ଘରୋଇ ପେସାଦାରଙ୍କ ହାତରେ ରହିବ ରେଲଓ୍ବେର ପ୍ରଚାର ଅଭିଯାନ

ନୂଆଦିଲ୍ଲୀ,୧୭-୬: ଭାରତୀୟ ରେଲଓ୍ବେର ପ୍ରଚାର ଅଭିଯାନ(ପବ୍ଲିସିଟି କ୍ୟାମ୍ପେନ)ର ନୂଆ କଳେବର ହେବାକୁ ଯାଉଛି। ଏଥିଲାଗି ୧୭ ଘରୋଇ ପେସାଦାରଙ୍କୁ ନିଯୁକ୍ତ କରାଯିବ। ପ୍ରତି ଜୋନ୍‌ ଲାଗି ଗୋଟିଏ ଲେଖାଏ ଟିମ୍‌ ଗଠନ ହେବ, ଯେଉଁଥିରେ ଜଣେ ଟିମ୍‌ ଲିଡରଙ୍କ ସହିତ ସୋସିଆଲ ମିଡିଆ ମ୍ୟାନେଜର, କଣ୍ଟେଣ୍ଟ ଆନାଲିଷ୍ଟ, କଣ୍ଟେଣ୍ଟ ରାଇଟର ଏବଂ ଭିଡିଓ ଏଡିଟରଙ୍କ ଭଳି ଟେକ୍ନିକାଲ ବିଶେଷଜ୍ଞଙ୍କୁ ସାମିଲ ହେବେ। ଗୋଟିଏ ଟିମ୍‌ ପାଇଁ ବାର୍ଷିକ ୨ କୋଟି ଟଙ୍କା ଖର୍ଚ୍ଚ ହେବ।
ବର୍ତ୍ତମାନ ରେଲଓ୍ବେର ପ୍ରଚାର ଅଭିଯାନ ଲାଗି ୧୮ ଜୋନ୍‌ରେ ୭୦ ଅଧିକାରୀ କାମ କରୁଛନ୍ତି। ରେଲଓ୍ବେର ଚିଫ୍‌ ପବ୍ଲିକ୍‌ ରିଲେସନ୍ସ ଅଫିସର(ସିପିଆର୍‌ଓ) ଏମାନଙ୍କୁ ଗାଇଡ୍‌ଲାଇନ୍‌ ଜାରି କରନ୍ତି। ନିଜ ନିଜ ଜୋନ୍‌ରେ ନିଯୁକ୍ତ ହେବାକୁ ଥିବା ସମସ୍ତ ଘରୋଇ ପେସାଦାର ସିପିଆର୍‌ଓଙ୍କ ଅଧୀନରେ କାର୍ଯ୍ୟ କରିବେ। ରେଲଓ୍ବେ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ, ସୋସିଆଲ ମିଡିଆ ଯେପରିକି ଫେସ୍‌ବୁକ୍‌ , ହ୍ବାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ୍‌ ଭଳି ପ୍ଲାଟଫର୍ମ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ। ରେଲଓ୍ବେ ସମ୍ପର୍କିତ କୌଣସି ଅଭିଯୋଗ ମିଳିଲେ, ଏହି ଟିମ୍‌ ଏହାର ସମାଧାନ କରିବାରେ ନିଜର ଭୂମିକା ନିର୍ବାହ କରିବ। ସମସ୍ତ ଟିମ୍‌କୁ ନିଜର ମାସିକ ତଥା ତ୍ରୈମାସିକ କାର୍ଯ୍ୟାବଳୀ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ ହେବ। ପ୍ରତ୍ୟେକ ଟିମ୍‌ ନିଜ ଜୋନ୍‌ରେ ଏକ ଡ୍ୟାଶ୍‌ବୋର୍ଡ ତିଆରି କରିବାକୁ ପଡିବ। ଏହି ଡ୍ୟାଶ୍‌ବୋର୍ଡରେ ନୂଆ ନ୍ୟୁଜ୍‌ ଆର୍ଟିକିଲ୍‌ ଏବଂ ଟିଭିରେ ଚାଲୁଥିବା କ୍ଲିପ୍‌ର ଅନ୍‌ଲାଇନରେ ଦର୍ଶାଇବାକୁ ହେବ। ପ୍ରତ୍ୟେକ ଟିମ୍‌ର ଡ୍ୟାଶ୍‌ବୋର୍ଡ ତିଆରି କରିବା ଲାଗି ୩ରୁ ୫ ଲକ୍ଷ ଟଙ୍କା ବ୍ୟୟ କରାଯିବ। ସେ କହିଛନ୍ତି ଯେ, ରେଲଓ୍ବେରେ ଏବେ ଘରୋଇ ଏଜେନ୍ସି ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି। ତେବେ ଏବେ ଏହି ପ୍ରକ୍ରିୟାକୁ ନୂଆ ରୂପ ଦିଆଯାଉଛି। ଏହି ଟିମ୍‌ ସୋସିଆଲ ମିଡିଆକୁ ହ୍ୟାଣ୍ଡେଲ କରିବେ। ପ୍ରଚାର ଅଭିଯାନରେ ମିଡିଆକୁ ସହାୟତା କରିବା ସହିତ ଏହି ଟିମ୍‌ ମିଡିଆ ରିପୋର୍ଟର ଆକଳନ ମଧ୍ୟ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜିୟୁର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୨୫।୭: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ୨୦୨୩-୨୪ ଶିକ୍ଷା ବର୍ଷରେ ଆଡମିଶନ ଗ୍ରହଣ କରିଥିବା ବିଭିନ୍ନ...

