ଼ିଆରେ ଓସିଏ ପକ୍ଷରୁ...

ମୁଁ ତୁମର ସବୁଠାରୁ ବଡ଼ ଫ୍ୟାନ୍‌: ଧନଶ୍ରୀ

ନୂଆଦିଲ୍ଲୀ,୨୩।୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଦୁଇ ଉଇକେଟ ନେଇଥିବା ଯୁଜବେନ୍ଦ୍ର ଚହଲଙ୍କ ଆଜି ଜନ୍ମଦିନ। ଏହାକୁ ନେଇ ସାଥୀ ଖେଳାଳିଙ୍କଠାରୁ ଆରମ୍ଭ କରି...

ଡେଭିସ୍‌ କପ୍‌ ଟେନିସ: ପାକିସ୍ତାନ ଦଳରେ ଜୁନିୟର ଖେଳାଳି

ନୂଆଦିଲ୍ଲୀ, ୨୧।୧୧(ପି.ଟି.)- ଭାରତ-ପାକିସ୍ତାନ ଡେଭିସ୍‌ କପ୍‌ ଟେନିସ କାଜାଖସ୍ତାନ ନୁର-ସୁଲତାନଠାରେ ଚଳିତମାସ ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ଟେନିସ ଫେଡେରେଶନ(ଆଇଟିଏଫ) ଭାରତ-ପାକ୍‌...

ପନ୍ତଙ୍କୁ ସ୍ବତନ୍ତ୍ର ବାର୍ତ୍ତା ପଠାଇଲା ଟିମ୍‌ ଇଣ୍ଡିଆ: ତୁମେ ଜଣେ ଯୋଦ୍ଧା…

ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ ଦଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। କୋଚ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ହାର୍ଦ୍ଦିକ...

ଥୋମାସ କପ୍‌ରେ ଇତିହାସ ରଚିଲା ଭାରତ ପୁରୁଷ ବ୍ୟାଡ୍‌ମିଣ୍ଟନ ଟିମ୍‌

ନୂଆଦିଲ୍ଲୀ,୧୩।୫: ଦୀର୍ଘ ୪୩ ବର୍ଷ ପରେ ‘ଥୋମାସ କପ୍‌’ରେ ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ଇତିହାସ ରଚିଛି। ଶକ୍ତିଶାଳୀ ମାଲେସିୟାକୁ ୩-୨ରେ ପରାସ୍ତ କରି ଭାରତୀୟ...

Advertisement
Archives

Model This Week