ଘରୋଇକରଣ ହେବ ଅଧିକ ରାଷ୍ଟ୍ରାୟତ୍ତ ସଂସ୍ଥା

ନୂଆଦିଲ୍ଲୀ,୧୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା କବଳିତ ଅର୍ଥ ବ୍ୟବସ୍ଥାକୁ ପୁନର୍ଜିବିତ ଲାଗି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ଏହାର ୫ମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଘୋଷଣା କରିଛନ୍ତି। ଦେଶର ବିଭିନ୍ନ କ୍ଷେତ୍ର ଲାଗି ଢାଞ୍ଚାଗତ ସଂସ୍କାର ଏହି ଘୋଷଣା ମଧ୍ୟରେ ସାମିଲ ରହିଥିବା ସେ ସୂଚନା ଦେଇଛନ୍ତି। ଏଗୁଡ଼ିକ ଦେଶର ବିକାଶଧାରାକୁ ତ୍ୱରାନ୍ବିତ କରିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି। ଅଣ ଷ୍ଟ୍ରାଟେଜିକ କ୍ଷେତ୍ରରେ ଅଧିକ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ ହେବ ବୋଲି ଜଣାପଡିଛି। ଗଣମାଧ୍ୟମକୁ ସୂଚନା ଦେଇ ସୀତାରାମନ କହିଛନ୍ତି ଯେ, ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ଲାଗି ୪୦ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ କରିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାର ଅଧିକ ଅର୍ଥ ଖର୍ଚ୍ଚ କରିବା ନେଇ ଯୋଜନା ରଖାଯାଇଛି। ମହାମାରୀକୁ ରୋକିବା ଲାଗି ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସ୍ବାସ୍ଥ୍ୟ କ୍ଷେତ୍ର ୧୫ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ଏହାବାଦ ଆଗାମୀ ଗୋଟିଏ ବର୍ଷ ଲାଗି ନୂଆ ଦେବାଳିଆ ଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ ରଖାଯାଇଛି। ସେହିଭଳି ଦେବାଳିଆ କାର୍ଯ୍ୟାନୁଷ୍ଠାନ ଲାଗି ରହିଥିବା ସୀମା ୧ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବଢ଼ାଯାଇଛି। କମ୍ପାନୀ ଆଇନରେ ସାମାନ୍ୟ ଟେକ୍ନିକାଲ ତ୍ରୁଟିକୁ ଅପରାଧମୁକ୍ତ କରାଯାଇଛି। ଗୁରୁତର ଅପରାଧ କ୍ଷେତ୍ରରେ ରହିଥିବା ଧାରାକୁ ଇଣ୍ଟରନାଲ ଆଡଜୁଡିକେଶନ ମେକାନିଜମ ପରିସରଭୁକ୍ତ କରାଯିବ। ଭାରତୀୟ କମ୍ପାନୀଗୁଡ଼ିକ ବିଦେଶୀ ବଜାରରେ ସେମାନଙ୍କ ସିକ୍ୟୁରିଟି ସିଧାସଳଖ ସୂଚୀଭୁକ୍ତ କରାଇବା ଲାଗି ଅନୁମତି ମିଳିଥିବା ଜଣାପଡ଼ିଛି।
ସେ ପୁଣି କହିଛନ୍ତି ଯେ, ସରକାର ସବୁ କ୍ଷେତ୍ରକୁ ଘରୋଇ କମ୍ପାନୀଙ୍କ ଲାଗି ଖୋଲା କରିଛନ୍ତି। ମାତ୍ର କିଛି ବଛା ବଛା କ୍ଷେତ୍ରରେ ସରକାରୀ କମ୍ପାନୀଗୁଡ଼ିକ କାମ କରିବେ। ଷ୍ଟ୍ରାଟେଜିକ ସେକ୍ଟରରେ ଅନ୍ତତଃ ପକ୍ଷେ ଗୋଟିଏ ରାଷ୍ଟ୍ରାୟତ୍ତ କମ୍ପାନୀ କାମ କରିବ। ଏହି କ୍ଷେତ୍ରରେ ମଧ୍ୟ ଘରୋଇ କମ୍ପାନୀଗୁଡ଼ିକୁ ଅନୁମତି ଦିଆଯିବ। ଅଣ ଷ୍ଟ୍ରାଟେଜିକ କ୍ଷେତ୍ରରେ କାମ କରୁଥିବା ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ଘରୋଇକରଣ ହେବ। ସ୍ଥିତିର ଅନୁଧ୍ୟାନ କରିବା ପରେ ଏ ନେଇ ଚୂଡ଼ାନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଏହାବାଦ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ଋଣ ସୀମାକୁ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ୩%ରୁ ୫%କୁ ବଢ଼ାଇଛନ୍ତି। ସରକାର ଘୋଷଣା କରିଥିବା ମୋଟ ୨୦ ଲକ୍ଷ କୋଟି ଟଙ୍କାର ଆଶ୍ୱସ୍ତି ପ୍ୟାକେଜ ମଧ୍ୟରେ ରିଜର୍ଭ ବ୍ୟାଙ୍କର ୮.୦୧ ଲକ୍ଷ କୋଟି ଟଙ୍କାର ଲିକ୍ୟୁଡିଟି ସହାୟତା ସାମିଲ ରହିଛି। ସେହିଭଳି ସରକାର ୧.୭୦ ଲକ୍ଷ କୋଟି ଟଙ୍କାର ଗରିବ କଲ୍ୟାଣ ଯୋଜନାକୁ ମିଶାଇ ଆଉ ୧.୯୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ହାତକୁ ନେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପ୍ରଥମ ପର୍ଯ୍ୟାୟରେ ୫.୯୪ ଲକ୍ଷ କୋଟି, ଦ୍ୱିତୀୟ ପର୍ଯ୍ୟାୟରେ ୩.୧୦ ଲକ୍ଷ କୋଟି , ୩ୟରେ ୧.୫୦ ଲକ୍ଷ କୋଟି, ଚତୁର୍ଥ ଏବଂ ପଞ୍ଚମ ପର୍ଯ୍ୟାୟ ଲାଗି ମୋଟ ୪୮ ହଜାର କୋଟି ଟଙ୍କାର ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାର ପୁଞ୍ଜୀକରଣରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରେକର୍ଡ

