ଗ୍ରାହକଙ୍କୁ ଦେଲାନି ଜିଏସ୍‌ଟି ଫାଇଦା;ପି ଆଣ୍ଡ ଜି ଖାଇଗଲା ୨୫୦ କୋଟି

ନୂଆଦିଲ୍ଲୀ,୨୪-୪: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଅଧୀନରେ ଗ୍ରାହକଙ୍କୁ ଫାଇଦା ନ ଦେଇ ଆମେରିକାର ମଲ୍ଟି ନ୍ୟାଶନାଲ ଏଫ୍‌ଏମ୍‌ସିଜିି କମ୍ପାନୀ ପ୍ରକ୍ଟର ଆଣ୍ଡ ଗ୍ୟାମ୍ବଲ(ପି ଆଣ୍ଡ ଜି) ୨୫୦ କୋଟି ଟଙ୍କା ଚଳୁ କରିଦେଇଛି ବୋଲି ଜିଏସ୍‌ଟି ଲାଭ ଯାଞ୍ଚ କରୁଥିବା ଏଜେନ୍ସି ଧରିଛି। ଆର୍ଥିକ ବ୍ୟାପାର ଷ୍ଟାଣ୍ଡିଂ କମିଟି ନିକଟରେ ଏ ସଂକ୍ରାନ୍ତରେ ଏକ ଅଭିଯୋଗ ଆସିବା ପରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ଆଣ୍ଟି ପ୍ରଫିଟିୟରିଂ(ଡିଜିଏପି) ପି ଆଣ୍ଡ ଜିର ୨୦୧୭ ନଭେମ୍ବର ୧୫ ପୂର୍ବ ଏବଂ ପର ଆକାଉଣ୍ଟ ଯାଞ୍ଚ ଆରମ୍ଭ କରିଥିଲା। ଜିଏସ୍‌ଟି କାଉନସିଲର ନିଷ୍ପତ୍ତି ସତ୍ତ୍ୱେ ଏହି କଞ୍ଜ୍ୟୁମର ଗୁଡ୍ସ ମାନୁଫାକଚରିଂ କମ୍ପାନୀ କେତେକ ସାମଗ୍ରୀର ଦରକୁ ୨୮ରୁ ୧୮%କୁ ହ୍ରାସ କରି ନଥିଲା ବୋଲି ଜଣାପଡିଛି। ଡିଜିଏପି ରିପୋର୍ଟରେ ପି ଆଣ୍ଡ ଜି ୨୫୦ କୋଟି ଟଙ୍କା ଫାଇଦା ପାଇଛି ବୋଲି ଦର୍ଶାଯାଇଛି।  କମ୍ପାନୀର ମତାମତ ନେବା ପରେ ନ୍ୟାଶନାଲ ଆଣ୍ଟି ପ୍ରଫିଟିୟରିଂ ଅଥରିଟି(ଏନ୍‌ଏଏ) ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ରାୟ ଶୁଣାଇବେ। ସୂଚନାଥାଉ କି, ପି ଆଣ୍ଡ ଜି ଓ୍ବାଶିଂ ପାଉଡର, ଶାମ୍ପୁ, ଟୁଥ୍‌ବ୍ରଶ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ନିର୍ମାଣ କରିଥାଏ। ଜିଏସ୍‌ଟି କାଉନସିଲ  ୨୦୧୭ ନଭେମ୍ବର ୧୫ରେ ବୈଠକରେ ବସି ୧୭୮ ସାମଗ୍ରୀର ଜିଏସ୍‌ଟି ଦର ହ୍ରାସ କରିଥିଲେ। ଓ୍ବାଶିଂ ପାଉଡର, ଶାମ୍ପୁ ଏବଂ ଦାନ୍ତ ସମ୍ପର୍କିତ ବିଭିନ୍ନ ସାମଗ୍ରୀର ଜିଏସ୍‌ଟି ହାରକୁ ୨୮ରୁ ୧୮ ପ୍ରତିଶତକୁ ହ୍ରାସ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପ୍ରଥମ ଥର ପାଇଁ ପ୍ରକାଶ କଲା ମାସିକ ବେକାରୀ ହାର; ଆସିଲା ଚିନ୍ତାଜନକ ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ଭାରତ ପ୍ରଥମ ଥର ପାଇଁ ମାସିକ ବେକାରୀ ତଥ୍ୟ ପ୍ରକାଶ କରି ରୋଜଗାର ବଜାରର ଗତିଶୀଳତା ଉପରେ ରିଅଲ୍-ଟାଇମ୍ ତଥ୍ୟ ପ୍ରଦାନ କରିଛି। ଗୁରୁବାର...

