ଘଟଣାସ୍ଥଳରେ ଚାଲାଣ କଟାଯାଇପାରିବନି

ଭୁବନେଶ୍ୱର, ୭ା୯(ବ୍ୟୁରୋ): ସରକାରଙ୍କ ନୂଆ ମୋଟରଯାନ ଆଇନ୍‌-୨୦୧୯ ସେପ୍ଟେମ୍ବର ୧ରୁ ଲାଗୁ ହେବା ପରେ ଗାଡ଼ି ଚାଳକଙ୍କ ମଧ୍ୟରେ ଛନକା ପଶିଛି। ଆର୍‌ଟିଓ ଏବଂ ଟ୍ରାଫିକ ପୋଲିସ ମନ ଇଚ୍ଛା ବିଭିନ୍ନ ନିୟମ ଉଲ୍ଲଂଘନ ଦେଖାଇ ଫାଇନ୍‌ କାଟୁଛି। କିନ୍ତୁ ନିୟମରେ ରହିଛି, ଘଟଣାସ୍ଥଳରେ ଟଙ୍କା କିମ୍ବା ଚାଲାଣ କାଟି ପାରିବେନି ପୋଲିସ ଏବଂ ଆରଟିଓ। ଏହାକୁ ଅନେକ ଗାଡ଼ି ଚାଳକ ଜାଣି ନ ଥିବାରୁ ତାଙ୍କ ଉପରେ ଏହି ଦୁଇ ବିଭାଗର କର୍ମଚାରୀ ଜୁଲମ କରୁଛନ୍ତି। ଗାଡ଼ି ପଞ୍ଜୀକରଣ ପ୍ରମାଣପତ୍ର (ଆର୍‌ସି), ଇନସ୍ୟୁରାନ୍ସ, ପ୍ରଦୂଷଣ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍‌ ପ୍ରମାଣପତ୍ର ନ ଦେଖାଇଲେ ଗାଡ଼ି ଚାଳକଙ୍କୁ ଧରି ସେମାନଙ୍କ ଗାଡ଼ିର ଚାବି ଛଡ଼ାଇ ନେଇଯାଉଛନ୍ତି। ଏପରି କି ଘଟଣାସ୍ଥଳରେ ଚାଲାଣ କାଟିବା ସହ ଫାଇନ ଦେବାକୁ କହୁଛନ୍ତି। ଯଦି କାହା ନିକଟରେ ଟଙ୍କା ନାହିଁ ପୋଲିସ ଅଫିସରମାନେ ତାଙ୍କ ଗାଡ଼ିକୁ ସିଜ୍‌ କରି ଥାନାକୁ ନେଉଯାଉଛନ୍ତି। କିନ୍ତୁ ତାହା କରିବା ସମ୍ପୂର୍ଣ୍ଣ ଭାବେ ବେଆଇନ। ଯଦି ଜଣେ ଗାଡ଼ିଚାଳକ ସେହି ସମୟରେ ଏହି ସବୁ ପ୍ରମାଣପତ୍ର ଦେଖାଇ ପାରୁନାହଁାନ୍ତି ତାହା ଅପରାଧ ନୁହେଁ।
କେନ୍ଦ୍ରୀୟ ମୋଟରଯାନ ନିୟମ ୧୩୯ରେ ବ୍ୟବସ୍ଥା ରହିଛି ଯେ, ଗାଡ଼ି ଚାଳକଙ୍କୁ କାଗଜପତ୍ର ଦେଖାଇବା ଲାଗି ୧୨ଦିନ ସମୟ ଦିଆଯିବ। ଚାଳକ ଯଦି ୧୫ଦିନ ମଧ୍ୟରେ ଗାଡ଼ିିର କାଗଜପତ୍ର ଦେଖାଇବା ଲାଗି ଦାବି କରିବେ ତାହା ହେଲେ ପୋଲିସ କିମ୍ବା ଆରଟିଓ ଚାଲାଣ କାଟିପାରିବେ ନାହିଁ। ଏହାପରେ ୧୫ଦିନ ମଧ୍ୟରେ ଚାଳକଙ୍କୁ ସମସ୍ତ କାଗଜପତ୍ର ଟ୍ରାଫିକ ପୋଲିସ ଅଥବା ଆରଟିଓଙ୍କ ନିକଟରେ ଉପସ୍ଥାପନ କରିବାକୁ ପଡ଼ିବ।
