ଗ୍ରହଣ ହେଲାନି ଇସ୍ତଫା: ଗଗନ ଧଳ ଓଏଫ୍‌ଡିସି ଅଧ୍ୟକ୍ଷ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟ ସରକାର ପ୍ରଶାସନର ଶୀର୍ଷସ୍ତରରେ ଶନିବାର ଅଦଳବଦଳ କରିଛନ୍ତିି। କୃଷି ଉତ୍ପାଦନ କମିଶନର(ଏପିସି)ଥିବା ଗଗନ ଧଳଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ ଲିଃ(ଓଏଫ୍‌ଡିସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହି ପଦବୀ ମୁଖ୍ୟ ଶାସନ ସଚିବ ପାହ୍ୟା ସହ ସମତୁଲ୍ୟ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ହେଲେ ଶୁକ୍ରବାର ଗଗନ ଧଳ ଚଳିତ ମାସ ୬ରୁ ସରକାରୀ ଚାକିରିରୁ ଇସ୍ତଫା ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିବା ନେଇ ସାଧାରଣ ପ୍ରଶାସନ(ଜିଏ) ବିଭାଗ ସ୍ପଷ୍ଟ କରିଥିଲା। ତେଣୁ ରାଜ୍ୟ ସରକାର ତାଙ୍କ ଇସ୍ତଫା ଗ୍ରହଣ କରି ନ ଥିବା କୁହାଯାଇଛି। ହେଲେ ଧଳ ଇସ୍ତଫା ନିଷ୍ପତ୍ତି ପରିବର୍ତ୍ତନ କରି ନୂଆ ଦାୟିତ୍ୱ ନେଉଛନ୍ତି ନା ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିବ। ଉଲ୍ଲେଖଯୋଗ୍ୟ, ଗଗନଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ଆଡକୁ ସମାପ୍ତ ହେବାକୁ ଯାଉଛି। ତେଣୁ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ ହୋଇଥିବାରୁ ତାଙ୍କୁ ଏକ ପ୍ରକାର ପ୍ରଶାସନିକ ଥଇଥାନ କରାଯାଇଥିବା ଆଲୋଚନା ହେଉଛି।

ଉନ୍ନୟନ କମିଶନର ଥିବା ଅସିତ କୁମାର ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ନିଯୁକ୍ତି ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ଶାସନ ସଚିବ ହୋଇଥିବାରୁ ଅସିତ ରାଜ୍ୟ ମୁଖ୍ୟ ଉନ୍ନୟନ କମିଶନର ଭାବେ ମଧ୍ୟ କାର୍ଯ୍ୟ କରିବେ। ଗତ ସ୍ବାଧୀନତା ଦିବସରେ ଅସିତଙ୍କ ନୂତନ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଘୋଷଣା କରାଯାଇଥିଲା। ଉପରୋକ୍ତ ପଦପଦବୀ ବ୍ୟତୀତ ଅସିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଓଆର୍‌ଏସ୍‌ଏସିର ଅଧ୍ୟକ୍ଷଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇପାରିବେ।

ସୋମବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଶେଷ ସରକାରୀ କାର୍ଯ୍ୟଦିବସ ହେବ। ଅପରପକ୍ଷରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌)ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଯୋଜନା ଓ ସଂଯୋଜନା ବିଭାଗର କମିଶନର ତଥା ଏସିଏସ୍‌ ଭାବେ ଦାୟିତ୍ୱ ଦିଆଯାଇଛି। ସୁରେଶଙ୍କୁ ଦୁଇ ଦିନ ପୂର୍ବେ ଉନ୍ନୟନ କମିଶନର ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଥିଲା। ଏତଦ୍‌ବ୍ୟତୀତ ସେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିବା ସୁଦର୍ଶନ ପାଲ ଠାକୁରଙ୍କୁ କୋରାପୁଟସ୍ଥିତ କେବିକେ ପ୍ରଶାସନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ଏପିସି ଭାବେ ନିଯୁକ୍ତି ପାଇଥିବା ପ୍ରଦୀପ୍ତ କୁମାର ମହାପାତ୍ର ସ୍କୁଲ ଓ ଗଣବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ପୂର୍ତ୍ତ ବିଭାଗର କମିଶନର ତଥା ସଚିବ ଡକ୍ଟର କ୍ରିଷନ କୁମାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସିଆର୍‌ସି ତଥା ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ମନୋଜ କୁମାର ମିଶ୍ର(ଆଇଆର୍‌ଟିଏସ୍‌)ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଭାରପ୍ରାପ୍ତ ସଚିବ ଭାବେ ଦାୟିତ୍ୱ ତୁଲାଇବେ। ସେହିପରି ଏହି ବିଭାଗର ସ୍ବତନ୍ତ୍ର ସଚିବ ଥିବା ରୁଦ୍ର ନାରାୟଣ ପଲାଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ୬୪ଜଣଙ୍କ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି କରୋନା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ...

ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ମାମଲା: ୪ ସପ୍ତାହରେ ରିପୋର୍ଟ ଦାଖଲ ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩।୭(ବ୍ୟୁରୋ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ବାରମ୍ବାର ବଳାତ୍କାର ଓ ପରେ ଗର୍ଭପାତ କରିବା ଘଟଣାକୁ ଜାତୀୟ ମାନବିକ ଅଧିକାର...

ବିଶ୍ୱସ୍ତରୀୟ ହେବ: ଚନ୍ଦ୍ରଭାଗା, ତଳସାରୀ ବେଳାଭୂମି

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବେଳାଭୂମି ଯୋଜନା...

ସୁପରିଚାଳନା ଦ୍ୱାରା କଠିନ ବର୍ଜ୍ୟବସ୍ତୁ ସମ୍ପଦ ହେବ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): କଠିନ ବର୍ଜ୍ୟବସ୍ତୁ ବର୍ତ୍ତମାନ ଜୀବଜଗତ ପାଇଁ ବଡ଼ ବିପଦ ସାଜିଛି। ଏଥିଯୋଗୁ ଜଳ, ବାୟୁ ଓ ପରିବେଶ ପ୍ରଦୂଷିତ ହେଉଛି। ଲୋକେ ଘାତକ ରୋଗର...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୯ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୨୩।୮(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୭୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମ ଜିଲାରୁ ୨୬୫, ସୁନ୍ଦରଗଡରୁ...

ଜଳକ୍ରୀଡ଼ାର ବିକାଶ ଲାଗି ଏମ୍‌ଓୟୁ

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ରାଜ୍ୟ ସରକାର ହକିକୁ ପ୍ରୋତ୍ସାହନ ଦେବା ସହ ପ୍ରାୟୋଜକ ହୋଇଛନ୍ତି। ଏପରିକି ଜାତୀୟ ଓ ଅନ୍ତର୍ଜାତୀୟ ହକି ମହାକୁମ୍ଭ ଆୟୋଜନ କରି ବିଶ୍ୱ ଦରବାରରେ...

ଶିଶୁ ଅପହରଣ କରି ବିକ୍ରି ଘଟଣା: ୨ ମହିଳାଙ୍କ ସମେତ ୬ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୪ା୯-ବ୍ରହ୍ମପୁର ସହରରେ ଶିଶୁ ଅପହରଣ ଓ ପରେ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି ଗୋଷାଣି ନୂଆଗାଁ ପୋଲିସ। ପୂରା ଘଟଣାକ୍ରମରେ ସମ୍ପୃକ୍ତ ଥିବା ୨...

ଆନ୍ଧ୍ର ବିରୋଧରେ ପୁଣି ସୁପ୍ରିମକୋର୍ଟ ଯିବ ଓଡ଼ିଶା

ଭୁବନେଶ୍ୱର, ୬ା୪(ବ୍ୟୁରୋ): କୋଟିଆରେ ପୁଣିଥରେ ନିର୍ବାଚନ କରିବା ଲାଗି ଆନ୍ଧ୍ରପ୍ରଦେଶ ସରକାର ଅଣ୍ଟା ଭିଡିଛନ୍ତି। ଆସନ୍ତା ୮ ତାରିଖରେ କୋଟିଆର ୨ଟି ପଞ୍ଚାୟତରେ ସମିତି ସଭ୍ୟ...

Advertisement
Archives

Model This Week