ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ ତାଲିକା: ୫ ସ୍ଥାନ ଫାଇଦା ସହ ୫୨ରେ ଭାରତ

ନୂଆଦିଲ୍ଲୀ,୨୫-୭: ଏନ୍‌ଡିଏ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ(ଜିଆଇଆଇ) ତାଲିକାରେ ଭାରତର ସ୍ଥାନରେ କ୍ରମାଗତ ସୁଧାର ହେଉଛି। ୨୦୧୫ରେ ୮୧ତମ ସ୍ଥାନରେ ଥିବା ଭାରତ ବୁଧବାର ପ୍ରକାଶ ପାଇଥିବା ଜିଆଇଆଇ ତାଲିକାରେ ୫ ସ୍ଥାନ ଉପରକୁ ଉଠିଆସିଛି। ଗତବର୍ଷ ୫୭ ତମ ସ୍ଥାନରେ ରହିଥିବା ଭାରତ ଚଳିତବର୍ଷ ୫୨ତମ ସ୍ଥାନକୁ ଉନ୍ନୀତ ହୋଇଛି। ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏଠାରେ ଏହି ଇଣ୍ଡେକ୍ସ ତାଲିକାକୁ ପ୍ରକାଶ କରିଛନ୍ତି। ପ୍ରଥମଥର କୌଣସି ବିକାଶଶୀଳ ଦେଶରେ ଏହି ଇଣ୍ଡେକ୍ସକୁ ଜାରି କରାଯିବା ବିଶେଷ ପ୍ରଣିଧାନଯୋଗ୍ୟ। ଏଠାରେ ପ୍ରକାଶ କରାଯାଇପାରେ ଯେ, ଗତ ୧୨ ବର୍ଷ ଧରି ଜିଆଇଆଇ ପ୍ରକାଶ ପାଇ ଆସୁଛି। ଏହାକୁ ଇନସିଡ୍‌, କର୍ନଲ ୟୁନିଭର୍ସିଟି ଏବଂ ଓ୍ବଲର୍‌ଡ ଇଣ୍ଟେଲେକ୍‌ଚୁଆଲ ପ୍ରପର୍ଟି ଅର୍ଗାନାଇଜେଶନ ଏବଂ ଜିଆଇଆଇ ନଲେଜ ପାର୍ଟନର୍ସ ଦ୍ୱାରା ଯୁଗ୍ମ ଭାବେ ପ୍ରକାଶ କରାଯାଉଛି। ୨୦୧୫ରେ ଭାରତର ସ୍ଥାନ ୮୧ରେ ଥିଲା ବେଳେ ୨୦୧୬ରେ ଏଥିରେ ଅନେକ ସୁଧାର ଆସିଥିଲା ଓ ଏହା ୬୬ତମ ସ୍ଥାନରେ ରହିଥିଲା। ୨୦୧୭ରେ ୬୦, ୨୦୧୮ରେ ୫୭ତମ ସ୍ଥାନରେ ରହିଥିବା ଭାରତର ର଼୍ୟାଙ୍କିଙ୍ଗରେ ସୁଧାର ଦେଶବାସୀଙ୍କୁ ଗୌରବାନ୍ବିତ କରିବ ନିଶ୍ଚୟ। ୮୦ ପଏଣ୍ଟ ଆଧାରରେ ୧୨୯ ଦେଶର ଆକଳନ କରାଯାଇ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ ତାଲିକା ପ୍ରକାଶ କରାଯାଇଥାଏ। ଏହି ଅବସରରେ ଗୋୟଲ କହିଛନ୍ତି ଯେ, ଇନୋଭେଶନ ମାଧ୍ୟମରେ ଏଣ୍ଟରପ୍ରିନ୍ବୟରଙ୍କୁ ସହଯୋଗ କରିବା ସରକାରଙ୍କ ୨୦୨୨ ନ୍ୟୁ ଇଣ୍ଡିଆର ଭିଜନ ରହିଛି। ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସରେ ଭାରତର କ୍ରମାଗତ ଉନ୍ନତି ଦେଶର ଏଣ୍ଟରପ୍ରିନ୍ବୟରଙ୍କ ଦକ୍ଷତା ପ୍ରତିପାଦିତ କରୁଛି। ଶୀର୍ଷ ୨୫ ଦେଶ ଭିତରେ ନ ପହଞ୍ଚତ୍ବା ପର୍ଯ୍ୟନ୍ତ ସରକାର ନିଜ କାର୍ଯ୍ୟକୁ ଆଗେଇ ନେବେ ବୋଲି ଗୋୟଲ ଦୃଢ଼ୋକ୍ତି କରିଛନ୍ତି। ସୁଇଜରଲାଣ୍ଡ ଏହି ଇଣ୍ଡେକ୍ସ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି। ଶୀର୍ଷ ୧୦ରେ ସ୍ଥାନ ପାଇଥିବା ଅନ୍ୟମାନେ ହେଲେ ସୁଇଡେନ,ଆମେରିକା, ନେଦରଲାଣ୍ଡ, ବ୍ରିଟେନ, ଫିନ୍‌ଲାଣ୍ଡ, ଡେନମାର୍କ, ସିଙ୍ଗାପୁର, ଜର୍ମାନୀ ଓ ଇସ୍ରାଏଲ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ଉତ୍କର୍ଷର ୧୫ ବର୍ଷ

ରାଜ୍ୟରେ ଉନ୍ନତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅଶ୍ୱିନୀ ହସ୍ପିଟାଲକୁ ୧୫ ବର୍ଷ ପୂରିଛି। ୫୦ ଶଯ୍ୟାରେ ୩ଟି ବିଭାଗକୁ ନେଇ ଆରମ୍ଭ ହୋଇଥିବା...

ଗୁଣାତ୍ମକ ସାମଗ୍ରୀ ଯୋଗାଇବା ମୂଳ ଲକ୍ଷ୍ୟ: ଇଂ ସଞ୍ଜୟ କୁମାର ଦାସ

ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ। କିନ୍ତୁ କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ରହିଥାଏ। ତେଣୁ ବାପାଙ୍କ ପ୍ରେରଣାକୁ ପୁଞ୍ଜିକରି ୧୫ ବର୍ଷ ତଳେ...

୯ ମିନିଟ୍‌ର ଲାଇଟ୍ ଅଫ୍‌: ପାୱାର ଗ୍ରୀଡ୍ ବ୍ଲାକ୍‌ଆଉଟ୍ ହେବା ଆଶଙ୍କା !

ନୂଆଦିଲ୍ଲୀ, ୪ ।୪: କରୋନା ସଂକ୍ରମଣ ବିରୋଧରେ ଏକଜୁଟ ହେବା ପାଇଁ ରବିବାର ରାତ୍ର ୯ଟାଠାରୁ ୯ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ଦୀପ,...

ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ମହଙ୍ଗା ଭତ୍ତା ୨୫.୬୯%

ଭୁବନେଶ୍ୱର:  ଦେଶର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ନିକଟରେ ପ୍ରକାଶ ପାଇଛି। ଉକ୍ତ ସୂଚୀ ଅନୁସାରେ ୨୦୨୧ ଫେବୃୟାରୀରେ ଏହା ୧୧୯ ପଏଣ୍ଟ ରହିଥିଲା;...

ଡିସେମ୍ବରରେ ଏମ୍‌ଏସ୍‌ଆଇର ୧୫୩୧୪୯ ୟୁନିଟ୍‌ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୨।୧:  ଦେଶର ପ୍ରମୁଖ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ପକ୍ଷରୁ ଡିସେମ୍ବର ମାସ ଗାଡ଼ି ବିକ୍ରି ସମ୍ପର୍କରେ ଏକ ରିର୍ପୋଟ ପ୍ରକାଶ କରାଯାଇଛି।...

ଗ୍ରୀନ୍‌ ଏନର୍ଜି କମାଉଛି କୋଇଲା ସଙ୍କଟ

ନୂଆଦିଲ୍ଲୀ,୨।୬: ମେ’ ମାସରେ ବିଦ୍ୟୁତ୍‌ ଚାହିଦା ୨୩.୫% ବୃଦ୍ଧି ସତ୍ତ୍ୱେ ଦେଶର ଗ୍ରୀନ୍‌ ଏନର୍ଜି ଉତ୍ପାଦନ କ୍ଷମତା ଭାରତର କୋଇଲା ଉପରେ ନିର୍ଭରତାକୁ କମ୍‌ କରିଛି। ଏ...

୬୪.୩୭ ବିଲିୟନ ଡଲାର ଏଫ୍‌ଡିଆଇ ଆସିଛି

ନୂଆଦିଲ୍ଲୀ,୩୧-୭: ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ଭାରତକୁ ୬୪.୩୭ ବିଲିୟନ ଡଲାର ଏଫ୍‌ଡିଆଇ ଆସିଛି, ଯାହା କି ଅଦ୍ୟାବଧି...

ଚାଇନାକୁ ୫୦ ହଜାର କୋଟିର ଝଟ୍‌କା…

ନୂଆଦିଲ୍ଲୀ,୩୧।୧୦: ଦୀପାବଳି ପୂର୍ବରୁ ଭାରତରେ ଚାଇନାର ସାମଗ୍ରୀର କାରବାରରେ ବ୍ୟାପକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ...

Advertisement
Archives

Model This Week