ଗ୍ରାମୀଣ ଅର୍ଥ ବ୍ୟବସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ

 

ନୂଆଦିଲ୍ଲୀ,୨୫।୪: ଦେଶର ମୋଟ୍‌ ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ଗ୍ରାମାଞ୍ଚଳରେ ଦୁଇତୃତୀୟାଂଶ ଲୋକ ବସବାସ କରୁଛନ୍ତି। ୨୦୧୬ର ବିମୁଦ୍ରୀକରଣ, ମରୁଡ଼ି ସମେତ ଅନ୍ୟ ସମସ୍ୟା ଗତ କିଛି ବର୍ଷ ଧରି ଗ୍ରାମାଞ୍ଚଳର ସ୍ଥିତିକୁ ପ୍ରଭାବିତ କରିଛି। ବର୍ତ୍ତମାନର ୪୦ ଦିନିଆ ଲକ୍‌ଡାଉନ ଏହି ସମସ୍ୟାକୁ ଆହୁରି ଉତ୍କଟ କରିଛି। ଏଥିଲାଗି ଗ୍ରାମୀଣ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଦେଇ ଗତି କରୁଛି ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।
ବ୍ଲୁମ୍‌ବର୍ଗ ଇକୋନୋମିକ୍ସ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ରୁରାଲ ଟ୍ରାକର ମୁତାବକ, ଗତ ବର୍ଷ ଫେବୃୟାରୀ ତୁଳନାରେ ଚଳିତ ବର୍ଷ ଫେବୃୟାରୀରେ ଉତ୍ପାଦନ ୩.୭% ଖସିଛି। ମୋଟ ୯ ମାସ ମଧ୍ୟରୁ ୮ ମାସ ଉତ୍ପାଦନ ନିମ୍ନରେ ରହିଛି। ଏସ୍‌କର୍ଟ ଲିମିଟେଡ୍‌ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ମାର୍ଚ୍ଚରେ ଟ୍ରାକ୍ଟର ବିକ୍ରି ଯଥାକ୍ରମେ ୫୪% ଏବଂ ୨୭% ଖସିଛି। ଏହାବାଦ ଗ୍ରାମାଞ୍ଚଳରେ ଦୁଇଚକିଆ ଯାନ ବିକ୍ରି ୪୦% ନିମ୍ନରେ ରହିଛି। ଲୋକଙ୍କର ଚାହିଦା ଖସିବାରୁ ଏଭଳି ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଏହି ପ୍ରସଙ୍ଗ ଉପରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଅହମ୍ମଦାବାଦର ପ୍ରଫେସର ରିତିକା ଖେରା କହିଛନ୍ତି, ଗ୍ରାମାଞ୍ଚଳ ଲୋକଙ୍କ ଆୟ ରେମିଟାନ୍ସ ବା ବାହାରୁ ଆସୁଥିବା ଅର୍ଥ ସହ ସମ୍ପର୍କ ରହିଛି। ଲକ୍‌ଡାଉନ ପାଇଁ ଲୋକଙ୍କର ମାନସିକ ଅବସ୍ଥା ପ୍ରଭାବିତ ହୋଇଛି, ଯାହାର ପ୍ରଭାବ ବଜାର ଉପରେ ମଧ୍ୟ ପଡୁଛିି। ଗ୍ରାମାଞ୍ଚଳ ଅର୍ଥ ବ୍ୟବସ୍ଥାକୁ ଆଗେଇନେବା ଲାଗି ଲୋକଙ୍କର ଖର୍ଚ୍ଚ ଏକ ପ୍ରମୁଖ ଭୂମିକା ନେଇଥାଏ। ନୂଆଦିଲ୍ଲୀ ଭିତ୍ତିକ ପିପୁଲ ରିସର୍ଚ୍ଚ ଇଣ୍ଡିଆ ପକ୍ଷରୁ ହୋଇଥିବା ଏକ ସର୍ଭେ ମୁତାବକ ଦେଶର ପରିବାରଗୁଡ଼ିକର ମୋଟ ଖର୍ଚ୍ଚ ମଧ୍ୟରେ ଗ୍ରାମାଞ୍ଚଳର ଅଂଶ ୫୭% ରହିଛି। ଏଣୁ ଗ୍ରାମାଞ୍ଚଳ ଲୋକଙ୍କର ଚାହିଦା କ୍ଷତିଗ୍ରସ୍ତ ହେଲେ ସାରା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇବା ସ୍ବାଭାବିକ।
