ଘଣ୍ଟାକୁ ୪ କି.ମି. ବେଗରେ ବଢୁଛି ଅମ୍ଫନ: ୨୦ରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର,୧୮।୫(ବ୍ୟୁରୋ)-ପାରାଦୀପଠାରୁ ୭୭୦ କିମିଦୂରରେ ରହିଛି ବାତ୍ୟା ଅମ୍ଫନ। ଏହା ଘଣ୍ଟାକୁ ୪ କି.ମି. ବେଗରେ ବଢୁଛି। ୨୦ ତାରିଖ ଅପରାହ୍ନରେ ଏହା ଦୀଘା-ହାତିଆ ମଝିରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୬୫ରୁ ୧୭୫ ରହିବ। ଉତ୍ତର ଓଡ଼ିଶା ଉପକୂଳରେ ୫୫ରୁ ୬୫ କିମି ବେଗରେ ପବନ ବହିବ। ୧୯ ତାରିଖ ସକାଳୁ ପବନର ବେଗ ୭୫ କମିରୁ ଅଧିକ ରହିବ। ୨୦ ତାରିଖ ପରେ ପବନର ବେଗ ୧୧୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିବ। ଏଥିପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ଟିମକୁ ୧୨ ଜିଲାକୁ ପଠାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି। ବାତ୍ୟା ଅମ୍ପନ ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାରେ ପ୍ରବଳ ବର୍ଷା ହେବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ମଧ୍ୟ ପ୍ରବଳ ବର୍ଷା ହେବ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(ବିଏମ୍‌ସି)ର ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଶକ୍ତି...

ଭିତରକନିକା ଯିବା ପାଇଁ ଚାନ୍ଦବାଲିରୁ ଏଣ୍ଟ୍ରି ପାସ୍‌ ଆରମ୍ଭ

ଚାନ୍ଦବାଲି, ୨।୮(ଡି.ଏନ୍‌.ଏ.)- ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ପ୍ରବେଶପଥ ଭାବେ ଚାନ୍ଦବାଲି ପରିଚିତ। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକମାନେ ମୁଖ୍ୟତଃ ଚାନ୍ଦବାଲିରୁ ଘରୋଇ ବୋଟ୍‌ ସହାୟତାରେ ଜଳପଥରେ...

ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ: ନକଲି ଶିକ୍ଷକ ଛାନିଆ

ବୌଦ୍ଧ,୧୧।୯(ସ୍ବ.ପ୍ର): ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଶିକ୍ଷକତା କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ଏ ନେଇ ସାରା ରାଜ୍ୟରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର...

‘ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ନୈତିକ ବିଜୟ’

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ):ରାଜ୍ୟରେ କରୋନା ମହାମାରୀ ସମୟରେ ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍‌ ଓ ଅନ୍ୟାନ୍ୟ କୋଭିଡ୍‌ ସାମଗ୍ରୀ କିଣାରେ ବହୁ କୋଟି ଟଙ୍କା ଦୁର୍ନୀତିରେ ରାଜ୍ୟ ସରକାରଙ୍କର...

ନୂଆ ୪୮ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଅଧିକାଂଶ ଥିଲେ କ୍ୱାରାଣ୍ଟାଇନ ସେଣ୍ଟରରେ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଚିହ୍ନଟ ନୂଆ ୪୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଆଜି ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ମଧ୍ୟରୁ...

ପୁଅକୁ କରୋନା ହୋଇଥିବା ଶୁଣି ହୃଦ୍‌ଘାତରେ ଚାଲିଗଲା ବାପାଙ୍କ ଜୀବନ

ପାତ୍ରପୁର,୧୭ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସପଙ୍ଗ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅ କରୋନା ସଂକ୍ରମଣ ହୋଇଥିବା ଖବର ଶୁଣି ବାପାଙ୍କ...

ସବୁ ରେକର୍ଡ ଭାଙ୍ଗିଲା: ଦିନକରେ କରୋନା ନେଲା ୪୬ ଜୀବନ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୬ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୧୭ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

ପାଟକୁରା ପାଇଁ ପାଗଭିଡ଼ା

ଭୁବନେଶ୍ୱର, ୧୧।୬(ବ୍ୟୁରୋ): ରାଜ୍ୟର ୧୪୬ ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଛି। ପାଟକୁରା ଆସନରେ ଏ ପର୍ଯ୍ୟନ୍ତ ଭୋଟ ହୋଇନାହିଁ। ପାଟକୁରା ବିଧାନସଭା ଆସନରୁ ବିଜେଡି...

Advertisement
Archives

Model This Week