ମୁମ୍ବାଇ, ୧୧।୯ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ବଜାର ମୂଲ୍ୟାୟନରେ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଭାରତୀୟ ସୂଚୀଭୁକ୍ତ କମ୍ପାନୀ ଭାବେ ରିଲାଏନ୍ସ ୨୦୦...

ଏଆଇୟୁବିପିଏଆର୍‌ଏଫ୍‌ର ୪ର୍ଥ ସାଧାରଣ ଅଧିବେଶନ

ଭୁବନେଶ୍ୱର,୨୮।୩: ନିଖିଳ ଭାରତ ୟୁନିୟନ୍‌ ବ୍ୟାଙ୍କ ପେନ୍‌ସନ୍‌ଭୋଗୀ ଅବସରପ୍ରାପ୍ତ ଫେଡେରେଶନ୍‌ର ୪ର୍ଥ ସାଧାରଣ ଅଧିବେଶନ ସ୍ଥାନୀୟ ଆର୍ଯ୍ୟ ପ୍ୟାଲେସ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଅଲ୍‌ ଓଡ଼ିଶା...

କ୍ରୀସ୍‌ ଗୋପାଳକ୍ରିଷ୍ଣନ ଆର୍‌ବିଆଇ ଇନୋଭେଶନ ହବ୍‌ ଅଧ୍ୟକ୍ଷ

ମୁମ୍ବାଇ:ସେନାପଥୀ(କ୍ରିସ) ଗୋପାଳକ୍ରିଷ୍ଣନ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଇନୋଭେଶନ ହବ୍‌ର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଇନଫୋସିସର ସହ ପ୍ରତିଷ୍ଠାତା ଥିବା...

ଟୟୋଟାର କୁଲ ନ୍ୟୁ ଗ୍ଲାନଜାର ବୁକିଂ ଆରମ୍ଭ

ନୂଆଦିଲ୍ଲୀ,୧୨ ।୩ ଟୟୋଟା କିଲୋସ୍କର ମୋଟରର ବହୁ ପ୍ରତୀକ୍ଷିତ ଷ୍ଟାଇଲିଶ ଏବଂ ସ୍ପୋର୍ଟି କୁଲ୍‌ ନ୍ୟୁ ଟୟୋଟା ଗ୍ଲାନ୍‌ଜା ପାଇଁ ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା...

୨୩.୯% ଖସିଲା ଜିଡିପି

ନୂଆଦିଲ୍ଲୀ,୧।୯: ଆର୍ଥତ୍କ ବର୍ଷ ୨୦୨୦-୨୧ର ଏପ୍ରିଲ-ଜୁନ ତ୍ରୈମାସରେ ଭାରତର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ୨୩.୯% ଖସିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ସୋମବାର...

୫ମ ଦିନ ସୁଦ୍ଧା ୧.୭୯ ଗୁଣା ସବ୍‌ସ୍କ୍ରିପ୍ସନ୍‌

ନୂଆଦିଲ୍ଲୀ,୯।୫: ଛୁଟିଦିନଗୁଡ଼ିକରେ ମଧ୍ୟ ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର (ଆଇପିଓ)କୁ ନିବେଶକଙ୍କର ଦୃଢ଼ ସମର୍ଥନ ଦେଖିବାକୁ ମିଳିଛି। ଓପନ୍‌ ହେବାର ୫ମ...

ଦିଲ୍ଲୀରେ ପ୍ରତିଦିନ ୧୬ ହଜାର ଇ-ଚାଲାଣ: ୨୦୨୨ରେ ସର୍ବାଧିକ ଜରିମାନା ଆଦାୟ…

ନୂଆଦିଲ୍ଲୀ,୨୦।୩ : ଭାରତର ୧୧୫ ଟି ସହର ମଧ୍ୟରେ ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଟିଏମଏସ) ମାଧ୍ୟମରେ ଜାରି କରାଯାଇଥିବା ଇ-ଚାଲାଣ ସଂଖ୍ୟାରେ ଦିଲ୍ଲୀ ଶୀର୍ଷରେ...

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଓସିଆ’ର ବିରୋଧ

ଭୁବନେଶ୍ୱର: କରୋନା ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବା ଖୁଚୁରା ଏବଂ ପାଇକାରୀ ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମ୍‌ଇ ବର୍ଗରେ ସାମିଲ କରି ସରକାରଙ୍କ ସହାୟତା ପ୍ରଦାନ ପାଇଁ ଶୁକ୍ରବାର କେନ୍ଦ୍ର...

Advertisement
Archives

Model This Week