ଲକ୍‌ଡାଉନ ପ୍ରବାସୀ ଶ୍ରମିକଙ୍କ ଲାଗି ଏକ ଝଟକା ଦେଇଥିବା ରିପୋର୍ଟରେ କୁହାଯାଇଛି। କିଛି ପ୍ରାନ୍ତରେ ଫସଲ ଅମଳ ପ୍ରଭାବିତ ହେବାରୁ ଫସଲ ନଷ୍ଟ ଏବଂ ଅମଳ ହୋଇଥିଲେ ପରିଚାଳନା କରିବାକୁ ଲୋକ ଅଭାବ ଏବଂ ଅନ୍ୟ ସମସ୍ୟା ଉପୁଜିଛି। ଭୂତାଣୁ ଲଗାତର ଭାବେ ବଢୁଥିବାରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହାର ଚାପ ବଢ଼ିଛି। ଏବେ ପ୍ରବାସୀ ଶ୍ରମିକ ବହୁ ସଂଖ୍ୟାରେ ଘରକୁ ଫେରୁଛନ୍ତି। ଏତେ ସଂଖ୍ୟକ ଲୋକଙ୍କ ଲାଗି ଜୀବିକା ଗ୍ରାମାଞ୍ଚଳରେ ସୃଷ୍ଟି କରିବା କଷ୍ଟକର। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଡେଭଲପମେଣ୍ଟ ଷ୍ଟଡିଜର ଆସୋସିଏଟ୍‌ ପ୍ରଫେସର ନିକିତା ସୁଦ କହିଛନ୍ତି, ଲୋକଙ୍କ ନିକଟରେ କାମ ନ ଥିବାରୁ ପୋଷଣ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଏବଂ ପାରିବାରିକ ହିଂସା ବଢୁଛି। ଗତ ୨୦ଦିନରେ ଗ୍ରାମାଞ୍ଚଳ ବେକାରି ୨୦% ବଢ଼ିଛି। ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ ରିପୋର୍ଟ ମୁତାବକ ୪୦୦ ନିୟୁତ ଶ୍ରମିକଙ୍କ ମଧ୍ୟରେ ଗରିବୀ ଆହୁରି ଉତ୍କଟ ହେବ। ଗଣମାଧ୍ୟମ ରିପୋର୍ଟ ମୁତାବକ ଲକ୍‌ଡାଉନ ସମସ୍ୟା ଯୋଗୁ ପ୍ରାୟ ୨୦୦ ଲୋକ ଭୋକ, ଆତ୍ମହତ୍ୟା ଭଳି ଅନ୍ୟ ସମସ୍ୟାରୁ ମୃତ୍ୟୁମୁଖରେ ପଡିଛନ୍ତି।
ଗ୍ରାମାଞ୍ଚଳ ବେକାରି ଉତ୍କଟ ହେଉଥିବାରୁ କୃଷିକ୍ଷେତ୍ରକୁ ପ୍ରୋତ୍ସାହନ ଏବଂ ଜୀବିକା ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବ ଆବଶ୍ୟକ ବୋଲି ନ୍ୟାଶନାଲ କାଉନସିଲ ଅଫ୍‌ ଆପ୍ଲାଏଡ୍‌ ଇକୋନୋମିକ ରିସର୍ଚ୍ଚର ପରାମର୍ଶଦାତା ଶଶାଙ୍କ ଭିଡେ ମତବ୍ୟକ୍ତ କରିଛନ୍ତି। ଖାଦ୍ୟ ନିରାପତ୍ତା ଜୀନବଧାରଣ ବାଦ୍‌ ଅନ୍ୟ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ମାନ୍ଦାବସ୍ଥା ଏବଂ କରୋନା ଦେଶର ଅର୍ଥ ବ୍ୟବସ୍ଥା ଗତିକୁ ୪ ଦଶନ୍ଧିର ସର୍ବନିମ୍ନ ସ୍ତରକୁ ନେଇଯିବା ଆଶଙ୍କା ପ୍ରକଟ କରାଯାଇଛି। କେନ୍ଦ୍ର ସରକାର ମଧ୍ୟ ୧.୭ ଲକ୍ଷ କୋଟିର ପ୍ୟାକେଜ ବାଦ୍‌ ଅନ୍ୟ କିଛି ପଦକ୍ଷେପ ଘୋଷଣା କରିଛନ୍ତି। ଅନ୍ୟ ଦେଶଗୁଡ଼ିକ ଗ୍ରହଣ କରିଥିବା ବ୍ୟବସ୍ଥା ତୁଳନାରେ ଏହା ପର୍ଯ୍ୟାପ୍ତ ନୁହେଁ। ଏବେ ଲୋକଙ୍କ ନିକଟରେ କାମ ନ ଥିବା ଯୋଗୁ ହାତ ଉଧାରି ବଢ଼ିବ, ଯାହା ଗରିବଙ୍କ ଚିନ୍ତା ବଢ଼ାଇବ ବୋଲି ବ୍ଲୁମ୍‌ବର୍ଗର ଏହି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନ୍ଦାବସ୍ଥା ଲଢ଼େଇରେ ଆର୍‌ବିଆଇ; ୨୫ ବେସିସ ପଏଣ୍ଟ କମାଇଲା ରିଭର୍ସ ରେପୋ