ଏ ନେଇ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାସ କହିଛନ୍ତି, ମୋଟର ଯାନ ଆଇନ ୨୦୧୯ ଧାରା ୧୫୮ ଅନୁଯାୟୀ, ଦୁର୍ଘଟଣା ହେବା କିମ୍ବା କୌଣସି ବିଶେଷ ମାମଲାରେ ଗାଡ଼ିର କାଗଜପତ୍ର ଦେଖାଇବାର ସମୟ ୭ ଦିନ ଧାର୍ଯ୍ୟ ରହିଛି। ଯଦି ଗାଡ଼ି ଚାଳକ ଘଟଣାସ୍ଥଳରେ କାଗଜପତ୍ର ଦେଖାଇ ନ ଦେଖାଇ ପାରନ୍ତି ଓ ପୋଲିସ ଚାଲାଣ କାଟନ୍ତି ତେବେ କୋର୍ଟରେ ଏହାକୁ ଖାରଜ କରିବା ଲାଗି ଚାଳକଙ୍କ ନିକଟରେ ବିକଳ୍ପ ରହିଛି। ସେ ଆହୁରି କହିଛନ୍ତି, ଯଦି ଟ୍ରାଫିକ ପୋଲିସ ବେଆଇନ ଭାବେ ଚାଲାଣ କାଟୁଛି, ତେବେ ଚାଳକଙ୍କୁ କେବେ ବି ଚାଲାଣ ଭରିବାକୁ ପଡ଼ିବ ନାହିଁ। ଏହି ଚାଲାଣକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ। ଯଦି କୋର୍ଟ ଜାଣିବାକୁ ପାଇବେ ଚାଳକଙ୍କ ନିକଟରେ ସମସ୍ତ କାଗଜପତ୍ର ରହିଛି ଏବଂ ତାହାକୁ ଦେଖାଇବା ଲାଗି ୧୫ଦିନ ସମୟ ଦିଆଯାଇନାହିଁ ତାହାହେଲେ କୋର୍ଟ ଜରିମାନା ଛାଡ଼ କରିପାରିବେ।
ଅନ୍ୟପକ୍ଷରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ପୋଲିସ ୧ ହଜାର ଟଙ୍କାରୁ ଅଧିକ ଫାଇନ କରୁନାହିଁ। ଯେଉଁ ଅଧିକ ଫାଇନ ହେଉଛି ତାହା ପରିବହନ ବିଭାଗ କରୁଛି। ୧୨ବର୍ଷରୁ କମ୍‌ ବୟସର ପିଲା ହୋଇଥିଲେ ସେମାନେ ବାପା ମା‘ଙ୍କ ସହ ବାଇକରେ ଯାଇପାରିବେ। ସ୍କୁଲ ପିଲା ଗାଡ଼ି ଚଳାଇଲେ ମା, ବାପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏପରି କି ଯେଉଁ ପିଲା ଧରାପଡ଼ିବେ ତାଙ୍କୁ ୨୫ବର୍ଷ ବୟସ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ ନାହିଁ। ଆରଟିଓ-୧ ପ୍ରଦୀପ ମହାନ୍ତି କହିଛନ୍ତି। ଏଥର କେବଳ ମୁଖ୍ୟ ନିୟମ ଉଲ୍ଲଂଘନ ପାଇଁ ଫାଇନ ଆଦାୟ କରାଯିବ। କାଗଜପତ୍ର ଉପସ୍ଥାପନ ପାଇଁ ୧୦ଦିନ ସମୟ ଦିଆଯିବାର ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri