ଗ୍ରାହକ ନିରାପତ୍ତାକୁ ଫୋକସ୍‌

 

କୋଭିଡ୍‌ ଯୋଗୁ ବଜାର ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଛି। କଟକଣା କୋହଳ ହେଉଥିବାରୁ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହୁଥିବାରୁ ସେମାନେ ବାହାରକୁ ବାହାରିବାକୁ ଡରୁଛନ୍ତି। ବଜାର ସ୍ବାଭାବିକ ହେଉଥିଲେ ମଧ୍ୟ ଲୋକ ଆସିବା କମ୍‌ ରହୁଛି। କେତେକ କ୍ଷେତ୍ରରେ ସରକାର ଜାରି କରିଥିବା କଟକଣା ହେଉ କିମ୍ବା ଗ୍ରାହକଙ୍କ ମଧ୍ୟରେ ଡର ଯୋଗୁ ବଜାର ପ୍ରଭାବିତ ରହିଛି। କାରବାର ଟିକିଏ ଭଲ ସ୍ଥିତିକୁ ଆସିବା ଲାଗି ସମୟ ଲାଗିବ। ଚାହିଦା ହ୍ରାସ ସହ ଅନ୍ୟ ସମସ୍ୟା ଏବେ ବଜାରରେ ଲାଗି ରହିଛି। କଟକଣା ସହ କାରବାର ଏବଂ ଗ୍ରାହକ, କର୍ମଚାରୀଙ୍କ ନିରାପତ୍ତାକୁ ବାଣିଜି୍ୟକ ସଂସ୍ଥାଗୁଡ଼ିକୁ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ସ୍ଥିତିକୁ ନେଇ କାରବାର ସହ ଜଡ଼ିତ ବ୍ୟକ୍ତିବିଶେଷ ଦେଇଥିବା ପ୍ରତିକ୍ରିୟା…
– ସକାଳ ୭ରୁ ସନ୍ଧ୍ୟା ୬ ଯାଏ ଷ୍ଟୋର ଖୋଲିବା ଲାଗି କୁହାଯାଇଛି। ବାଣିଜି୍ୟକ ଦୃଷ୍ଟିକୋଣରୁ ଏହି ସମୟ କାରବାର ଲାଗି ଠିକ୍‌ ହେଉନି। କାରଣ ଲୋକମାନେ ସାଧାରଣତଃ ସନ୍ଧ୍ୟାରେ ଆସି କିଣାକିଣି କରିଥାନ୍ତି। ଦୋକାନ ୬ଟା ବେଳେ ବନ୍ଦ ହୋଇଯାଉଛି। ସନ୍ଧ୍ୟାରେ କିଣାକିଣି କରିବାକୁ ଲୋକଙ୍କର ଦୀର୍ଘଦିନର ଅଭ୍ୟାସ ରହିଛି। ଖରାବେଳେ ଲୋକେ ଆସୁନାହାନ୍ତି। ସରକାରଙ୍କ କଟକଣା ଠିକ୍‌ । ମାତ୍ର କାରବାର ସମୟ ସକାଳ ୧୦ରୁ ରାତି ୮ ଯାଏ ରହିଲେ ଭଲ ହୁଅନ୍ତା। ହୁଏତ ମାର୍କେଟ କିଛି ଭଲ କରନ୍ତା। ମାର୍କେଟରେ କାରବାର ସମ୍ଭାବନା ରହିଛି। କାରଣ ବଜାର ଗତ କିଛି ସପ୍ତାହ ଧରି ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଲୋକେ ଦରକାର ମୁତାବକ ମଧ୍ୟ ଠିକ୍‌ରେ କ୍ରୟ କରି ପାରିନାହାନ୍ତି। କରୋନା ଭ୍ୟାକ୍ସିନ ଆସି ନ ଥିବାରୁ କଟକଣା ସହ ଆଗକୁ ବଢ଼ିବାକୁ ହେବ। ଷ୍ଟୋରରେ ଲୋକଙ୍କୁ ସଚେତନ କରାଯାଉଛି। ଷ୍ଟୋରରେ ମାସ୍କ ମଧ୍ୟ ପ୍ରଦାନ କରାଯାଉଛି। କଟକଣା ରହିଥିବାରୁ ବଜାର ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଆସିନି।
-ଅନିଲ ଅଗ୍ରଓ୍ବାଲ, ଏମ୍‌ଡି, ରୂପକଲ୍ୟାଣୀ