‘ନିବେଶକଙ୍କୁ ଆକୃଷ୍ଟ କରୁଛି ମ୍ୟୁଚୁଆଲ ଫଣ୍ଡ’

ନୂଆଦିଲ୍ଲୀ,୭ା୧: ବର୍ତ୍ତମାନ ସମୟରେ ମ୍ୟୁଚୁଆଲ ଫଣ୍ଡ ଅବସର ଯୋଜନାଠାରୁ ଆରମ୍ଭକରି ପିଲାମାନଙ୍କ ଜରୁରିକାଳୀନ ଆବଶ୍ୟକତା ପର୍ଯ୍ୟନ୍ତ ସେବା ଓ ସୁବିଧା ଯୋଗାଉଛି। ବିଶେଷ କରି ଏହି...

ପ୍ରିମିୟମ୍‌ ପୈଠ କରି ନ ଥିଲେ ବୀମା ଦାବି କରି ହେବ ନାହିଁ…

ନୂଆଦିଲ୍ଲୀ,୧।୧୧: ନିର୍ଦ୍ଦିଷ୍ଟ ତାରିଖରେ ଇନସ୍ୟୁରାନ୍ସ୍‌ ପ୍ରିମିୟମ୍‌ ପୈଠ କରି ନ ଥିଲେ ବୀମା ଦାବି କରିହେବ ନାହିଁ। ଏଭଳି ଦାବୀକୁ ସ୍ବୀକାର କରାଯିବ ନାହିଁ ବୋଲି...

କିଓରୋ ପ୍ଲସ୍‌ ହେଲ୍‌ଥ ଫାସିଲିଟି

ଭୁବନେଶ୍ୱର,୧୨।୮:ରାଜ୍ୟର ଏକ ପ୍ରମୁଖ ସ୍ବାସ୍ଥ୍ୟଭିତ୍ତିକ ସଂସ୍ଥା ଆପ୍‌ନି ଫାର୍ମାସୀ ପକ୍ଷରୁ ଗୁରୁବାର ସ୍ଥାନୀୟ ଲକ୍ଷ୍ମୀସାଗରଠାରେ ‘କିଓରୋ ପ୍ଲସ୍‌ ହେଲ୍‌ଥ ଫାସିଲିଟି’ର ଶୁଭାରମ୍ଭ କରାଯାଇଛି। ପ୍ରଥମ ଷ୍ଟୋରର...

ମୋରାଟୋରିୟମ ୨ ବର୍ଷ ଯାଏ ବଢିପାରିବ; ସୁପ୍ରିମକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨।୯: କରୋନା ପାଇଁ ଋଣ କିସ୍ତି ପଇଠ କରିବାରେ ସମସ୍ୟା ଉପୁଜୁଛି। ବଜାର ବର୍ତ୍ତମାନ ପ୍ରଭାବିତ ହୋଇ ରହିଥିବା ବେଳେ ଶୀଘ୍ର ସ୍ଥିତି ଟ୍ରାକ୍‌କୁ ଫେରିବା...

ମାସକୁ ୧୦ ହଜାର ଭେଣ୍ଟିଲେଟର ବନାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ,୩୧। ୩ : ମାରୁତି ସୁଜୁକି କରୋନା ବିରୋଧୀ ଲଢ଼େଇକୁ ଜୋର୍‌ଦାର କରିବା ସହ ଭେଣ୍ଟିଲେଟର ଉତ୍ପାଦନ କରିବା ନେଇ ସ୍ପଷ୍ଟ କରିଛି। ମାରୁତି ସୁଜୁକି...

ଜୁଲାଇରେ ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ,୨-୮: ଜିଏସ୍‌ଟି ଆଦାୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଖୁସି ଆଣିଦେଇଛି। ଜୁଲାଇରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଯାଇଛି। ଏହି ସମୟରେ ୧.୦୨...

ପାନ୍‌ ବାହାରର ନୂଆ ଅଭିଯାନ

ଭୁବନେଶ୍ୱର,୧୪ା୯ ପାନ୍‌ ବାହାର ଇଲାଇଚି ପକ୍ଷରୁ ନୂଆ ଅଭିଯାନ ‘କାମୟାବି’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏଭଳି ଏକ ପୁରାତନ ବ୍ରାଣ୍ଡ୍‌କୁ ଗ୍ରାହକଙ୍କ ନିକଟତର କରାଇବା...

Advertisement
Archives

Model This Week