ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ଝୁମ୍ପୁରା, ୧।୯ (ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲାଞ୍ଚଳରେ ଅବସ୍ଥିତ ନୟାଗଡ ପଞ୍ଚାୟତର ପୁରୁଣାପାଣି ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତାସାରା ଖାଲଢିପ ସାଙ୍ଗକୁ କାଦୁଅ ପଚପଚ। କାଦୁଅ ଶୁଖିଗଲେ ପ୍ରବଳ ଧୂଳି। ବର୍ତ୍ତମାନର ରାସ୍ତା ଏପରି ହୋଇଛି ଯେ, ବାଇକରେ ଯିବା ତ ଦୂରର କଥା, ପାଦରେ ଚାଲି ଚାଲି ମଧ୍ୟ ଯାତାୟାତ ସମ୍ଭବ ନୁହେଁ। ଏ ନେଇ ରାସ୍ତା ପାର୍ଶ୍ୱରେ ରହିଥିବା ରାହାଡିଗୁଡା, ନାଏକ ସାହି, ପୁରୁଣାପାଣି ଗ୍ରାମବାସୀ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରି ଚାଲିଛନ୍ତି। ରାସ୍ତା ନିର୍ମାଣ ପାଇଁ ଆନ୍ଦୋଳନ ହୋଇଛି, ହେଲେ ଏଯାଏଁ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ୧୬ନଂ ଜିଲା ପରିଷଦ ସଦସ୍ୟ ସୋମନାଥ ମୁଣ୍ଡା ଏ ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଗ୍ରାମ୍ୟ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇଛନ୍ତି।
ଭୌଗୋଳିକ ଦୃଷ୍ଟି କୋଣରୁ ପୁରୁଣାପାଣି ଗ୍ରାମ୍ୟ ରାସ୍ତା ବୈତରଣୀ ନଦୀ ପାର୍ଶ୍ୱରେ ରହିଛି। ଅନ୍ୟ ଗୋଟିଏ ପାର୍ଶ୍ୱରେ ବହୁ ଦୂର ବ୍ୟାପୀ ପାହାଡ ଓ ଜଙ୍ଗଲ। ନୟାଗଡ ବୈତରଣୀ ନଦୀର ପୋଲ ପାଖ କିଡକୋ ରାସ୍ତାକୁ ସଂଯୋଗ କରୁଥିବା ପୁରୁଣାପାଣି ଗ୍ରାମ୍ୟ ରାସ୍ତାର ଦୈର୍ଘ୍ୟ ୪କି.ମି। ଏହି ୪ କି.ମି. ଦୈର୍ଘ୍ୟ ରାସ୍ତା ପାର୍ଶ୍ୱରେ ରହିଛି ପୁରୁଣାପାଣି ଗ୍ରାମ ସମେତ ରାହାଡିଗୁଡା ଗ୍ରାମ ଏବଂ ନାଏକ ସାହି। ପୁରୁଣାପାଣି ଗ୍ରାମ ନୟାଗଡ ଗ୍ରାମ ପଞ୍ଚାୟତର ୧ନଂ ୱାର୍ଡରେ ରହିଥିବାବେଳେ ୱାର୍ଡ ନଂ ୧୦ ଏବଂ ୱାର୍ଡ ନଂ ୧୧ର ଅଂଶ ବିଶେଷ ହେଉଛି ରାହାଡିଗୁଡା ଗ୍ରାମ ଏବଂ ନାଏକ ସାହି। ଏହି ୨ଟି ଗ୍ରାମ ଓ ନାଏକ ସାହିର ଭୋଟର ସଂଖ୍ୟା ୩୫୦ ରହିଥିବା ବେଳେ ଲୋକ ସଂଖ୍ୟା ୫୦୦ରୁ ଊର୍ଦ୍ଧ୍ୱ। ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମ ଦ୍ୱୟ ଓ ନାଏକ ସାହି ବାସିନ୍ଦାଙ୍କ ଜୀବନ ଜୀବିକା ହେଉଛି କୃଷି କାର୍ଯ୍ୟ ସହିତ ଶ୍ରମ ମଜୁରି। ଜଙ୍ଗଲାଞ୍ଚଳ ତଥା ପାଖରେ ବୈତରଣୀ ନଦୀ ପ୍ରବାହିତ ହେଉଥିବାରୁ ଗ୍ରାମବାସୀଙ୍କୁ ବର୍ଷ ସାରା ହାତୀ ଭୟ ସହିତ ସରୀସୃପ ଭୟ ଲାଗି ରହିଥାଏ। ବିପଦସଙ୍କୁଳ ରାସ୍ତା ଯୋଗୁ ଗ୍ରାମବାସୀ, ସାହି ବାସିନ୍ଦା ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ସରକାରୀ ଆମ୍ବୁଲାନ୍ସ ସେବା ପୁରୁଣାପାଣି ଗ୍ରାମକୁ ଏଯାଏ ପହଞ୍ଚି ପାରୁନାହିଁ। ଏହି ଗ୍ରାମ ଗୁଡ଼ିକରେ ଥିବା ପ୍ରାଥମିକ ବିଦ୍ୟାଳୟରେ ରାସ୍ତା ସମସ୍ୟା ଯୋଗୁ ସାଧାରଣତଃ ଉପସ୍ଥାନ ସଂଖ୍ୟା କମ ରହୁଛି। ସେହିପରି ପୁରୁଣାପାଣି ଗ୍ରାମରୁ ନୟାଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ୬କି.ମି. ଦୂର। ରାସ୍ତା ସମସ୍ୟା ଯୋଗୁ ପଞ୍ଚାୟତ କାର୍ଯ୍ୟାଳୟରୁ ପିଡିଏସ ସାମଗ୍ରୀ ସଂଗ୍ରହ କରିବା ପାଇଁ ଗ୍ରାମବାସୀ ବହୁ ଅସୁବିଧା ଭୋଗିଥାନ୍ତି। ବିପଦସଙ୍କୁଳ ରାସ୍ତା ମରାମତି ତଥା ହସ୍ତାନ୍ତର ବିଷୟରେ ପଚାରିବାରୁ ଝୁମ୍ପୁରା ବିଡିଓ ଜୟଶ୍ରୀ ବେଉରା କହିଛନ୍ତି ଯେ, ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ। ଝୁମ୍ପୁରା ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ବଳଭଦ୍ର ମାରାଣ୍ଡିଙ୍କୁ ପଚାରିବାରୁ ରାସ୍ତା ନିର୍ମାଣ ପାଇଁ ପ୍ରପୋଜାଲ ରହିଛି। ଜିଲା ପ୍ରଶାସନର ଅନୁମତି ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?