– ଭୁବନେଶ୍ୱରରେ ପ୍ରାୟ ସବୁ ଦୋକାନ ଖୋଲିଗଲାଣି। ଆମେ ମଧ୍ୟ ସ୍ଥିତିକୁ ଦେଖି ଗତ ୨ ଦିନ ହେବ ଷ୍ଟୋର ଖୋଲିଛୁ। କଷ୍ଟମର ଫ୍ଲୋ ସେତେ ନାହିଁ। ଆମର ଲକ୍‌ଜ୍ୟୁରି ଆଇଟମ୍‌ ଶୋ’ରୁମ୍‌ ହୋଇଥିବାରୁ କଷ୍ଟମର ଆସିବା ଲାଗି ଟିକିଏ ସମୟ ଲାଗିବ। କଷ୍ଟମର ବର୍ତ୍ତମାନ ଆସୁଛନ୍ତି। ହେଲେ ସଂଖ୍ୟା ବହୁତ କମ୍‌ ରହିଛି। ଲୋକ ବର୍ତ୍ତମାନର ସ୍ଥିତିକୁ ନେଇ ବହୁ ସଚେତନ ଅଛନ୍ତି। ସରକାରଙ୍କ କଟକଣାକୁ ମାନୁଛନ୍ତି। ଲକ୍‌ଜ୍ୟୁରି ଆଇଟମ ରହିଥିବାରୁ ଗ୍ରାହକ ପ୍ରଡକ୍ଟ କ୍ରୟ କରୁଛନ୍ତି। ଫିଟିଂ କରିବା ବେଳେ ବାହାର ଲୋକ ସେମାନଙ୍କ ଘରକୁ ଯାଆନ୍ତୁ ବୋଲି ଗ୍ରାହକ ଚାହଁୁନାହାନ୍ତି। କମ୍ପାନୀ ଏବଂ ଷ୍ଟୋର ପକ୍ଷରୁ ସୁରକ୍ଷାକୁ ଧ୍ୟାନରେ ରଖାଯାଇଛି। କଷ୍ଟମରଙ୍କ ପାଇଁ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଯଦି ୧୫ ଦିନ କିମ୍ବା୧ ମାସ ମଧ୍ୟରେ ବଜାର ଟିକିଏ ସୁଧୁରେ ତେବେ କାରବାର ଭଲ ହେବା ନେଇ ଆଶାବାଦୀ।
– ଇନ୍ଦ୍ରଜିତ ମହାନ୍ତି, ଏଏସ୍‌ଏମ୍‌, ଷ୍ଟାଇଲ ସ୍ପା

– ଚାହିଦା କମ୍‌ ରହିଥିବାରୁ ବର୍ତ୍ତମାନ ପ୍ରଡକ୍ସନ ନାହିଁ। ଲୋକମାନେ ଜରୁରୀ ସାମଗ୍ରୀ କ୍ରୟକୁ ବିଚାର କରୁଛନ୍ତି। କରୋନା ଯୋଗୁ ଖରାଦିନ କାରବାର ସମ୍ପୂର୍ଣ୍ଣ ଚଳିତ ବର୍ଷ ବିଗିଡିଯାଇଛି। ବର୍ତ୍ତମାନ ଲୋକଙ୍କ ନିକଟରେ ନଗଦ କମିଥିବାରୁ ଆଇସ୍‌କ୍ରିମ ଚକୋଲେଟ ଶିଳ୍ପ ଉପରେ ଗଭୀର ପ୍ରଭାବ ରହିଛି। କରୋନା ସହ ଆମକୁ ଏମିତି ବଢ଼ିବାକୁ ହେବ। କଟକଣା ଯୋଗୁ ବର୍ତ୍ତମାନ ବାହାଘର ଏବଂ ଅନ୍ୟ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ବଜାରରେ ଦୀର୍ଘମିଆଦୀ ପ୍ରଭାବ ରହିବ। ମାର୍ଚ୍ଚ, ଏପ୍ରିଲ, ମେ ଏବଂ ଜୁନ ପିକ୍‌ ସିଜନ ରହିଥାଏ। ମାତ୍ର କରୋନା ଯୋଗୁ କାରବାର କ୍ଷତିଗ୍ରସ୍ତ। ଆଗାମୀ ଦିନରେ ସ୍ଥିତି ସାମାନ୍ୟ ସୁଧୁରିଲେ ମଧ୍ୟ ବଜାର ଉପରେ ପ୍ରଭାବିତ ରହିବ। ଭ୍ୟାକ୍ସିନ୍‌ ନ ଥିବାରୁ ଲୋକଙ୍କ ମନରେ ଭୟ ରହିବ। ବଜାରକୁ ଦେଖି ସେହି ଅନୁସାରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।
– କରିମ କବିରୁଦ୍ଦିନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରାଇଭେଟ ଲିମିଟେଡ୍‌

ଗତ ୩ ଦିନ ହେବ ପୁରୀ ଷ୍ଟୋର ଖୋଲାଯାଇଛି। ଭୁବନେଶ୍ୱର ଷ୍ଟୋର ଗୋଟିଏ ଦିନ ଖୋଲିବା ପରେ ବନ୍ଦ ରହିଛି। କାରବାର ସମ୍ପୂର୍ଣ୍ଣ ପ୍ରଭାବିତ ରହିଛି। ଷ୍ଟୋର ଖୋଲିଲେ ମଧ୍ୟ ଗ୍ରାହକ ଏତେଟା ଆସୁନାହାନ୍ତି। ହ୍ୟାଣ୍ଡଲୁମ୍‌ ପ୍ରଡକ୍ଟ ଚାହିଦା ପର୍ଯ୍ୟଟକଙ୍କ ସହ ଲିଙ୍କ୍‌ ରଖୁଛି। ବର୍ତ୍ତମାନ କରୋନା ଯୋଗୁ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ବିଗିଡ଼ିଥିବାରୁ ହ୍ୟାଣ୍ଡଲୁମ୍‌ ପ୍ରଡକ୍ଟର ବିକ୍ରି ନାହିଁ। ବଜାର ଧୀରେ ଧୀରେ ଖୋଲିଲେ ଏଥିରେ ସାମାନ୍ୟ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ।
– ଲଲାଟେନ୍ଦୁ ମହାନ୍ତି, ପାର୍ଟନର , ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୟାମ ସୁନ୍ଦର ନାରଙ୍ଗ ଆଇଓବିର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୮-୬: ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଭୁବନେଶ୍ୱରସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଶ୍ୟାମ ସୁନ୍ଦର ନାରଙ୍ଗ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ...

କଟକଣା ଜାରି କଲା ସେବି

ନୂଆଦିଲ୍ଲୀ,୧୩।୨: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି) ପକ୍ଷରୁ ନିକଟରେ ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ଅନିଲ ଅମ୍ବାନୀଙ୍କ ସମେତ ଅନ୍ୟ ୩ ସଦସ୍ୟଙ୍କ...

ଦେଶରେ ପହଞ୍ଚତ୍ବା ମାତ୍ରେ ଏନ୍‌ଆର୍‌ଆଇଙ୍କୁ ମିଳିବ ଆଧାର

ନୂଆଦିଲ୍ଲୀ,୨୪-୯: ବୈଧ ପାସ୍‌ପୋର୍ଟ ଜରିଆରେ ଦେଶରେ ପାଦ ଦେବା ମାତ୍ରେ ପ୍ରବାସୀ ଭାରତୀୟ ଆଧାର ପାଇଁ ଏଣିକି ଆବେଦନ କରିପାରିବେ। ସେମାନଙ୍କୁ ଆଉ ୧୮୨ ଦିନ...

ରଙ୍ଗ ବଦଳାଉଥିବା ନୂଆ ସ୍ମାଟ୍‌ଫୋନ୍‌ ଲଞ୍ଚ କଲା ଭିଭୋ; ଦାମ ସାଙ୍ଗକୁ ସୁବିଧା ବି ମନଲୋଭା

ନୂଆଦିଲ୍ଲୀ,୫।୧: ଅଗ୍ରଣୀ ମୋବାଇଲ୍‌ କମ୍ପାନୀ ଭିଭୋ ତାର ସ୍ମାଟ୍‌ଫୋନ୍‌ ଭିଭୋ ଭି ୨୩ ୫ଜି ଏବଂ ଭିଭୋ ଭି ୨୩ ପ୍ରୋ ୫ଜିକୁ ଭାରତରେ ଲଞ୍ଚ...

ଋଣ ସୁଧ କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮।୭ : ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡସ ବେସ୍‌ଡ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ବା ଋଣ ଉପରେ ସୁଧହାର...

ଆର୍‌ବିଆଇ ସ୍ଥାପନ କରିବ ଇନୋଭେଶନ ହବ୍‌

ନୂଆଦିଲ୍ଲୀ,୭।୮: ରିଜର୍ଭ ବ୍ୟାଙ୍କ ଇନୋଭେଶନ ହବ୍‌ ସ୍ଥାପନ କରିବାକୁ ଯୋଜନା ରଖିଛି। ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ ଏବଂ ଉନ୍ନତ ବ୍ୟାଙ୍କିଙ୍ଗ୍‌ ସେବାକୁ ଉତ୍ସାହିତ କରିବା ଲାଗି ଏଭଳି...

ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ ହୋମ ବିକଳ୍ପ

ନୂଆଦିଲ୍ଲୀ,୧୯-୩: ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ପକ୍ଷରୁ ଏହାର କର୍ମଚାରୀଙ୍କୁ ଘରୁ କାମ କରିବା ବିକଳ୍ପ ପ୍ରଦାନ କରାଯାଇଛି। କରୋନା ପ୍ରଭାବ ଯୋଗୁ ଏଭଳି ନିଷ୍ପତ୍ତି ହୋଇଥିବା...

କେନ୍ଦ୍ରକୁ ମିଳିବ ଅତିରିକ୍ତ ୩୦ ହଜାର କୋଟି ଟିକସ

ନୂଆଦିଲ୍ଲୀ,୮-୭: ସାଧାରଣ ବଜେଟରେ ଅତି ଧନୀଙ୍କ ବ୍ୟକ୍ତିଗତ ଆୟକର ଏବଂ ପେଟ୍ରୋଲ-ଡିଜେଲ ଉପରେ ଶୁଳ୍କ ବୃଦ୍ଧି ଯୋଗୁ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ କେନ୍ଦ୍ର ସରକାରଙ୍କୁ...

Advertisement
Archives

Model This Week