IMF, ବିଶ୍ୱ ବ୍ୟାଙ୍କ ଓ ମୂଡିଜ୍‌ର ଭବିଷ୍ୟବାଣୀ: ପାକିସ୍ତାନ-ତୁର୍କୀ ମିଶିଲେ ମଧ୍ୟ ଭାରତ ସହ ମୁକାବିଲା କରିପାରିବେ ନାହିଁ

ନୂଆଦିଲ୍ଲୀ,୧୪।୫: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF), ବିଶ୍ୱ ବ୍ୟାଙ୍କ ଏବଂ ମୂଡିଜ୍‌ ପରି ସଂସ୍ଥାଗୁଡ଼ିକ ଭାରତର ଅଭିବୃଦ୍ଧିକୁ ନେଇ ସବୁବେଳେ ଅନୁକୂଳ ଭବିଷ୍ୟବାଣୀ କରିଛନ୍ତି, କିନ୍ତୁ...

୧୩ ମାସର ସର୍ବନିମ୍ନ ସ୍ତରରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୪।୫: ଭାରତର ପାଇକାରୀ ମୁଦ୍ରାସ୍ଫୀତି (Wholesale Price Index – WPI) ଏପ୍ରିଲ ୨୦୨୫ରେ ୧୩ ମାସର ସର୍ବନିମ୍ନ ସ୍ତର ୦.୮୫%ରେ ପହଞ୍ଚିଛି, ଯାହା ମାର୍ଚ୍ଚ...

ଭାରତରେ କୃଷି ଋଣ ୩୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ: ନାବାର୍ଡ

ନୂଆଦିଲ୍ଲୀ,୧୩।୫: ଆର୍ଥିକ ବର୍ଷ ୨୦୨୫-୨୬ରେ ଗ୍ରାମୀଣ ଋଣ ବ୍ୟବସ୍ଥାର ବୃଦ୍ଧିପ୍ରାପ୍ତ ଆନୁଷ୍ଠାନିକୀକରଣ ଯୋଗୁଁ ବାଣିଜ୍ୟିକ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଦ୍ୱାରା କୃଷି କ୍ଷେତ୍ରକୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୬ ବର୍ଷର ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩।୫: ଭାରତର ଖୁଚୁରା ମୁଦ୍ରାସ୍ଫୀତି ଏପ୍ରିଲ ମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୩.୧୬%କୁ ହ୍ରାସ ପାଇଛି, ଯାହା ମାର୍ଚ୍ଚ ମାସର ୩.୩୪% ତୁଳନାରେ ନୋଟୀୟ...

ଏଲ୍‌ଆଇସି କଟକ ମଣ୍ଡଳର ଭୂମିପୂଜନ ଉତ୍ସବ

ଭୁବନେଶ୍ୱର,୧୩।୫ (ଅଭୟ ଦାଶ): ଭାରତୀୟ ଜୀବନ ବୀମା ନିଗମ ବା ଏଲ୍‌ଆଇସି କଟକ ମଣ୍ଡଳର ବହୁ ପ୍ରତୀକ୍ଷିତ ଭୂମିପୂଜନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏପରିକି...

ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଏକ୍ସକ୍ଲୁସିଭ ଆଉଟଲେଟ୍‌

ଭୁବନେଶ୍ୱର,୧୩।୫: ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଏକ୍ସକ୍ଲୁସିଭ ଆଉଟଲେଟ ସୋମବାର ଝାରସୁଗୁଡ଼ାର ବେହେରାମାଲ ରୋଡ୍‌ ରାଧାମାଧବ ମନ୍ଦିର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଡାଇରେକ୍ଟର...

ଦିନକରେ ନିବେଶକ ଯୋଡ଼ିଲେ ୧୬ଲକ୍ଷ କୋଟି

ମୁମ୍ବାଇ,୧୩।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ ରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ଷ୍ଟକ୍‌ ମାକେର୍ଟର କାରବାର ଏକ ବଡ଼ଧରଣର ବୃଦ୍ଧି ହାସଲ କରିଛି। ଗୋଟିଏପଟେ ଭାରତ-ପାକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri