Posted inଜାତୀୟ

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଭୁଷୁଡିଲା କୋଠା: ୧୦ ମୃତ

ମାଉ,୧୪।୧୦: ଉତ୍ତର ପ୍ରଦେଶର ମହମ୍ମଦାବାଦରେ ସୋମବାର ସକାଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଏକ ଦୁଇ ମହଲା କୋଠା ଭୁଷୁଡି ପଡିଛି। ଏଥିରେ ଅତିକମ୍‌ରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ରୋଷେଇ ଘରର ସିଲିଣ୍ଡର ଫାଟି ଏମିତି ଦୁର୍ଘଟଣା ଘଟିଛି। ଏବେବି କେତେଜଣ ଲୋକ ଭୁଷୁଡି ଯାଇଥିବା କୋଠା ତଳେ ଚାପି ହୋଇ ରହିଥିବା କୁହାଯାଉଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ସିଲିଣ୍ଡରଟି କିପରି ଫାଟିଲା ଏପର୍ଯ୍ୟନ୍ତ ତା’ର କାରଣ ଜଣାପଡି ନ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଯେଉଁ ଘରେ ବିସ୍ଫୋରଣ ହୋଇଛି ଉକ୍ତ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨ସଡ଼କ ଦୁର୍ଘଟଣା: ୧୩ ମୃତ,୪୭ ଆହତ

ବଡ଼ୋଦରା,୧୮।୧୧: ଦୁଇଟି ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ମୋଟ ୪୭ ଜଣ ଆହତ ହୋଇଛନ୍ତି। ଗୁଜରାଟର ବଡ଼ୋଦରାରେ ଏକ ମର୍ମନ୍ତୁଦ ସଡ଼କ...

ଟ୍ରାକ୍ଟର ରାଲିରେ ଅଘଟଣ: କୃଷକ ମୃତ

ନୂଆଦିଲ୍ଲୀ,୨୬ା୧- ନୂଆ କୃଷି ଆଇନ ବିରୋଧରେ ଚାଷୀଙ୍କ ଦ୍ୱାରା ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଟ୍ରାକ୍ଟର ରାଲିରେ ଘଟିଛି ଅଘଟଣ। ସେଣ୍ଟ୍ରାଲ ଦିଲ୍ଲୀଠାରେ ଟ୍ରାକ୍ଟର ଓଲଟି ପଡ଼ିବାରୁ...

ମନ୍ଦିର, ବିବାହ ମଣ୍ଡପ, ମୁଖ୍ୟମନ୍ତ୍ରୀଙ୍କ ଘରୁ ଫୁଲ ସଂଗ୍ରହ କରି ମହିଳା ତିଆରି କରିଛନ୍ତି ପ୍ରାକୃତିକ ରଙ୍ଗ

ରାୟପୁର,୮।୩: ଛତିଶଗଡ଼ ସରକାରଙ୍କ ‘ବିହାନ’ ଯୋଜନାରେ ସେରିଖେଡିଠାରେ ଥିବା ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହୋଲି ପର୍ବ ପାଇଁ ଫୁଲରେ ତିଆରି କରିଛନ୍ତି ପ୍ରାକୃତିକ...

ସୁପ୍ରିମକୋର୍ଟରେ ହେବ ଜରୁରୀ ଶୁଣାଣି

ନୂଆଦିଲ୍ଲୀ,୩।୩(ପି.ଟି.): ନିର୍ବାଚନ ବେଳେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲାଗି ବିଭିନ୍ନ ଦଳ ପକ୍ଷରୁ ମାଗଣା ଉପହାର ପ୍ରତିଶ୍ରୁତି ଦିଆଯାଉଛି। ଉକ୍ତ ରାଜନୈତିକ ଦଳଗୁଡ଼ିକ ବିରୋଧରେ ଏତଲା...

ଏହି ବାଳକଙ୍କ ବେଲି ଡ୍ୟାନ୍ସ ଆଗରେ ଫେଲ୍‌ ମାରିଯିବେ ବଡ଼ବଡ଼ ଡ୍ୟାନ୍ସର

ପ୍ରସିଦ୍ଧ ଗାୟିକା ତଥା ବେଲି ଡ୍ୟାନ୍ସର ଶକିରାଙ୍କ ନୃତ୍ୟ ଆପଣ ନିଶ୍ଚିତ ଦେଖିଥିବେ। ମାତ୍ର ପ୍ରତିଭା କାହା ପାଖରେ କେମିତି ବି ଥାଇପାରେ। ବିହାରର କାଟିହାରରେ...

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨.୧୬ ଲକ୍ଷରୁ ଅଧିକ ସଂକ୍ରମିତ,୧୧୮୩ ମୃତ

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ଲକ୍ଷେ ଏବଂ ୨ ଲକ୍ଷରୁ...

ଆଇଶାଙ୍କ ବିରୋଧରେ ଦେଶଦ୍ରୋହ

କୋଚି, ୧୨।୬: ଅଭିନେତ୍ରୀ ତଥା ମଡେଲ୍‌ ଆଇଶା ସୁଲତାନା ଏକ ଟିଭି ବିତର୍କରେ ଭାଗନେଇ ଲାକ୍ଷାଦ୍ୱୀପରେ କୋଭିଡ୍‌-୧୯ ସଂକ୍ରମଣ ନେଇ ମିଛ ଖବର ପ୍ରସାର କରିଥିବା...

ବାରମୂଳା ସୋପୋରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ବାରମୂଳା,୧୩।୮: ସ୍ବାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀମାନେ ଦେଶରେ ବଡ଼ ଧରଣର ଆକ୍ରମଣ ପାଇଁ ଲଗାତର ଭାବେ ଷଡ଼ଯନ୍ତ୍ର ଚଳାଇଛନ୍ତି। କେଉଁଠାରେ ଗେନେଡ ମାଡ଼ ତ କେଉଁଠାରେ...

Advertisement
Archives

Model This Week