ଗ୍ରାହକଙ୍କୁ ମାଡ଼ ମାରି ଢାବା ମାଲିକ ଗିରଫ

ବାସୁଦେବପୁର,୧୬।୧୦ (ଡି.ଏନ.ଏ.): ଗ୍ରାହକଙ୍କୁ ମାଡ଼ ମାରିବା ଅଭିଯୋଗରେ ବାସୁଦେବପୁର-ଧାମରା ରାସ୍ତାର ନଳବାଙ୍କଠାରେ ଥିବା ଏକ ଢାବାର ମାଲିକ ଚିନ୍ମୟ ଭୋଇଙ୍କୁ ନାୟକାଣିଡିହୀ ଥାନା ପୋଲିସ ବୁଧବାର ଗିରଫ କରିଛି। ନାୟକାଣିଡିହୀ ପୋଲିସ ସୂଚନା ଅନୁଯାୟୀ, ଗତ ସୋମବାର ବ୍ରଜାନନ୍ଦପୁର ଗ୍ରାମର ରମେଶ ଚନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତି ଏହି ଢାବାକୁ ଖାଇବାକୁ ଯାଇଥିଲେ। ଖାଇସାରିବା ପରେ ଟଙ୍କା ନେବା ଦେବାକୁ ନେଇ ଢାବା ମାଲିକ ଚିନ୍ମୟ ଓ ଗ୍ରାହକ ରମେଶଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଚିନ୍ମୟଙ୍କ ମାଡ଼ରେ ରମେଶଙ୍କ ବାମ ହାତ ଭାଙ୍ଗି ଯାଇଥିଲା। ଏ ନେଇ ଆହତ ରମେଶଙ୍କ ଲିଖିତ ଅଭିଯୋଗ କ୍ରମେ ଥାନାରେ ମାମଲା(ନଂ. ୧୬୦/୧୯) ରୁଜୁ କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ କରି ବୁଧବାର ଚିନ୍ମୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବାପାଙ୍କ ଗାଳି ମୋ ଜୀବନର ଟର୍ନିଂ ପଏଣ୍ଟ’

ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ନିଜ ଅନୁଭୂତି ସମ୍ପର୍କରେ କହନ୍ତି, ୧୧ବର୍ଷ ବୟସରେ ମୁଁ ରଥଖଳାକୁ ଚାଲି ଆସିଥିଲି। ୧୯୯୬ ମସିହାରେ ଶାଢି...

୩୧ ପର୍ଯ୍ୟନ୍ତ ଇଞ୍ଜିନିୟରିଂ ନାମଲେଖା ଅବଧି ବୃଦ୍ଧି

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ): ରାଜ୍ୟରେ ଖାଲି ପଡିଥିବା ଇଞ୍ଜିନିୟରିଂ ସିଟ୍‌ରେ ନାମଲେଖା ଅବଧି ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଓଡ଼ିଶା ପ୍ରାଇଭେଟ୍‌ ଇଞ୍ଜିନିୟରିଂ କଲେଜ ଆସୋସିଏଶନ...

ଚିକିତ୍ସା ପରିବର୍ତ୍ତେ ରୋଗୀଙ୍କୁ ରେଫର

ଅନୁଗୋଳ ଅଫିସ, ୪ା୪: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଭିତ୍ତିଭୂମି ରହିଛି। ସେଥିପାଇଁ ଜିଲାର ବିଭିନ୍ନ ପ୍ରାଥମିକ, ଗୋଷ୍ଠୀ ଓ ଉପଖଣ୍ଡ...

ହୋମ୍‌ କ୍ୱାରାଣ୍ଟାଇନ୍‌ ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ

ଭୁବନେଶ୍ୱର, ୨୫ା୬(ବ୍ୟୁରୋ): ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ। ବୟସ୍କ ବ୍ୟକ୍ତିଙ୍କୁ କିପରି ସୁରକ୍ଷା...

ବେଆଇନ ଚୋରା ବାଲି ଚାଲାଣ ବେଳେ ୨ ଟ୍ରାକ୍ଟର ଜବତ

ପାଟଣା,୧୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ରାଜନଗର ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ବୈତରଣୀ ନଦୀର ରାଇକଳା ବାଲି ଘାଟରୁ ୨ଟି ଟ୍ରାକ୍ଟର ଜବତ ହୋଇଛି। ବେଆଇନ...

ସୀମାନ୍ତରୁ ଧରାପଡିଲେ ୫ ମାଓବାଦୀ

ମାଲକାନଗିରି,୨୪ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ପୋଲିସ ଏବଂ ସିଆରପିଏଫ-୧୫୧ବାଟାଲିୟନ ପକ୍ଷରୁ ସର୍ଚ୍ଚ ଅପରେଶନ ବେଳେ ଜାରପାଲି ଜଙ୍ଗଲରୁ ୫ ଜଣ ମାଓବାଦୀ ଧରାପଡିଛନ୍ତି। ସେମାନଙ୍କ...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଜାରି

କେନ୍ଦୁଝର,୭।୧୨(ସ୍ବ.ପ୍ର.): କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ବାଇପାସ ଛକ ହୋଣ୍ଡା ସୋ’ରୁମ ନିକଟସ୍ଥ ରାସ୍ତାକଡ଼ରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ...

ଭାବ ଲଗାଇଲେନି ଭାବବିନୋଦିଆ

ଅନୁଗୋଳ ଅଫିସ, ୨୮।୧୧ ଦୀର୍ଘ ୨୫ ବର୍ଷ ପରେ ଶୁକ୍ରବାର ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଥିଲେ ଶ୍ରୀଜୀଉ। ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ଏହା ଥିଲା...

Advertisement
Archives

Model This Week