ମୁମ୍ବାଇ,୧୭।୪: କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ମାନ୍ଦାବସ୍ଥା ଲଢ଼େଇ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆଗେଇ ଆସିଛି। ଏଥିଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ପଦକ୍ଷେପ...

ଦରମା ବଢ଼ାଇବାରେ ଘରୋଇ କମ୍ପାନୀ କୁଣ୍ଠିତ

ନୂଆଦିଲ୍ଲୀ,୨୨।୮: ଚଳିତ ବର୍ଷ କମ୍‌ ଲୋକଙ୍କ ଦରମା ସେମାନଙ୍କ ମନମୁତାବକ ବଢ଼ିଛି। ଅର୍ଥନୀତିର ଅବସ୍ଥା ବିଗିଡିଯିବା କାରଣରୁ ଚଳିତ ବର୍ଷ ଘରୋଇ କମ୍ପାନୀଗୁଡ଼ିକ ହାତ ଖୋଲା...

ହୋଟେଲ ଶିଳ୍ପର କ୍ଷତି ୧.୩୦ ଲକ୍ଷ କୋଟି

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ହୋଟେଲ ଶିଳ୍ପ ୧.୩୦ ଲକ୍ଷ କୋଟି ଟଙ୍କାର ରାଜସ୍ବ କ୍ଷତି ସହିଛି। ଏହି ଶିଳ୍ପ ବର୍ତ୍ତମାନ...

୨୦୨୧-୨୨ରେ ୩ କୋଟିରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆଇଟିଆର୍‌ରେ ସାମିଲ

ଦେଶର ବିକାଶ ପାଇଁ ଦେଶବାସୀ ପ୍ରତ୍ୟକ୍ଷ ଭାବେ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଏହି ଅବସରରେ...

ଏପ୍ରିଲରୁ ଏସ୍‌ଏମ୍‌ଏସ୍‌ ଦ୍ୱାରା ଜିଏସ୍‌ଟି ରିଟର୍ନ ଫାଇଲିଂ

ନୂଆଦିଲ୍ଲୀ,୩-୧୦: ଆସନ୍ତା ବର୍ଷ ଏପ୍ରିଲରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ଏସ୍‌ ଏମ୍‌ଏସ୍‌ ଦ୍ୱାରା ରିଟର୍ନ ଫାଇଲ କରିହେବ। ନିଲ୍‌ ରିଟର୍ନ କ୍ଷେତ୍ରରେ...

ଡବ୍ଲ୍ୟୁଇଏଫ୍‌ର ଇଣ୍ଡିଆ ଇକୋନୋମିକ ସମିଟ୍‌ ୩ରୁ

ନୂଆଦିଲ୍ଲୀ,୨-୧୦: ଓ୍ବାର୍ଲଡ ଇକୋନୋମିକ ଫୋରମ(ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ଇଣ୍ଡିଆ ଇକୋନୋମିକ ସମିଟ୍‌ ଚଳିତ ମାସ ୩ ଏବଂ ୪ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ୪୦ ଦେଶର...

ଇ-କେୱାଇସି ଦ୍ୱାରା ତ୍ୱରିତ ପାନ୍‌ ସେବା

ନୂଆଦିଲ୍ଲୀ,୨୯।୫: ଆଧାର ଭିତ୍ତିକ ଇ-କେୱାଇସି ଦ୍ୱାରା ତ୍ୱରିତ ପାନ୍‌ (ଇନ୍‌ଷ୍ଟାଣ୍ଟ ପାନ୍‌) ପ୍ରଦାନ ସେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କିତ...

ୟସ୍‌ ବ୍ୟାଙ୍କରେ ସୁରକ୍ଷିତ ଅଛି ଜମାକାରୀଙ୍କ ଟଙ୍କା: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୬।୩: ୟସ୍‌ ବ୍ୟାଙ୍କରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟକୁ ଦେଖି ଏବେ ଚିନ୍ତାରେ ଗ୍ରାହକ। ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡିବା ଯୋଗୁ ରିଜର୍ଭ ବ୍ୟାଙ୍କ ଅଫ୍‌...

Advertisement
Archives

Model This Week